ଦେଶର ସେବା ରପ୍ତାନୀ ଆର୍ଥିକ ବର୍ଷରେ ୩୦୦ ବିଲିୟନ ଡାଲର ଲକ୍ଷ୍ୟ ଅତିକ୍ରମ କରିବ: ପୀୟୁଷ ଗୋୟଲ

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ: ସେବା ରପ୍ତାନୀ କ୍ଷେତ୍ରରେ ଭାରତ ଲଗାତାର ଭଲ ପ୍ରଦର୍ଶନ ଜାରି ରଖିଛି । ବାଣିଜ୍ୟ ଏବଂ ଉଦ୍ୟେଗ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ଗାନ୍ଧୀ ନଗରରେ ଏହା କହିଛନ୍ତି । ସେ କହିଛନ୍ତି ଯେ ବିଶ୍ୱର ଅର୍ଥନୀତିରେ ଅନିଶ୍ଚିତତା ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷରେ ସେବା ରପ୍ତାନୀ ପ୍ରାୟ ୨୦ ପ୍ରତିଶତ ବଢି ୩୦୦ ବିଲିୟନ ଡଲାର ଲକ୍ଷ୍ୟ ଅତିକ୍ରମ କରିବ ।

ବିଶ୍ୱ ମାନ୍ଦାବସ୍ଥାକୁ ମାତ୍ ଦେଉଛି ଭାରତ

ଦୁନିଆରେ ମାନ୍ଦାବସ୍ଥା, ମୁଦ୍ରାସ୍ଫୀତି ଉପରେ ଚାପ ଏବଂ ଦରଦାମ ବୃଦ୍ଧି ସତ୍ତ୍ୱେ ସାମଗ୍ରୀ ରପ୍ତାନୀ ଭଲ ରହିଛି । ବାଣିଜ୍ୟ ଏବଂ ଉଗ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ବସ୍ତୁ ରପ୍ତାନୀ କ୍ଷେତ୍ରରେ ଭଲ ବୃଦ୍ଧି ରେକର୍ଡ ହୋଇଛି । ସବୁ ଚାପ ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସ ଏପ୍ରିଲ-ଡିସେମ୍ୱର ୨୦୨୨ରେ ଦେଶର ରପ୍ତାନୀ ୯ ପ୍ରତିଶତ ବଢିଛି ।   

ମେକ୍ ଇନ୍ ଇଣ୍ଡିଆର ପ୍ରଭାବ

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ବିଶ୍ୱ ସ୍ତରରେ ପ୍ରତିକୂଳ ପରିସ୍ଥିତି ତଥା ଦୁନିଆର ପ୍ରତ୍ୟେକ ଭାଗରେ ଆର୍ଥିକ ଚାପର ଖବର ଭିତରେ ଏହି ବର୍ଷ ସନ୍ତୋଷଜନକ ବର୍ଷ ହେବ । ସରକାରଙ୍କ ନୀତିରେ ସୁଧାର ତଥା ମେକ୍ ଇନ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆ ପରି ପଦକ୍ଷେପ ପରିମାଣ ଦେଖାଯିବା ଆରମ୍ଭ ହୋଇଛି ।

ବାଣିଜ୍ୟ ମନ୍ତ୍ରାଳୟର ଡାଟା ଅନୁସାରେ ଏପ୍ରିଲ-ଡିସେମ୍ୱର ୨୦୨୨ ଯାଏ ସେବା ରପ୍ତାନୀର ଆନୁମାନିକ ମୂଲ୍ୟ ୨୩୫.୮୧ ବିଲିୟନ ରହିଛି । ଅନ୍ୟପଟେ ଗୋଟିଏ ବର୍ଷ ପୂର୍ବେ ସମାନ ଅବଧିରେ ଏହା ୧୮୪.୬୫ ବିଲିୟନ ଡଲାର ରହିଥିଲା । ୨୦୨୧-୨୨ରେ ଏହି ରପ୍ତାନୀ ୨୫୪ ବିଲିୟନ ଡଲାରର ସର୍ବକାଳୀନ ରେକର୍ଡ ଛୁଇଁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.