ବିମାନରେ କାର୍ଗିଲ୍ ହିରୋଙ୍କୁ ସମ୍ମାନ, ଇଣ୍ଡିଗୋ ପାଇଲଟଙ୍କ ଘୋଷଣା ଜିତିଲା ଲୋକଙ୍କ ହୃଦୟ

Published By : Prameya-News7 Bureau | July 24, 2023 IST

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ପାଇଲଟଙ୍କ ଘୋଷଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ମଧ୍ୟ ଏହି ଭିଡିଓକୁ ବେଶ ପସନ୍ଦ କ ରୁଛନ୍ତି । ଏହି ଭିଡିଓରେ ପାଇଲଟ୍ କାରଗିଲ ଯୁଦ୍ଧ ହିରୋଙ୍କୁ ସମ୍ମାନିତ କରୁଛନ୍ତି । ପରମ ବୀର ଚକ୍ରରେ ସମ୍ମାନିତ ସୁବେଦାର ମେଜର ସଞ୍ଜୟ କୁମାର ଏହି ବିମାନରେ ଯାତ୍ରା କରୁଥିଲେ । ପାଇଲଟ୍ ଜଣକ ଯେତେବେଳେ ସୁବେଦାର ମେଜରଙ୍କ ପରିଚୟ ଦେଇଥିଲେ ଏବଂ ତାଙ୍କ ସାହସୀକତା ବିଷୟରେ କହିଥିଲେ, ବିମାନରେ ଥିବା ଯାତ୍ରୀମାନେ ଜୋରଦାର ତାଳି ମାରିଥିଲେ । ଏହି ଭିଡିଓକୁ ଇଣ୍ଡିଗୋର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି ।

ପଢନ୍ତୁ: ସମ୍ବଲପୁରୀ ବସ୍ତ୍ରକୁ ମିଳିବ ଜିଆଇ ଟ୍ୟାଗ, ଆଇଆଇଏମ୍‌ରେ କେନ୍ଦ୍ର ବୟନଶିଳ୍ପ କମିଶନରଙ୍କ ଘୋଷଣା

ଭିଡିଓରେ ଦେଖିବାକୁ ମିଳୁଛି ଯେ ଇଣ୍ଡିଗୋ ପାଇଲଟ ବିମାନ ଉଡାଣ ଭରିବା ପୂର୍ବରୁ ସୁବେଦାର ମେଜର ସଞ୍ଜୟ କୁମାରଙ୍କ ସମ୍ମାନରେ ଏକ ଘୋଷଣା କରିଥିଲେ । ପାଇଲଟ ଜଣକ କହୁଛନ୍ତି, 'ଆଜି ଆମ ସହ ଜଣେ ଖାସ୍ ଯାତ୍ରୀ ଅଛନ୍ତି । ସେ ହେଉଛନ୍ତି ପରମ ବୀର ଚକ୍ରରେ ସମ୍ମାନିତ ସୁବେଦାର ମେଜର ସଞ୍ଜୟ କୁମାର । ଉଲ୍ଲେଖଯୋଗ୍ୟ ଯେ ପରମ ବୀର ଚକ୍ର ଭାରତୀୟ ଇତିହାସରେ ମାତ୍ର ୨୧ ଜଣଙ୍କୁ ଦିଆଯାଇଛି । ଏହା ଯୁଦ୍ଧ ସମୟରେ ଦିଆଯାଉଥିବା ସର୍ବୋଚ୍ଚ ବୀରତା ପୁରସ୍କାର ଅଟେ । ଏହା ପରେ ପାଇଲଟ ଜଣକ ବିମାନର ଅନ୍ୟ ଯାତ୍ରୀଙ୍କୁ ତାଙ୍କ ବିରତ୍ୱର କାହାଣୀ ଶୁଣାଇଥିଲେ । ସେଠାରେ ତାଙ୍କ ସାମ୍ମାନ ମଧ୍ୟ କରାଗଲା ।

wp:html /wp:html

ଭିଡିଓକୁ ଦେଖି ୟୁଜର୍ସମାନେ ମଧ୍ୟ ଉତ୍ସାହିତ ହୋଇ ରିଆକ୍ସନ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ସୁବେଦାର ମେଜର ସଞ୍ଜୟ କୁମାରଙ୍କ ସାହସୀକତାକୁ ଶତ-ଶତ ନମନ । ଆପଣମାନଙ୍କ ସାହସୀକତା ପାଇଁ ହିଁ ଆମେମାନେ ଏକ ସୁରକ୍ଷିତ ଜୀବନ ବଞ୍ଚୁଛୁ । ଭାରତୀୟ ସଶସ୍ତ୍ର ବଳ ଉପରେ ଆମେ ଗର୍ବିତ, ଜୟହିନ୍ଦ ।

Also Read: ସେନା ଯବାନଙ୍କ କୋର୍ଟ ମାର୍ଶଲ, ୧୦ ବର୍ଷ ଜେଲ୍ ଦଣ୍ତ; ପାକିସ୍ତାନ ଗୁପ୍ତଚରକୁ ଦେଉଥିଲେ ଗୁଇନ୍ଦା ସୂଚନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.