scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହଙ୍ଗାମାଡ଼ରୁ ସାମାନ୍ୟ ଆଶ୍ୱସ୍ତି: ମେ’ରେ ମୁଦ୍ରାସ୍ଫୀତି ୭.୦୪%, ଏପ୍ରିଲ୍‌ରେ ଭାଙ୍ଗିଥିଲା ୮ ବର୍ଷର ରେକର୍ଡ

13/06/2022 at 6:52 PM

ନୂଆଦିଲ୍ଲୀ: ମେ ମାସରେ ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ଜନତା। କାରଣ ମେ ମାସରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଖାଦ୍ୟସାମଗ୍ରୀ ଠାରୁ ଆରମ୍ଭ କରି ଇନ୍ଧନ, ବିଜୁଳି ମୂଲ୍ୟ, କପଡ଼ା ଓ ଜୋତା କ୍ଷେତ୍ରରେ ଆଦି ମହାଙ୍ଗା ସ୍ଥିତି କମିବାରୁ ମେ ମାସରେ ମୁଦ୍ରାସ୍ଫୀତି ହାର କମିଛି।

ସୋମବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଗ୍ରାହକ ମୂଲ୍ୟ ସୂଚକାଙ୍କ(ସିପିଆଇ) ଆଧାରିତ ଖୁଚୁରା ବଜାରରେ ମୁଦ୍ରାସ୍ଫୀତି ହାର କମି ୭.୦୪% ହୋଇଛି। ଯାହା ଏପ୍ରିଲ୍‌ରେ ୭.୭୯ % ଥିଲା।

ଗତବର୍ଷ ମୁଦ୍ରାସ୍ଫୀତିକୁ ଦେଖିଲେ ଏବେ ବି ଏହା ଖୁବ୍ ଅଧିକ ରହିଛି। ୨୦୨୧ରେ ୬.୩୦% ଥିଲା। ଖାଦ୍ୟ ମହଙ୍ଗା ଦର ୮.୩୮%ରୁ କମି ୭.୯୭% ହୋଇଥିଲା। ତେବେ ଲଗାତର ୫ ମାସ ହେଲା ମୁଦ୍ରାସ୍ଫୀତି RBIର ୬% ଉପରେ ରହିଛି।

ଜାନୁଆରୀ ୨୦୨୨ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୦୧ % ଥିବା ବେଳେ ଫେବ୍ରୁଆରୀରେ ୬.୦୭%, ମାର୍ଚ୍ଚରେ ୬.୯୫% ଓ ଏପ୍ରିଲ୍‌ରେ ୮ବର୍ଷର ରେକର୍ଡ ଭାଙ୍ଗି ମୁଦ୍ରାସ୍ଫୀତି ୭.୭୯%ରେ ପହଞ୍ଚିଥିଲା ।

କେଉଁଥିରେ କେତେ ହ୍ରାସ ହେଲା ମୁଦ୍ରାସ୍ଫୀତି ?

ଖାଦ୍ୟ ସମାଗ୍ରୀ ବା ଫୁଡ୍‌ରେ ମହଙ୍ଗା ସ୍ଥିତି ଗତ ମାସ ଅପେକ୍ଷା ୮.୩୮ ପ୍ରତିଶତ ହ୍ରାସ ପାଇ ୭.୯୭ ହୋଇଛି। ସେହିପରି ପନିପରିବାରେ ୧୫.୪୧% ହ୍ରାସ ପାଇ ୧୮.୨୬%, ବିଜୁଳି, ଇନ୍ଧନରେ ୧୦.୮୦% ହ୍ରାସ ପାଇ ୯.୫୪%, ହାଉସିଂରେ ୩.୪୭% ହ୍ରାସ ପାଇ ୩.୭୧ %, କପଡ଼ା ଓ ଜୋତାରେ ୯.୮୫% ହ୍ରାସ ପାଇ ୮.୮୫% ଓ ଡାଲିରେ ୧.୮% ହ୍ରାସ ପାଇ ୪.୨% ହୋଇଛି।

ଜନ ଜୀବନକୁ କେମିତି ପ୍ରଭାବିତ କରେ ମହଙ୍ଗା ସ୍ଥିତି?

