ଦୀର୍ଘ ଦିନ ଧରି ଅଧିକ ସୁଧ ରହିବା ଦ୍ୱାର ଅର୍ଥନୈତିକ ପୁନରୁଦ୍ଧାର ଉପରେ ପ୍ରଭାବ ପଡ଼ିଥାଏ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
25/08/2023 at 6:26 PM

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅଧିକ ସୁଧ ହାର ରହିବା ଦ୍ୱାରା ଅର୍ଥନୈତିକ ପୁନରୁଦ୍ଧାର ଉପରେ ପ୍ରଭାବ ପଢ଼ିଥାଏ। ରାଜଧାନୀ ଦିଲ୍ଲୀର ବି-୨୦ ଶିଖର ସମ୍ମିଳନୀରେ ସମ୍ଭୋଧନ କଲା ବେଳେ ଏପରି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମହଙ୍ଗା ବଜାର କମ୍ କରିବାକୁ ସୁଧହାରକୁ ଏକମାତ୍ର ଅସ୍ତ୍ର ଭାବରେ ବ୍ୟବହାର କଲେ ବିପଦ ରହିଛି। ମହଙ୍ଗାବଜାର ଉପରେ ନିୟନ୍ତ୍ରଣ କରିବା ସହ ଆର୍ଥିକ ବିକାଶକୁ ପ୍ରାଥମକିତା ଉପରେ ଧ୍ୟାନ ଦେବା ଜରୁରୀ ବୋଲି ସୀତାରମଣ କହିଛନ୍ତି।
ଭଲ ରହିବ ଜିଡିପି ଆକଳନ
ରାଜଧାନୀ ଦିଲ୍ଲୀରେ ବି -20 ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ଆକଳନ ଭଲ ହୋଇପାରେ। ଏତିସହିତ ଗତ ୯ ବର୍ଷରେ ମୋଦୀ ସରକାରଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ଆର୍ଥିକ ସୁଧାର ବିଷୟରେ ବି କହିଛନ୍ତି ଅର୍ଥମନ୍ତ୍ରୀ। ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଭାରତରେ ଦ୍ରୁତ ଅର୍ଥନୈତିକ ସୁଧାର ହୋଇଛି। ବଜେଟରେ କ୍ୟାପିଟାଲ ଏକ୍ସପେଣ୍ଡିଚର ଅଧିକ ଖର୍ଚ୍ଚ ପ୍ରାବଧାନରୁ ବର୍ତ୍ତମାନର ସକରାତ୍ମକ ସଙ୍କେତ ଅନୁଭବ କରାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି।
ପଢ଼ନ୍ତୁ-UPI Liteରୁ ଏବେ ୫୦୦ ଟଙ୍କା ଯାଏ କରିପାରିବେ ଅଫ୍ଲାଇନ୍ ଟ୍ରାଞ୍ଜେକ୍ସନ୍, ଲିମିଟ୍ ବଢାଇଲା RBI
ଯେ କୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ
ଅର୍ଥମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାକୁ ଦେଖିଲେ ଭାରତ ନିଜ ଅର୍ଥବ୍ୟବସ୍ଥାର କାହାଣୀ ନିଜେ ଲେଖୁଛି। ବର୍ତ୍ତମାନ ଦେଶ ପାଇଁ ସପ୍ଲାଏ ଚେନ୍ର ବିସ୍ତାର କରିବାର ଆବଶ୍ୟକ ରହିଛି। କୌଣସି ପ୍ରକାର ବିପର୍ଯ୍ୟୟ ସହ ମୁକାବିଲା କରିବାକୁ ଆମକୁ ନିଜକୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ସେ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି, କିନ୍ତୁ ତଥାପି ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ବନ୍ଦ କରାଯାଇ ପାରିବ ନାହିଁ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅଭିବୃଦ୍ଧି ପାଇଁ ଏଫଡିଆଇ ଏବଂ ଏହାର ପ୍ରବାହ ସହ ଜଡିତ ନିୟମକୁ ସରଳ କରାଯାଉଛି।
ବିଦେଶୀ ଗଣମାଧ୍ୟମ ଉପରେ ଅର୍ଥମନ୍ତ୍ରୀଙ୍କ ଆକ୍ରମଣ
ବାକ୍ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଇବା ଅଭିଯୋଗ ନେଇ ପଶ୍ଚିମଦେଶର ଗଣମାଧ୍ୟମ ଉପରେ ବର୍ଷିଛନ୍ତି ନିର୍ମଳା ସୀତାରମଣ। ସେ କହିଛନ୍ତି ଯେ ଅନେକ ଲୋକ ସରକାରଙ୍କ ବିରୋଧରେ କହୁଛନ୍ତି ଏବଂ ଆମର କୌଣସି ଆପତ୍ତି ନାହିଁ। ତେବେ ଏଥିରେ ମିଡିଆଙ୍କ ପାଇଁ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।
ଏହି ଖବରଟିକୁ ବି ପଢ଼ନ୍ତୁ-ବଢ଼ିପାରେ SBI ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ, ୧୦ ମାସ ପର୍ଯ୍ୟନ୍ତ ହୋଇପାରେ ବୃଦ୍ଧି