ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

T20 World Cup 2022: ନୂଆ ଜର୍ସିରେ ଖେଳିବ ଟିମ ଇଣ୍ଡିଆ, ଲଞ୍ଚ ହେବା ପୂର୍ବରୁ ରୋହିତ-ହାର୍ଦିକଙ୍କ ଭିଡିଓ ଭାଇରାଲ

13/09/2022 at 6:04 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱ କପରେ ନୂଆ ଜର୍ସରେ ନଜର ଆସିବ । ଟିମର ଅଫିସିଆଲ କିଟ୍ ସ୍ପନସର ଏମପିଏଲ ସ୍ପୋର୍ଟ୍ସ ମଙ୍ଗଳବାର ଏକ ଘୋଷଣ କରିଛି ଯେ, ମ୍ୟାନ ଇନ ବ୍ଲୁ ଆସନ୍ତା ଟି-୨୦ ବିଶ୍ୱ କପ ୨୦୨୨ରେ ନୂଆ ଜର୍ସିରେ ଦେଖାଯିବ। ଏମପିଏଲ ସ୍ପୋର୍ଟ୍ସର ଟ୍ୱିଟରରେ ଏକ ଭିଡିଓ ସେୟାର କରାଯାଇଛି, ଏଥିରେ ରୋହିତ ଶର୍ମା, ଶ୍ରେୟସ ଆୟର ଏବଂ ହାର୍ଦିକ ପାଣ୍ଡ୍ୟା ନୂଆ ଜର୍ସିରେ ନଜର ଆସୁଛନ୍ତି । କିନ୍ତୁ ଜର୍ସି ଉପରେ ସେମାନେ ଏକ ଜ୍ୟାକେଟ୍ ପିନ୍ଧି ରଖିଛନ୍ତି।

ଭିଡିଓରେ ରୋହିତ ଏବଂ ହାର୍ଦିକ ପାଣ୍ଡ୍ୟା ଟ୍ରାକ୍ ସୁଟ୍ ଭିତରେ ଜର୍ସି ପିନ୍ଧିଛନ୍ତି, ଯାହା ଦେଖିବାକୁ ଲାଇଟ୍ ବ୍ଲୁ । ଜର୍ସିର ରଙ୍ଗ ପୂର୍ବ ଜର୍ସି ଠାରୁ ନିଶ୍ଚିତ ଭିନ୍ନ ଥିବ। ପୂର୍ବରୁ ଏହା ଗାଢ ନୀଳ ରଙ୍ଗର ଥିଲା । ୨୦୨୦ ମସିହାରେ ଏମସିଏଲ କିଟ୍ ସ୍ପନସର ହେବା ପରେ ଏହା ଭାରତୀୟ ଟିମର ତୃତୀୟ ଜର୍ସି ହେବ।

ବର୍ତ୍ତମାନ ସମୟରେ ଭାରତୀୟ ଟିମର ଜର୍ସି ନେଭି ବ୍ଲୁ ରହିଛି। କିନ୍ତୁ ଏମଲିଏସ ଦ୍ୱାରା କରାଯାଇଥିବା ଟ୍ୱିଟରୁ ନୂଆ ଜର୍ସି ହଲକା ନୀଳ ଥିବା ଜଣାପଡୁଛି। ଏପରି ସ୍ଥିତିରେ ନୂଆ ଜର୍ସିକୁ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ଉତ୍ସୁକତା ବୃଦ୍ଧି ପାଇଛି। ତେବେ ଆନୁଷ୍ଠାନିକ ଭାବେ ଜର୍ସିର ଲଞ୍ଚ ହୋଇ ନାହିଁ।   

   Related Posts