ମୃତ୍ୟୁର ନୂଆ ନାଁ MPATGM ମିସାଇଲ୍‌; ଡିଆରଡିଓ ଦ୍ବାରା ସଫଳ ପରୀକ୍ଷଣ

Published By : Prameya-News7 Bureau | April 14, 2024 IST

ନୂଆଦିଲ୍ଲୀ: ଡିଆରଡିଓକୁ ଆଉ ଏକ ସଫଳତା । ରାଜସ୍ଥାନ ପୋଖରାନ ଫିଲ୍ଡରେ ଫାୟାରିଂ ରେଞ୍ଜ୍ ସ୍ବାଦେଶୀ ମ୍ୟାନ୍ ପୋର୍ଟେବଲ୍ ଅଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଯାହାର ଭିଡିଓ ଜାରି କରିଛି ଡିଆରଡିଓ । ଏହି ମିସାଇଲ ଦ୍ବାରା ଶତ୍ରୁ ପକ୍ଷର ଟ୍ୟାଙ୍କ୍ ଓ ସେନା ଗାଡ଼ିକୁ ସହଜରେ ଟାର୍ଗେଟ୍ କରିହେବ ।

ଡିଆରଡିଓ ସୂଚନା ମୁତାବକ, MPATGM କ୍ଷେପଣାସ୍ତ୍ରକୁ ବିଶେଷ କରି ଟ୍ୟାଙ୍କ୍ ଅର୍ଜୁନରେ ସେଟ୍ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ପୋଖରାନ ପରୀକ୍ଷଣ ବେଳେ ଏହି ଅତ୍ୟାଧୁନିକ ମିସାଇଲ୍ ସଠିକ୍ ଟାର୍ଗେଟକୁ ହିଟ୍ କରିଛି । ଏଥିରେ ଟେଣ୍ଡମ୍ ହାଇ-ଏକ୍ସପ୍ଲୋସିଭ୍ ଆଣ୍ଟି ଟ୍ୟାଙ୍କ୍ ଅସ୍ତ୍ର ବ୍ୟବହାର କରାଯାଇଛି । ଯାହା ଅତ୍ୟାଧୁନିକ ଏକ୍ସପ୍ଲୋସିଭ୍ ରିଆକ୍ଟିଭ୍ ଆର୍ମର କବଚ ଦ୍ବାରା ଆଚ୍ଛାଦିତ ସେନା ଗାଡ଼ିକୁ ଧ୍ବସ୍ତ କରିପାରିବ ।  

MPATGM କ୍ଷେପଣାସ୍ତ୍ରର ବର୍ତ୍ତମାନ ଟ୍ରାଏଲ ପୂରା ହୋଇଛି । ଏହାର ଓଜନ ପ୍ରାୟ ୧୪.୫୦ କେ.ଜି ହେବ । ସେହିପରି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲର ଦୈଘ୍ୟ ୪.୩ ଫୁଟ୍ । ଏହାର ଲକ୍ଷ୍ୟଭେଦ କ୍ଷମତା ୨୦୦ମିଟରରୁ ୨.୫୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଭାରତୀୟ ସେନାରେ ଏହାକୁ ସାମିଲ୍ କରିବା ପରେ ବହୁ ପୂରୁଣା ଫ୍ରାନ୍ସ ମଡେଲ୍ ମିଲନ-୨ଟି ଏବଂ ଋଷ୍ ନିର୍ମିତ କାନ୍କର୍ସ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲକୁ ହଟାଇ ଦିଆଯିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

  • defence ministry
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.