ଭାରତର ସବୁଠାରୁ ଚତୁର ଚୋର; ଚୋରି କରିଛି ହଜାରେରୁ ଅଧିକ କାର୍‌, ଜଜ୍ ହୋଇ ଦେଇଛି ୨ହଜାର ଅପରାଧୀଙ୍କୁ ଜାମିନ

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ ୨୪।୦୨; ଅନେକ ଚୋର, ଠକ ବିଷୟରେ ଆମେ ଶୁଣିଛେ । କିନ୍ତୁ ଭାରତର ଏପରି ଏକ ଚୋର ଥିଲେ ଯାହାର ମାଇଣ୍ଡ ଖୁବ୍‌ ସାର୍ପ । ଅର୍ଥାତ୍ ସେ ଥିଲେ ବହୁତ ଚତୁର । ସେ ତ ଖାଲି ଚୋର ନଥିଲେ ଠକ ମଧ୍ୟ ଥିଲେ। ସେ ନକଲି କାଗଜପତ୍ରର ବ୍ୟବହାର କରି ଜଜ୍ ମଧ୍ୟ ହୋଇଥିଲା । ସବୁଠାରୁ ବଡ କଥା ହେଉଛି ସେ ୨ ହଜାରରୁ ଅଧିକ ଅପରାଧୀଙ୍କୁ ଦେଇଥିଲେ ଜାମିନ ।

{"id":913099,"width":840,"height":630,"sizeSlug":"full","linkDestination":"none"}

ତେବେ ତାଜୁବର କଥା ଯେ ସେ ୨ମାସ ଧରି ଜଜ୍ ପଦରେ ବସି ନ୍ୟାୟ କରୁଥିଲେ ମଧ୍ୟ ତାଙ୍କୁ କେହି ଜାଣି ପାରିନଥିଲେ । ସେହି ଚୋରର ନାଁ ହେଉଛି ଧାନୀ ରାମ ମିତ୍ତଲ । ଏହି ବ୍ୟକ୍ତିଙ୍କର ନାଁ ବୋଧ ହୁଏ କିଏ କେବେ ଶୁଣିଥିବେ  । ଧାନୀ ରାମ ଥିଲେ ଭାରତର ଜଣେ ବଡ ଠକ । ଯିଏକି ଭାରତ ସରକାରଙ୍କୁ ବୋକା ବନାଇଥିଲେ । ତାଙ୍କୁ ଭାରତର ସବୁଠାରୁ ଚାଲାକ ଚୋର କୁହାଯାଏ । କୁହାଯାଏ ଧାନୀ ରାମ ମାତ୍ର ୨୫ ବର୍ଷ ବୟସରେ ଚୋରି ଏବଂ ଜାଲିଆତି କରିବା ଆରମ୍ଭ କରି ଦେଇଥିଲେ

{"id":913100,"sizeSlug":"full","linkDestination":"none"}

ଖାସ୍ କଥା ହେଉଛି ଚୋରୀ ଇତିହାସରେ ଧାନୀ ରାମ ହେଉଛନ୍ତି ସବୁଠାରୁ ଅଧିକ ଗିରଫ ହୋଇଥିବା ଚୋର ୧୯୬୪ ମସିହାରେ ପ୍ରଥମ ଥର ପାଇଁ ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ଶେଷ ଥର ପାଇଁ ସେ ୨୦୧୬ରେ ହୋଇଥିଲେ ଗିରଫ କିନ୍ତୁ ଧାନୀ ରାମ ପୋଲିସକୁ ଚକମା ଦେଇ ଖସି ଯାଇଥିଲା

{"id":913101,"width":841,"height":631,"sizeSlug":"full","linkDestination":"none"}

 ମଜାଦାର କଥା ହେଉଛି ଧାନୀରାମ ଦିନରେ ହିଁ ଚୋରୀ କରଥିଲା ସେ ପ୍ରାୟ ହଜାରରୁ ଅଧିକ ଗାଡି ଚୋରୀ କରିଛନ୍ତି କୁହାଯାଏ ଧାନୀ ରାମ ଏଲଏଲବି ପାଠ ପଢିଥିଲେ ସେ ହସ୍ତଲିଖନ ବିଶେଷଜ୍ଞ ଏବଂ ଗ୍ରାଫୋଲୋଜିରେ ମଧ୍ୟ ଡିଗ୍ରୀ ହାସଲ କରିଥିଲେ ଧାନୀ ରାମ ନିଜର ଡିଗ୍ରୀକୁ ବ୍ୟବହାର କରି ଚୋରି କରୁଥିଲେ ଆଉ ଚୋରି ହୋଇଥିବା ଗାଡିର ନକଲି କାଗଜପତ୍ର ତିଆରି କରି ବିକ୍ରି କରି ଦେଉଥିଲେ

{"id":913103,"width":839,"height":474,"sizeSlug":"full","linkDestination":"none"}

 ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଧାନୀ ରାମ ବିଚାରପତିଙ୍କ ଚେୟାରରେ ବସି ୨ମାସ ପର୍ଯ୍ୟନ୍ତ ରାୟ ଦେଇଥିଲେ ନକଲି କାଗଜପତ୍ର ସାହାଯ୍ୟରେ ହରିୟାଣା କୋର୍ଟର ଆଡିସନାଲ୍ସ୍ପେଶାଲ୍ଜଜ୍ଙ୍କୁ ମାସ ଛୁଟିରେ ପଠାଇଥିଲେ ତାପରେ ଧାନୀ ରାମ ସେହି ବିଚାରପତିଙ୍କ ଆସନରେ ବସିଥିଲେ, ଆଉ ରାୟ ଦେବା ଆରମ୍ଭ କରିଥିଲେ କୁହାଯାଏ ଧାନୀ ରାମ ଏହି ମାସ ମଧ୍ୟରେ ପ୍ରାୟ ହଜାର କଏଦୀଙ୍କୁ ମୁକ୍ତ କରିଥିଲେ ଏମିତିକି ଅନେକଙ୍କୁ ଦଣ୍ଡିତ ମଧ୍ୟ କରିଥିଲେ

{"id":913104,"width":839,"height":565,"sizeSlug":"full","linkDestination":"none"}

ତେବେ ଏହି ଘଟଣା ସାମ୍ନାକୁ ଆସିବା ପୂର୍ବରୁ ଧାନୀ ରାମ ଫେରାର ହୋଇଯାଇଥିଲେ ତେବେ ସେ ଶୁଣାଇ ଥିବା ନିଷ୍ପତ୍ତିରେ ମୁକ୍ତ ହୋଇଥିବା ଦୋଶୀଙ୍କୁ ପୁନଃର୍ବାର ଜେଲ ପଠା ଯାଇଥିଲା ସେ ଏପରି ଅନେକ ଥର ଜେଲକୁ ଯାଉଥିଲେ ବର୍ତ୍ତମାନ ତାଙ୍କର ବୟସ ପ୍ରାୟ ୮୦ ବର୍ଷ ହେବ  କିନ୍ତୁ ସେ କେଉଁଠାରେ ଅଛନ୍ତି ଏବଂ କଣ କରୁଛନ୍ତି ତାହା କାହାରି ଜଣାନାହିଁ

You Can Read:

wp:embed {"url":"https://www.prameyanews7.com/doctors-remove-live-bugs-from-men-nose-in-florida/","type":"wp-embed","providerNameSlug":"prameya-news-7"}
https://www.prameyanews7.com/doctors-remove-live-bugs-from-men-nose-in-florida/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.