scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚର୍ଚ୍ଚାରେ ସ୍ୱଦେଶୀ ଲଢୁଆ ବିମାନ ‘ତେଜସ୍’, ଆମେରିକା ସମେତ  ବଢୁଛି ୬ ଦେଶଙ୍କ ଆଗ୍ରହ

6/08/2022 at 6:34 PM

ନୂଆଦିଲ୍ଲୀ ୬।୮: ସ୍ୱଦେଶୀ ଜ୍ଞାନ କୌଶଳରେ ହିନ୍ଦୁସ୍ତାନ ଏରୋନଟିକ୍ସ (ଏଚଏଏଲ)ଙ୍କ ଦ୍ୱାରା ବିକଶିତ ହାଲୁକା ଯୁଦ୍ଧବିମାନ ‘ତେଜସ୍’ ଏବେପୁଣି ଚର୍ଚ୍ଚାରେ। ଭାରତ ନିର୍ମିତ ଏହି ଯୁଦ୍ଧବିମାନର ଚାହିଦା ଏବେ ବିଶ୍ୱରେ ବଢ଼ିବଢ଼ି ଚାଲିଛି। ଏହି ଯୁଦ୍ଧବିମାନ ନିମନ୍ତେ କେତେକ ଦେଶ ସେମାନଙ୍କର ଆଗ୍ରହ ପ୍ରକାଶ କରିଥିବା ଏଚଏଏଲ ଅଧିକାରୀମାନେ କହିଛନ୍ତି। ସେମାନଙ୍କ କହିବା ଅନୁସାରେ ଆମେରିକା, ଅଷ୍ଟ୍ରେଲିଆ, ଫିଲପାଇନ୍ସ ଓ ଇଣ୍ଡୋନେସିଆ ସମେତ ୬ଟି ଦେଶ ଏହି ବିମାନ ପାଇଁ ଏବେ ଆଗ୍ରହୀ ଅଛନ୍ତି।

ଏହା ପୂର୍ବରୁ ମାଲେସିଆ ଏହି ବିମାନ କ୍ରୟ ଲାଗି ଆଲୋଚନା କରିସାରିଛି। ତେଜସର ଅନେକ ବିଶେଷତା ରହିଛି। ତେବେ ଏହାକୁ ଯାହା ଅଦ୍ୱିତୀୟ କରିଛି ତାହା ହେଉଛି ଏହାର ବେଗ। ତେଜସର ଓଜନ ଅନ୍ୟ ଯୁଦ୍ଧବିମାନ ତୁଳନାରେ ଅନେକ କମ୍। ଏଣୁ ଏହାକୁ ତୀବ୍ର ବେଗ ମିଳିପାରୁଛି। କୁହାଯାଉଛି ଏହି ବିମାନ ୮ରୁ ୯ ଟନ ଓଜନର ଭାର ନେଇ ଉଡିପାରେ। କେବଳ ଏତିକି ନୁହେଁ ଏହି ଭାରକୁ ସମାନ ବେଗରେ ୫୨ ହଜାର ଫୁଟ ଉପରକୁ ନେଇଯାଇପାରେ।

ବିଶେଷଜ୍ଞଙ୍କ ଅନୁସାରେ ଟେକ୍ନୋଲଜି ମାମଲାରେ ମଧ୍ୟ ଏହି ବିମାନ ନିଜ କ୍ୟାଟଗରୀର ଅନ୍ୟ ବିମାନଙ୍କୁ ମାତ୍ ଦେଉଛି। ୫୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ଏହି ସ୍ୱଦେଶୀ ବିମାନରେ କ୍ରିଟିକାଲ ଅପରେସନ କ୍ଷମତା ଲାଗି ଆକ୍ଟିଭ ଇଲେକ୍ଟ୍ରୋନିକାଲ ସ୍କାନଡ ରାଡାର ବ୍ୟବହୃତ ହେଉଛି। ଏହାକୁ ଆକାଶରେ ଅପରେସନ କାଳରେ ରିଫ୍ୟୁଲ କରାଯାଇପାରେ। ଏଥିରେ ବ୍ୟବହୃତ ଅଧିକାଂଶ ଯନ୍ତ୍ରାଂଶ ଏଚଏଏଲ ବିକଶିତ କରିଛନ୍ତି।

ବିମାନରେ ଇଜ୍ରାଏଲ ଦ୍ୱାରା ବିକଶିତ ରାଡାର ସହିତ ସ୍ୱଦେଶୀ ରାଡାର ମଧ୍ୟ ଲାଗିଛି। ଯାହାଦ୍ୱାରା ମାତ୍ର କିଛି ସେକେଣ୍ଡର ଶତ୍ରୁକୁ ଚିହ୍ନଟ କରିପକାଇବା ସହ ଚକମା ଦେବାକୁ ମଧ୍ୟ କ୍ଷମତା ରଖୁଛି। ଏଚଏଏଲଙ୍କ ସିଏମଡି ଆର. ମାଧବନ ଏହାକୁ ଆହୁରି ଅତ୍ୟାଧୁନିକ ଓ ଶକ୍ତିଶାଳୀ କରିବା ପାଇଁ ଆମ ଟିମ୍‌ର ଉଦ୍ୟମ ଜାରି ରହିଥିବା କହିଛନ୍ତି। ଏଥିରୁ ବିମାନ ଲାଗି ବିଶ୍ୱର ଅନେକ ଦେଶଙ୍କର ଆଗ୍ରହ ବୃଦ୍ଧି ପାଇବା ସ୍ୱଭାବିକ ବୋଲି ସେ କହିଛନ୍ତି।

   Related Posts