ଚଳିତ ବର୍ଷ ଚା’ ଉତ୍ପାଦନରେ ୧୨.୬ ପ୍ରତିଶତ ବୃଦ୍ଧି; ଦକ୍ଷିଣ ଭାରତରେ ପ୍ରଡକ୍ସନ ସାମାନ୍ୟ ହ୍ରାସ

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଚା’ ଉତ୍ପଦାନରେ ବୃଦ୍ଧି ହୋଇଛି। ଗତ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଚା’ ଉତ୍ପାଦନରେ ୧୨.୬ ପ୍ରତିଶତ ବଢ଼ିଛି। ଫଳରେ ମୋଟ ୧୮୨.୮୪ ମିଲିଅନ କେଜି ଚା’ ଉତ୍ପାଦନ ହୋଇଛି। ଟି ବୋର୍ଡ ଡାଟା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପଶ୍ଚିମବଙ୍ଗରେ ଚା’ ଉତ୍ପାଦନ ୫୪.୯୮ ମିନିଅନ କେଜି ହୋଇଛି। ଯାହା ଗତ ଅକ୍ଟୋବର ମାସରେ ୪୯.୭୫ ମିଲିଅନ କେଜି ଥିଲା। ତେବେ ଦେଶର ସବୁଠାରୁ ବଡ଼ ଚା’ ଉତ୍ପାଦନ ରାଜ୍ୟ ଆସାମ ମଧ୍ୟ ଏଥର ଭଲ ପ୍ରଦର୍ଶନ କରିଛି।

ଆସାମରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୧୦୪.୨୬ ମିଲିଅନ କେଜି ଚା’ ଉତ୍ପାଦନ କରାଯାଇଛି। ୨୦୨୨ ଅକ୍ଟୋବରରେ ଏହା ୯୦.୭୨ ମିଲିଅନ କେଜି ଥିଲା ବୋଲି ଚା’ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦକ୍ଷିଣ ଭାରତରେ ଚା’ ଉତ୍ପାଦନରେ ସମାନ୍ୟ ହ୍ରାସ ଦେଖିବାକୁ ମିଳିଛି।

ପଢ଼ନ୍ତୁ-ଦେଶରେ ବଢ଼ି ପାରେ ଅଟା ଓ ଡାଲି ଦର, ଜାଣନ୍ତୁ କାହିଁକି?

ଚଳିତ ବର୍ଷ ଦକ୍ଷିଣ ଭାରତରେ ଅକ୍ଟୋବର ମାସ ସୁଦ୍ଧା ୧୮.୮୯ ମିଲିଅନ କେଜି ଚା’ ଉତ୍ପାଦନ ହୋଇଥିବା ବେଳେ ୨୦୨୨ ଅକ୍ଟୋବର ସୁଦ୍ଧା ୧୮.୯୨ ମିଲିଅନ କେଜି ଚା’ ଉତ୍ପାଦନ ହୋଇଥିଲା। ତେବେ କ୍ୟାଟେଗୋରୀ ହିସାବରେ ଦେଖିଲେ ଚଳିତ ଅକ୍ଟୋବରରେ ସିଟିସି ଭେରାଇଟି ଉତ୍ପାଦନ ୧୬୭.୭୨ ମିଲିଅନ କେଜି ଛୁଇଁଛି। ସେହିପରି ପାରମ୍ପରିକ ଶୈଳୀରେ ଚା’ ଉତ୍ପାଦନକୁ ଦେଖିଲେ ଉଭୟ ଉତ୍ତର ଓ ଦକ୍ଷିଣ ଭାରତରେ ଏହା ୧୨.୯୮ ମିଲିଅନ କେଜି ରହିଛି।

ସେହିପରି ଚଳିତ ବର୍ଷ ଅକ୍ଟୋବରେ ଗ୍ରୀନ ଟି ଉତ୍ପଦାନ ୨.୧୪ ମିଲିଅନ କେଜି ରହିଛି। ସେହିପରି ସାରା ଦେଶରେ ଛୋଟ ଚା’ ଚାଷୀ ଉତ୍ପଦାନ ୯୪.୨୪ ମିଲିଅନ କେଜି ରହିଛି। ଯାହା ଗତବର୍ଷ ୭୮.୧୯ ମିଲିଅନ କେଜି ଥିଲା ବୋଲି ଚା’ ବୋର୍ଡ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.