WTC ୨୦୨୩-୨୫ରେ ଆଜିଠୁ ଭାରତର ଯାତ୍ରା ଆରମ୍ଭ, ଜାଣନ୍ତୁ କେବେ ଏବଂ କେଉଁଠି ଖେଳାଯିବ କେଉଁ ସିରିଜ୍

Published By : Prameya-News7 Bureau | July 12, 2023 IST

ନୂଆଦିଲ୍ଲୀ: ଦୁଇଟି ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଖେଳା ସରିଥିବା ବେଳେ ଉଭୟ ଥର ଭାରତ ଫାଇନାଲ୍‌ରେ ପହଞ୍ଚି ପରାଜିତ ହୋଇଛି। ପାଟ୍ କମିନ୍ସଙ୍କ ନେତୃତ୍ଵାଧୀନ ଅଷ୍ଟ୍ରେଲିଆ ଦଳ ଫାଇନାଲରେ ଭାରତକୁ ୨୦୯ ରନରେ ହରାଇ ଟ୍ରଫି ଜିତିବା ସହ ଇତିହାସ ରଚିଛି।  ଏହା ପରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆସେସ୍ ଟେଷ୍ଟରୁ ବିଶ୍ଵ ଟେଷ୍ଟ ଚାମ୍ପିଅନସି ୨୦୨୩-୨୫ର ଆରମ୍ଭ ହୋଇ ଯାଇଛି। ହେଲେ ଭାରତୀୟ କ୍ରିକେଟ୍ ଦଳ ଆଜିଠୁ ନିଜର ଅଭିଯାନ ଆରମ୍ଭ କରିବ। ଭାରତକୁ ଡବ୍ଲ୍ୟୁଟିସି ୨୦୨୩-୨୫ରେ ମୋଟ୍ ୬ଟି ଟେଷ୍ଟ ସିରିଜ୍ ଖେଳିବ। ଏଥିରେ ୩ଟି ସିରିଜ୍ ବିଦେଶରେ ଏବଂ ଅବଶିଷ୍ଟ ୩ଟି ସିରିଜ୍ ଘରୋଇ ମାଟିରେ ଖେଳିବ। ସବୁ ସିରିଜ୍‌କୁ ମିଶାଇ ଭାରତ ମୋଟ୍ ୧୯ଟି ଟେଷ୍ଟ ଖେଳିବ।

wp:heading {"level":4}

ଅଧିକ ପଢନ୍ତୁ- ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ ଜର୍ସି, Dream11 ଲୋଗୋ ଦେଖି BCCI ଉପରେ ବର୍ଷିଲେ ପ୍ରଶଂସକ

/wp:heading

ତୃତୀୟ ସଂସ୍କରଣରେ ଭାରତ ଓ୍ଵେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଅନ୍ୟପଟେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ସହ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ଖେଳିବ। ଭାରତ ଡବ୍ଲ୍ୟୁଟିସିର ତୃତୀୟ ସଂସ୍କରଣରେ ବିଦେଶରେ ୧୦ଟି ଏବଂ ଘରୋଇ ମାଟିରେ ୯ଟି ଟେଷ୍ଟ ଖେଳିବ। ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପରେ ଭାରତ ଚଳିତ ବର୍ଷ ଶେଷ ଆଡ଼କୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଏବଂ ଏଠାରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଭାରତ ଘରୋଇ ମାଟିରେ ୨୦୨୪ ଜାନୁଆରୀ-ଫେବୃଆରୀରେ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ପରେ ୨୦୨୪ ସେପ୍ଟେମ୍ବର-ଅକ୍ଟୋବରରେ ଘରୋଇ ମାଟିରେ ବାଂଲାଦେଶ ସହ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ।

Team India all set to hit the transition button in first Test match against  West Indies today - Team India all set to hit the transition button in first  Test match against
.indiatodayne.in

୨୦୨୪ ଅକ୍ଟୋବର-ନଭେମ୍ବରରେ ନ୍ୟୁଜିଲାଣ୍ଡ ଭାରତ ଗସ୍ତ କରିବ। ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ। ଏହା ପରେ ବର୍ଷର ଶେଷ ଆଡ଼କୁ ଅଷ୍ଟ୍ରେଲିଆ ଗସ୍ତ କରି ଭାରତ ୫ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳିବ।

wp:heading {"level":4}

ଅଧିକ ପଢନ୍ତୁ- ବିରାଟ ଏଠି ବି ନମ୍ବର-୧, ସବୁଠୁ ଅଧିକ ସର୍ଚ୍ଚ କରାଯାଉଥିବା କ୍ରିକେଟର

/wp:heading

ଡବ୍ଲ୍ୟୁଟିସି ୨୦୨୩-୨୫ ପାଇଁ ଭାରତର କାର୍ଯ୍ୟସୂଚୀ

ଭାରତର ଓ୍ଵେଷ୍ଟଇଣ୍ଡିଜ ଗସ୍ତ
ଓ୍ଵେଷ୍ଟଇଣ୍ଡିଜ ବନାମ ଭାରତ- ୨ ଟେଷ୍ଟ, ୨୦୨୩ ଜୁଲାଇ/ଅଗଷ୍ଟ

ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ୨୦୨୩-୨୪
ଦକ୍ଷିଣ ଆଫ୍ରିକା ବନାମ ଭାରତ- ୨ ଟେଷ୍ଟ, ୨୦୨୩ ଡିସେମ୍ବରରୁ ୨୦୨୪ ଜାନୁଆରୀ

ଇଂଲଣ୍ଡର ଭାରତ ଗସ୍ତ ୨୦୨୪

ଭାରତ ବନାମ ଇଂଲଣ୍ଡ- ୫ ଟେଷ୍ଟ, ୨୦୨୪ ଜାନୁଆରୀ/ଫେବୃଆରୀ

ବାଂଲାଦେଶର ଭାରତ ଗସ୍ତ
ଭାରତ ବନାମ ବାଂଲାଦେଶ- ୨ ଟେଷ୍ଟ, ୨୦୨୪ ସେପ୍ଟେମ୍ବର/ଅକ୍ଟୋବର

ନ୍ୟୁଜିଲାଣ୍ଡର ଭାରତ ଗସ୍ତ ୨୦୨୪
ଭାରତ ବନାମ ନ୍ୟୁଜିଲାଣ୍ଡ- ୩ ଟେଷ୍ଟ, ୨୦୨୪ ଅକ୍ଟୋବର/ନଭେମ୍ବର

ଭାରତର ଅଷ୍ଟ୍ରେଲିଆ ଗସ୍ତ ୨୦୨୪-୨୫, ବର୍ଡର-ଗାଭାସ୍କର ଟ୍ରଫି
ଅଷ୍ଟ୍ରେଲିଆ ବନାମ ଭାରତ- ୫ ଟେଷ୍ଟ, ୨୦୨୪ ନଭେମ୍ବରରୁ ୨୦୨୫ ଜାନୁଆରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.