ଆତ୍ମ ନିର୍ଭର ଦିଗରେ ଆଉ ପାଦେ, ପ୍ରଥମ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ BharOSର ସଫଳ ପରୀକ୍ଷଣ

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ: ଭାରତ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଲଗାତାର ବଢି ଚାଲିଛି । ଏବେ ଏକ ନୂତନ ମୋବାଇଲ ଅପରେଟିଂ ସିଷ୍ଟମ ଦେଶରେ ପ୍ରବେଶ କରିଛି । ବର୍ତ୍ତମାନ ସୁଦ୍ଧା କେବଳ ଆଣ୍ଡ୍ରଏଡ ଏବଂ iosକୁ ମୋବାଇଲ ଅପରେଟିଂ ସିଷ୍ଟମ ଭାବେ ସମସ୍ତେ ଜାଣିଥିଲେ । ଆଜି ମେକ୍ ଇନ୍ ଇଣ୍ଡିଆ ଅଧିନରେ ଭାରତ ମୋବାଇଲ ଅପରେଟିଂ ସିଷ୍ଟମ କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କରିଛି । ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଳିତ ରୂପେ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ BharOSର ଟେଷ୍ଟିଂ କରିଛନ୍ତି । BharOS କଣ, ଏହା କିପରି କାମ କରେ ଏବଂ ଏହାଦ୍ୱାରା କଣ ଲାଭ ମିଳିବ ?

wp:html /wp:html

BharOS କଣ ?

BharOS ଏକ ନୂତନ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ । ଏହି ଅପରେଟିଂ ସିଷ୍ଟମକୁ ଆଇଆଇଟି ମାଦ୍ରାସର ଇନକ୍ୟୁଭେଟେଡ ଫାର୍ମ JandK ଅପରେସନ ନିର୍ମାଣ କରିଛି । ଏବେ ସୁଦ୍ଧା କେବଳ ଆପଲକୁ ଛାଡି ଅନ୍ୟ ସବୁ ସ୍ମାର୍ଟଫୋନରେ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମର ବ୍ୟବହାର କରାଯାଉଛି । BharOS ଅପରେଟିଂ ସିଷ୍ଟମ ଭାରତରେ ୧୦୦ କୋଟି ସ୍ମାର୍ଟଫୋନ ଉପଭୋକ୍ତାଙ୍କ ପାଇଁ ଲାଭାନ୍ୱିତ ହେବ । ଏହା ସ୍ମାର୍ଟଫୋନରେ ବିଦେଶୀ ଅପରେଟିଂ ସିଷ୍ଟମ ଉପରେ ଭାରତର ନିର୍ଭରତା ହ୍ରାସ କରିବାରେ ସହଯୋଗ କରିବ ।

କାହିଁକି ଗୁରୁତ୍ୱପୂର୍ଣ୍ଣ BharOS ?

ପ୍ରଯୁକ୍ତି ଦୃଷ୍ଟିରୁ BharOS, ଆଣ୍ଟ୍ରଏଡଠାରୁ ଅଧିକ ଭିନ୍ନ ନୁହେଁ । ଭାରତ ସରକାରଙ୍କ ଆର୍ଥିକ ପରିଯୋଜନା BharOS ଏକ AOSP (ଆଣ୍ଡ୍ରଏଡ ଓପନ ସୋର୍ସ ପ୍ରୋଜେକ୍ଟ) ଆଧାରିତ ଅପରେଟିଂ ସିଷ୍ଟମ । ଏହାକୁ କର୍ମଶିଆଲ ଅଫ ଦ ସେଲ୍ଫ ହ୍ୟାଣ୍ଡସେଟରେ ବ୍ୟବହାର କରାଯାଏ । ଆଣ୍ଡ୍ରଏଡର ବିପରୀତରେ ଏଥିରେ ଗୁଗଲ ଆପ୍ କିମ୍ୱା ଏହାର ଅନ୍ୟ କୌଣସି ସେବା ନଥିବ । ଫଳରେ ୟୁଜର ସେହି ଆପ୍ଲିକେସନ ଗୁଡିକୁ ରଖିବା ପାଇଁ ବାଧ୍ୟ ହେବ ନାହିଁ, ଯାହା ସହ ସେମାନେ ପରିଚିତ ନାହାନ୍ତି ।

BharOS ଅଧିକ ସୁରକ୍ଷିତ

ଡେଭଲର୍ସ କହିଛନ୍ତି ଯେ BharOS ସୁବିଧା ଏବଂ ସୁରକ୍ଷା ମାମଲାରେ ଆଣ୍ଡ୍ରଏଡ ଏବଂ ଆଇଓଏସ ଉଭୟ ଠାରୁ ଉନ୍ନତ ଅଟେ । ଆଣ୍ଡ୍ରଏଡ ପରି BharOS ମଧ୍ୟ 'ନେଟିଭ ଓଭର ଦ ଏୟାର' (NOTA) ଅପଡେଟ୍ ପ୍ରଦାନ କରୁଛି, ଏହାର ଅର୍ଥ ଏହା ଯେ ସ୍ପଷ୍ଟୱେର ଅପଡେଟ୍ ସ୍ୱାଚାଳିତ ରୂପେ ଡିଭାଇସରେ ଡାଉନଲୋଡ ଏବଂ ଇନଷ୍ଟଲ ହୋଇପାରିବ ।

BharOS ଯାହାକୁ 'ଭରୋସ' ବୋଲି ମଧ୍ୟ କୁହାଯାଉଛି, ଏକ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ ଅଟେ । ଏହି ଅପରେଟିଂ ସିଷ୍ଟମକୁ ପିଏମ ମୋଦୀଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରୁ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ ଏହିପରି ପ୍ରଯୁକ୍ତିକୁ ଆଗକୁ ବଢାଇବା ଦିଗରେ ସରକାର ନୀତିରେ ପରିବର୍ତ୍ତନ ପାଇଁ କାମ କରୁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.