ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତ SAMAR 2 ଏୟାର ଡିଫେନ୍ସ ସିଷ୍ଟମର ପରୀକ୍ଷା କରିବାକୁ ଯାଉଛି । ଏହି ଡିଫେନ୍ସ ସିଷ୍ଟମ ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରିପାରୁଥିବା ଡିଫେନ୍ସ ସିଷ୍ଟମ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସିଷ୍ଟମର ରେଞ୍ଜ ପ୍ରାୟ ୩୦ କିଲୋମିଟର ରହିଛି । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହାର ଟେଷ୍ଟିଂ ଡିସେମ୍ବର ସୁଦ୍ଧା କରାଯିବ।
ସୂଚନାଥାଉକି, ଏହି ଏୟାର ଡିଫେନ୍ସ ସିଷ୍ଟମକୁ ବାୟୁ ସେନା ଦୁଇ କମ୍ପାନିଙ୍କ ସହ ମିଶି ବିକଶିତ କରିଛି। ଏହି ସିଷ୍ଟମର ପ୍ରଥମ ସଂସ୍କରଣ ‘ସମର ୧’ ପୂର୍ବରୁ ହିଁ ବାୟୁସେନାରେ ସାମିଲ ହୋଇାସାରିଛି। ଯାହାର ରେଞ୍ଚ ୮ କିଲୋମିଟର ରହିଛି। ଏହି ସିଷ୍ଟମରେ ରୁଷ ଟେକ୍ନୋଲୋଜି ଭଳି ଆକାଶରୁ ଆକାଶକୁ ଟାର୍ଗେଟ କରିପାରୁଥିବା ମିସାଇଲର ମଧ୍ୟ ବ୍ୟବହାର କରାଯାଇଥାଏ। ସମର ୧ରେ ଆର-୭୩ଇ ରହିଥିବାବେଳେ ଏହାର ନୂଆ ସଂସ୍କରଣରେ ଆର-୨୭ ମିସାଇଲ ରହିଛି।
ଉଲ୍ଲେଖଯୋଗ୍ୟ, ଭାରତ DRDOର ପ୍ରୋଜେକ୍ଟ କୁଶା ଅନୁଯାୟୀ, ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ମିସାଇଲ ସିଷ୍ଟମ ବିକଶିତ କରୁଛି। ଏହି ମିସାଇଲ ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରିପାରିବ। ଏହାର ହାରାହାରି ସୀମା ୩୫୦ କିମି ରହିବ ଏବଂ ଏହାକୁ ଆଗାମୀ ଚାରିରୁ ପାଞ୍ଚ ବର୍ଷରେ ନିୟୋଜିତ କରାଯିବ।
ଆହୁରି ମଧ୍ୟ ଭାରତ ପାଖରେ ଇସ୍ରାଏଲ ସହ ମିଳିତ ଭାବରେ ବିକଶିତ ଏସ-୪୦୦ ଏୟାର ମିସାଇଲ ସିଷ୍ଟମ ରହିଛି। ସେହିଭଳି ଡିଫେନ୍ସ ହତିଆର ମଧ୍ୟରେ ଇସ୍ରାଏଲ ସ୍ପାଇଡର, ପିକୋରା, ଓଏଓଏ-ଏକେ, ତୁଗୁସ୍କା, ଷ୍ଟେଲା ଏବଂ ଶିଳ୍କା ଭଳି ରୁଷ ସିଷ୍ଟମ, ଜୁ-୨୩-୨ ବି ଏବଂ ଆଣ୍ଟି-ଏୟାରକ୍ରାଫ୍ଟ ଗନ୍, ଏଲ-୭୦ ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ଏବଂ ଇଗଲା ମ୍ୟାନପ୍ୟାଡସ ସାମିଲ ରହିଛି।