ମହଙ୍ଗା ସ୍ଥିତିର ସିଧା ସମ୍ପର୍କ ପର୍ଚ୍ଚେଜିଂ ପାୱାର ବା କ୍ରୟ କ୍ଷମତା ସହ ଜଡ଼ିତ। ଉଦାହରଣ ସ୍ୱରୁପ- ଯଦି ମହାଙ୍ଗା ଦର ୭% ଅଛି ତେବେ ପାଖରେ ଥିବା ୧୦୦ ଟଙ୍କାର ମୂଲ୍ୟ ମାତ୍ର ୯୭ ଟଙ୍କା ହେବ। ମହଙ୍ଗା ସ୍ଥିତିରେ ଟଙ୍କା ମୂଲ୍ୟ କମୁଥିବାରୁ ସ୍ଥିତି ଦେଖି ନିବେଶ କରିବା ଉଚିତ୍ ବୋଲି କୁହାଯାଏ। ଋଷ ଓ ବ୍ରାଜିଲ୍‌କୁ ଛାଡ଼ିଦେଲେ ପାଖାପାଖି ଅନେକ ଦେଶର ସୁଧ ହାର ନେଗେଟିଭ୍ ରହିଛି। ଯାହାର ଅର୍ଥ ହେଲା ଫିକ୍ସ୍ଡ ଡିପୋଜିଟ୍‌ରେ ମହଙ୍ଗା ସ୍ଥିତି ଠାରୁ କମ ସୁଧ ମିଳିବା।

ମହଙ୍ଗା ଦର କେମିତି ବଢ଼େ ଓ କମେ ?

ମହଙ୍ଗା ଦର ବଢ଼ିବା ଓ କମିବା ସାମଗ୍ରୀର ଚାହିଦା ଓ ସେହି ଅନୁସାରେ ରପ୍ତାନୀ ହେଉଛି କି ନାହିଁ ତା ଉପରେ ନିର୍ଭରେ କରେ। ଯଦି ଲୋକଙ୍କ ପାଖରେ ଅଧିକ ଟଙ୍କା ହେବ, ତେବେ ସେମାନେ ଅଧିକ କିଣାକିଣି କରିବେ। ଅଧିକ ସମାଗ୍ରୀ କିଣିବା ଦ୍ୱାରା ସାମଗ୍ରୀର ଚାହିଦା ବୃଦ୍ଧି ହେବ। ଆଉ ଯଦି ଚାହିଦା ଅନୁସାରେ ରପ୍ତାନୀ ଠିକ୍ ଭାବେ ହେଲାନି ତେବେ ଯାଇ  ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟେ।

ଫଳରେ ବଜାରରେ ମହଙ୍ଗା ସ୍ଥିତି ଉପୁଜିଥାଏ। ସରଳ ଭାଷାରେ କହିବାକୁ ଗଲେ ବଜାରରେ ଅତ୍ୟଧିକ ଖର୍ଚ୍ଚ କିମ୍ବା ସାମଗ୍ରୀର ଅଭାବ ହଁ ଦରବୃଦ୍ଧିର କାରଣ ହୋଇଥାଏ। ସେହିପରି ଦର ହ୍ରାସ ହେବାର କୌଶଳ ଏହାର ଓଲଟା। ଅର୍ଥାତ ରପ୍ତାନୀ ଅନୁସାରେ ଚାହିଦା ନ ରହିଲେ ସାମଗ୍ରୀର ମୂଲ୍ୟ କମିଯିବ। ଫଳରେ ସାମଗ୍ରୀକ ମହଙ୍ଗା ଦର ବି ହ୍ରାସପାଇବ।

ଦରବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ RBI

ଦର ବୃଦ୍ଧିକୁ ରୋକିବାକୁ ହେଲେ ବଜାରରେ ଅତ୍ୟଧିକ ଖର୍ଚ୍ଚକୁ କମାଇବାକୁ ପଡ଼ିଥାଏ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା RBI ରେପୋ ରେଟ୍ ବଢ଼ାଏ। ନିକଟରେ ମହଙ୍ଗା ସ୍ଥିତିକୁ ଦେଖି ଚିନ୍ତା ପ୍ରକଟ କରି RBI ରେପୋରେଟକୁ ୦.୫୦% ବଢ଼ାଇଥିଲା। ଏଥିରେ ରେପୋରେଟ୍ ୪.୪୦%ରୁ ବଢ଼ି ୪.୯୦% ହୋଇଥିଲା। ଫଳରେ ବ୍ୟାଙ୍କଗୁଡ଼ିକ ହୋମଲୋନ ଠାରୁ ଆରମ୍ଭ କରି ଅଟୋ ଓ ବ୍ୟକ୍ତିଗତ ଋଣକୁ ମହଙ୍ଗା କରିଦେଲେ। ସୁଧ ବଢ଼ିବା କାରଣରୁ ଉପଭୋକ୍ତାମାନେ ବ୍ୟାଙ୍କରୁ କମ ଋଣ ନିଅନ୍ତି। ଟଙ୍କା କମ ହେବାରୁ ଚାହିଦା କମ୍ ଓ ରପ୍ତାନୀ ବଢ଼ିଯାଏ। ତେଣୁ ଗଚ୍ଛିତ ବସ୍ତୁର ବ୍ୟବହାର ପାଇଁ ଏହାର ମୂଲ୍ୟ କମାଇ ଦିଆଯାଇଥାଏ। ଫଳରେ ଉପଭୋକ୍ତା ସହଜରେ କିଣିପାରିଥାଏ।

ଏବେ ବୁଝନ୍ତୁ ସିପିଆଇ(ଗ୍ରାହକ ମୂଲ୍ୟ ସୂଚକାଙ୍କ) କଣ ?

ବିଶ୍ୱରେ ମହଙ୍ଗା ଦରକୁ ମାପିବା ପାଇଁ WPI(ହୋଲ୍‌ସେଲ୍ ପ୍ରାଇସ୍ ଇଣ୍ଡେକ୍ସ)ର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଭାରତରେ ଏମିତି ହୁଏ ନାହିଁ। ଆମ ଦେଶରେ WPI ସହ CPIକୁ ବି ମହଙ୍ଗାଦର ଆକଳନ ପାଇଁ ବ୍ୟବହାର କରାଯାଇଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ଓ କ୍ରେଡିଟ୍  ସହ ଜଡ଼ିତ ଆର୍ଥିକ ନୀତିକୁ ନିର୍ଦ୍ଧାରିତ କରିବା ପାଇଁ ହୋଲ୍‌ସେଲ୍ ମୂଲ୍ୟ ନୁହେଁ ବରଂ ଖୁଚୁରା ମହଙ୍ଗା ଦରକୁ ମୁଖ୍ୟ ମାନକ(ମ୍ୟାନ୍ ଷ୍ଟାଣ୍ଡାର୍ଡ) ବୋଲି ବିବେଚନା କରିଥାଏ। ଅର୍ଥ ବ୍ୟବସ୍ଥାରେ WPI ଓ CPI ପରସ୍ପରକୁ ପ୍ରଭାବିତ କରିଥାଏ।। ତେଣୁ ଯଦି WPI ବଢ଼େ ତେବେ  CPI  ବି ବଢିବ।

ଖୁଚୁରା ମହଙ୍ଗା ଦର କେମିତି ନିର୍ଦ୍ଧାରିତ କରାଯାଇଥାଏ ?

ଅଶୌଧିତ ତୈଳ, ସାମଗ୍ରୀର ମୂଲ୍ୟ, ନିର୍ମାଣ ମୂଲ୍ୟ ବ୍ୟତୀତ ଅନ୍ୟ କେତେକ ସାମ୍ରୀକୁ ନେଇ ଖୁଚୁରା ମହଙ୍ଗା ଦର ନିର୍ଦ୍ଧାରିତ କରାଯାଇଥାଏ। ଏପରି ପ୍ରାୟ ୨୯୯ ସାମଗ୍ରୀ ରହିଛି ଯେଉଁଗୁଡ଼ିକର ମୂଲ୍ୟ ବୃଦ୍ଧିକୁ ନେଇ ରିଟେଲ୍ ମହଙ୍ଗା ଦର ନିର୍ଦ୍ଧାରିତ କରାଯାଇଥାଏ।

   Related Posts