Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ତୁର୍କୀ ଭୂମିକମ୍ପ ପୀଡ଼ିତଙ୍କ ପାଇଁ ଦେବଦୂତ NDRF, ୪ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ୮ବର୍ଷର ଶିଶୁ

11/02/2023 at 9:08 AM

ନୂଆଦିଲ୍ଲୀ: ମାଟି ତଳୁ ବଞ୍ଚିଲା ଜୀବନ । ୪ ଦିନର ସଂଘର୍ଷ ପରେ ସୁରକ୍ଷିତ ଉଦ୍ଧାର । ୮ବର୍ଷ ବୟସ୍କ ଏକ ଶିଶୁର ଜୀବନ ବଞ୍ଚାଇ ଦେଇଛନ୍ତି ଭାରତୀୟ ଉଦ୍ଧାରକାରୀ ଦଳ । ଏନଡିଆର୍‌ଫ ଟିମ୍ ତୁର୍କୀ ଭୂମିକମ୍ପରେ ମାଟି ତଳେ ଫଶି ରହିଥିବା ଏକ ଛୋଟ ପିଲାକୁ ୪ଦିନ ପରେ ଉଦ୍ଧାର କରିଛି । ଶିଶୁ ଏବେ ସୁରକ୍ଷିତ ଥିବା ସୂଚନା ମିଳିଛି ।

ପିଟିଆଇ ରିପୋର୍ଟ ଅନୁଯାୟୀ, ଭାରତୀୟ ସେନା ଓ ଏନଡିଆର୍‌ଏଫ ଟିମ୍ ତୁର୍କୀରେ ଅପରେସନ ଦୋସ୍ତି ଆରମ୍ଭ କରିଛି । ଭୂମିକମ୍ପ ପୀଡ଼ିତଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ଏନଡିଆରଏଫ ପକ୍ଷରୁ ଗାଜିୟାଣ୍ଟେପ ପ୍ରାନ୍ତରେ ଏକ ୩୦ ଟିକିଆ ବେଡ୍ ବିଶିଷ୍ଟ ହସ୍ପିଟାଲ ପ୍ରସ୍ତୁତ କରି ଆହତଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି । ଏନଡିଆରଏଫ ଟିମ୍ ଗୁରୁବାର ଏକ ୮ବର୍ଷର ଶିଶୁକୁ ମାଟି ତଳୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଟିମ୍ । ଭୂମିକମ୍ପର ୪ଦିନ ପରେ ଜୀବନ ବଞ୍ଚିଯାଇଛି । ଶିଶୁକୁ ରେସକ୍ୟୁ କରି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏନେଇ ଭରତୀୟ ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହା ପୂର୍ବରୁ ଏନଡିଆରଏଫ ଟିମ୍ ଏକ ୬ ବର୍ଷର ଶିଶୁକୁ ଧ୍ବଂସାବଶେଷ ତଳୁ ଉଦ୍ଧାର କରିଥିଲା ।  

ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ପ୍ରାୟ ୨୩ ହଜାର ୩୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮୩ ହଜାର ୮ଜଣ ଆହତ ହୋଇଛନ୍ତି । କେବଳ ତୁର୍କୀରେ ୧୯ ହଜାର ୮୩୩ଜଣ ପ୍ରାଣ ହରାଇଛନ୍ତି । ସେହିପରି ୭୭ ହଜାର ୭୧୧ ଜଣ ଆହତ ହୋଇଛନ୍ତି । ସିରିଆରେ ୪ ହଜାର ୪୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ହଜାର ୨୯୭ଜଣ ଆହତ ହୋଇଛନ୍ତି ।

   Related Posts