scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସୁଛି ଭାରତର ସମୁଦ୍ରଯାନ, ଉନ୍ମୋଚନ କରିବ ଗଭୀର ସମୁଦ୍ରର ରହସ୍ୟ

4/08/2023 at 10:48 PM

ନୂଆଦିଲ୍ଲୀ, ୦୪/୦୮: ଭାରତ ଏହାର ମହତ୍ବାକାଂକ୍ଷୀ ପ୍ରକଳ୍ପ ସମୁଦ୍ରଯାନ ପାଇଁ ଜୋର୍ ସୋର୍‌ରେ ପ୍ରସ୍ତୁତି ଜାରି ରଖିଛି। ଭାରତର ଏହି ଦ୍ବିତୀୟ ସମୁଦ୍ର ମିଶନରେ ଏକ ବୁଡ଼ାଜାହଜ ମନୁଷ୍ୟଙ୍କ ସହ ଗଭୀର ସମୁଦ୍ରକୁ ଓହ୍ଲାଇବ। ସମୁଦ୍ରରେ ଗଭୀର ରହସ୍ୟକୁ ଉନ୍ମୋଚନ କରିବାକୁ ରହିଛି ଏହାର ଲକ୍ଷ୍ୟ। ତେବେ ଏହା ପୂର୍ବରୁ ୨୦୨୧ରେ ମଧ୍ୟ ସମୁଦ୍ରଯାନ ମିଶନ ଲଞ୍ଚ କରିସାରିଛି। କିନ୍ତୁ ଏହି ମିଶନ ତାହା ବଦଳରେ ବଡ଼ ଏବଂ ବିସ୍ତୃତ।

ଏହି ମେଗା ପ୍ରକଳ୍ପ ସମୁଦ୍ରଯାନ ଅନୁଯାୟୀ ଭାରତ ‘ମତ୍ସ୍ୟ ୬୦୦୦’ ବୁଡ଼ାଜାହଜକୁ ପ୍ରସ୍ତୁତ ଜାରି ରଖିଛି। ଆଶା କରାଯାଉଛି ୨୦୨୪ ସୁଦ୍ଧା ଏହା ସଂପୂର୍ଣ୍ଣ ହୋଇଯିବ ଏବଂ ୨୦୨୬ ସୁଦ୍ଧା ଏହାର ପରୀକ୍ଷଣମୂଳକ ପ୍ରୟୋଗ ଆରମ୍ଭ କରିଦିଆଯିବ। ଏହି ସମୁଦ୍ରଯାନ ମିଶନରେ ତିନି ଜଣକୁ ସମୁଦ୍ରରେ ୬ ହଜାର ମିଟର ତଳକୁ ପଠାଯିବ।

ଏହାର ଉଦ୍ଦେଶ୍ୟ:

ସମୁଦ୍ରଯାନର ଉଦ୍ଦେଶ୍ୟ ରହିଛି ୬ ହଜାର ମିଟର ତଳକୁ ଯାଇ ପାଣିରେ ଅଧ୍ୟୟନ କରିବା ଏବଂ ସମୁଦ୍ରର ରହସ୍ୟ ଉନ୍ମେଚନ କରିବା। ଏଥିପାଇଁ ସମୁଦ୍ରରେ ବିଶେଷଜ୍ଞଙ୍କ ଏକ ଟିମ୍‌ ପଠାଯିବ, ଯେଉଁଥିରେ ୩ ଜଣ ସାମିଲ୍‌ ରହିବେ। ବୈଜ୍ଞାନିକମାନେ ଆଧୁନିକ ସେନ୍ସର ଏବଂ ଉପକରଣ ସହ ଯିବେ। ଏଥିପାଇଁ ଏକ ସ୍ବୟଂଚାଳିତ ଏବଂ ମାନବ ଚାଳିତ ବୁଡ଼ା ଜାହାଜ ପ୍ରସ୍ତୁତ କରାଯାଉଛି। ଯାହା ସାଧାରଣତଃ ୧୨ ଘଣ୍ଟା ପାଣି ଭିତରେ ରହିପାରିବ ଏବଂ ଜରୁରୀ ସ୍ଥିତିରେ ୯୬ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ରହିପାରିବ।

କ’ଣ ପାଇଁ ଜରୁରୀ ?

ଦୁନିଆର ୭୦ ପ୍ରତିଶତ ଭାଗ ହେଉଛି ମହସାଗର। ଆଉ ବଡ଼ କଥା ହେଉଛି ଏହି ଗଭୀର ମହସାଗରର ପ୍ରାୟ ୯୫ ପ୍ରତିଶତ ଅଂଶ ଜନମାନସରୁ ଏବେବି ଅଛପା। ଭାରତ ପାଇଁ ଏହା ମହତ୍ବପୂର୍ଣ୍ଣ କାରଣ ଭାରତ ତିନି ପଟୁ ସମୁଦ୍ରରେ ଘେରି ରହିଛି। ଏମିତିରେ ମତ୍ସ୍ୟ ପାଳନ, ପର୍ଯ୍ୟଟନ, ଜୀବିକା ଏବଂ ବାଣିଜ୍ୟ ଇତ୍ୟାଦି ପାଇଁ ମଧ୍ୟ ଭାରତ ସମୁଦ୍ର ଉପରେ ନିର୍ଭର କରୁଛି। ତେଣୁ ଭାରତ ପାଇଁ ଏହା ଜରୁରୀ ଯେ, ସମୁଦ୍ରରେ ଗଭୀରତା ମଧ୍ୟରେ ଲୁଚିଥିବା ଅଜଣା ତତ୍ତ୍ବ, ଖଣିଜ ଇତ୍ୟାଦିର ସନ୍ଧାନ କରିବ ଯାହା ଏହା ପୂର୍ବରୁ ଖୋଜାଯାଇନାହିଁ।

ଖର୍ଚ୍ଚ ହେବ ୪୦୭୭ କୋଟି:

ଭାରତ ମହାସାଗର ମିଶନ ସମୁଦ୍ରଯାନର ଖର୍ଚ୍ଚ ପ୍ରାୟ ୪୦୭୭ କୋଟି ରହିଛି। ଏଥିରେ ୩ ବର୍ଷ ଅର୍ଥାତ୍‌ ୨୦୨୧ରୁ ୨୦୨୪ ପାଇଁ ଆନୁମାନିକ ଖର୍ଚ୍ଚ ୨୮୩୪ କୋଟି ଅନୁମାନ କରାଯାଇଛି। ସୂଚନାଯୋଗ୍ୟ, ଅକ୍ଟୋବର ୨୦୨୧ରେ ‘ସମୁଦ୍ରଯାନ’ର ଲଞ୍ଚ ସହ ଭାରତ ଆମେରିକା, ରୁଷ, ଜାପାନ, ଫ୍ରାନ୍ସ ଏବଂ ଚୀନ୍‌ ଭଳି ଦେଶଙ୍କ କ୍ଲବ୍‌ରେ ସାମିଲ ହୋଇସାରିଛି। ଯାହାଙ୍କ ପାଖରେ ସମୁଦ୍ରରେ ବିଭିନ୍ନ ଗତିବିଧିକୁ ଜାଣିବା ପାଇଁ ପ୍ରଯୁକ୍ତି ରହିଛି।

   Related Posts