ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

Grammy Award ୨୦୨୩: ‘ଡିଭାଇନ ଟାଇଡ୍’ ପାଇଁ ତୃତୀୟ ଗ୍ରାମୀ ପୁରସ୍କାର ଜିତିଲେ ରିକି କେଜ୍, କହିଲେ-ଭାରତ ପାଇଁ ସମର୍ପିତ

6/02/2023 at 9:25 AM

ଲସ୍ ଆଞ୍ଜେଲ୍ସ: ଭାରତୀୟ ସିନେମା ଓ ସଂଗୀତରେ ବିଦେଶରେ ପ୍ରଭାବ ବଢ଼ିବାରେ ଲାଗିଛି। ଭାରତୀୟ ସିନେମା ଓ ଗୀତ ବିଦେଶ ସମ୍ମାନୀୟ ପୁରସ୍କାର ଜିତୁଛି। ନିକଟରେ RRRର ନାଟୁ ନାଟୁ ଗୀତ ଆମେରିକାରେ ଗୋଲ୍‌ଡେନ୍ ଗ୍ଲୋବ ଆୱାର୍ଡ ଜିତିଥିଲା। ଏବେ ଏକ ଭାରତୀୟ ଆଲବମ ଗୀତ ଆମେରିକାର ଗ୍ରାମୀ ଆୱାର୍ଡ ଜିତିଛି।

ଭାରତୀୟ ସଂଗୀତ ନିର୍ଦ୍ଦେଶକ ରିକି କେଜ୍‌ଙ୍କର ଅଲବମ ‘ଡିଭାଇନ ଟାଇଡ୍‌’କୁ ଗ୍ରାମୀ ପୁରସ୍କାର ମିଳିଛି। ବେଷ୍ଟ ଇମର୍ସିଭ୍ ଅଡିଓ ଆଲବମ କ୍ୟାଟେଗୋରୀରେ ଏହି ଆଲବମ ଗ୍ରାମୀ ପୁରସ୍କାର ହାତେଇଛି। ରିକି କେଜ୍‌ ଏହି ପୁରସ୍କାରକୁ ବ୍ରିଟିସର ଡ୍ରମ ବାଦକ ଷ୍ଟେୱାର୍ଟ କପଲାଣ୍ଡଙ୍କ ସହ ଶେୟାର କରିଛନ୍ତି। ତେବେ ୩ଟି ଗ୍ରାମୀ ପୁରସ୍କାର ଜିତିଥିବା ରିକି କେଜ୍ ପ୍ରଥମ ଭାରତୀୟ ହୋଇଛନ୍ତି।

ରିକି ଏହି ପୁରସ୍କାର ଜିତିବା ପରେ ତାଙ୍କ ସହଯୋଗୀ ବ୍ରିଟିସର ରକ୍ ବ୍ୟାଣ୍ଡ ‘ଦି ପୁଲିସ’ର ଡ୍ରମ ବାଦକ ଷ୍ଟେୱାର୍ଟ କପଲାଣ୍ଡଙ୍କ ସହ ପୁରସ୍କାର ଧରି ଇନଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି। ମୋର ତୃତୀୟ ଗ୍ରାମୀ ପୁରସ୍କାର ପାଇଁ ମୁଁ ଆପଣମାନଙ୍କ ପାଖରେ ବହୁତ କୃତଜ୍ଞ।

ପଢନ୍ତୁ- ୨୦୨୨ର ବିଶ୍ୱବ୍ୟାପୀ ସର୍ବାଧିକ ଆୟକାରୀ ଭାରତୀୟ ସିନେମା ଦୌଡ଼ରେ RRR; ଜାପାନରେ କରୁଛି କମାଲ

ତେବେ ସବୁଠାରୁ ବଡ଼ କଥା ହେଲା ଆମେରିକାରେ ଦିଆଯାଉଥିବା ଏଭଳି ସମ୍ମାନ ପାଇଁ ରିକି ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧି ଯାଇଥିଲେ। ସେଠାରେ ପୁରସ୍କାର ଗ୍ରହଣ କରିବା ପରେ ସହଯୋଗୀଙ୍କ ସହ ଫଟୋ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି। ଏହା ପୂର୍ବରୁ ୨୦୨୨ରେ ରିକି କେଜ୍ ଏହି ଆଲ୍‌ବମ ପାଇଁ ଦ୍ୱିତୀୟ ଗ୍ରାମୀ ଆୱାର୍ଡ ଜିତିଥିଲେ। ସେହିପରି ୨୦୧୫ରେ ‘ୱିଣ୍ଡୋ ଅଫ୍ ସମସାରା’ ଆଲବମ ପାଇଁ ପ୍ରଥମ ଗ୍ରାମୀ ପୁରସ୍କାର ହାତେଇଥିଲେ ରିକି କେଜ୍ । ନିକଟରେ ନିଜର ଓଡ଼ିଶା ଯାତ୍ରା ସମୟରେ ନ୍ୟୁଜ ୭କୁ ସାକ୍ଷାତକାର ଦେଇ ପ୍ରଭୁ ଜଗନ୍ନାଥଙ୍କ ଉପରେ ଗୀତ କରିବା ନେଇ ଇଚ୍ଛା ରଖିଥିବା କହିଥିଲେ ରିକି କେଜ୍ । ଦେଖନ୍ତୁ…

ଆମେରିକାରେ ଦିଆଯାଉଥିବା ଗ୍ରାମୀ ଆୱାର୍ଡ ଏକ ମ୍ୟୁଜିକ ଆୱାର୍ଡ। ବିଭିନ୍ନ ବର୍ଗରେ ଭଲ ପ୍ରଦର୍ଶନ କରୁଥିବା ଗୀତଗୁଡିକୁ ଏହି ପୁରସ୍କାର ମିଳିଥାଏ। ଚଳିତ ବର୍ଷ ଫେବ୍ରୁଆରୀ ୬ ତାରିଖରେ ଆମେରିକାର ଲସ୍ ଆଞ୍ଜେଲେସ୍‌ରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ରିକି ତୃତୀୟ ଥର ପାଇଁ ଗ୍ରାମୀ ପୁରସ୍କାର ଜିତିଛନ୍ତି। ୧୦୧୫ରେ ‘ୱିଣ୍ଡୋ ଅଫ୍ ସମସାରା’ ପାଇଁ କେଜ୍ ପ୍ରଥମ ଗ୍ରାମୀ ପୁରସ୍କାର ଜିତିଥିବା ବେଳେ ‘ଡିଭାଇନ ଟାଇଡ୍‌’ ଆଲବମ ପାଇଁ ଦୁଇଟି ପୁରସ୍କାର ଜିତିଛନ୍ତି।

   Related Posts