ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଅଷ୍ଟ୍ରେଲିଆ ସିରିଜରେ ଭାରତର ଅସଲ ପରୀକ୍ଷା, ଜିତିଲେ ଦଳକୁ ମିଳିବ ଏହି ସବୁ ସଫଳତା

3/02/2023 at 6:22 PM

ନୂଆଦିଲ୍ଲୀ:  କ୍ରିକେଟ୍‌ର ସବୁଠୁ ବଡ ଲଢେଇ ଆରମ୍ଭ ହେବାକୁ ଯାଉଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫେବୃଆରୀ ୯ରୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟ୍ରଫି। ଘରୋଇ ମାଟିରେ ଖେଳା ଯାଉଥିବା ଶୃଙ୍ଖଳାରେ ଭାରତର ପଲ୍ଲା ଭାରି ରହିଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ପ୍ରଥମ ଥର ଏତେ ବଡ ଶୃଙ୍ଖଳା ଖେଳିବାକୁ ଯାଉଛି।

ଭାରତୀୟ ଦଳ ପାଇଁ ଏହି ଟେଷ୍ଟ ଶୃଙ୍ଖଳା ବହୁତ ଗୁରୁତ୍ଵବହନ କରୁଛି। କାରଣ ସିରିଜ୍‌ରେ ବହୁତ କିଛି ବାଜିରେ ଲାଗିଚି। ଟି-୨୦ ଏବଂ ଦିନିକିଆ ପରେ ଭାରତୀୟ ଦଳ ଟେଷ୍ଟରେ ମଧ୍ୟ ଏକ ନମ୍ବର ହୋଇପାରେ। ଦଳ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ରେ ପହଞ୍ଚିବା ଦୌଡରେ ବି ରହିଛି।

ଜିତିଲେ ମିଳିବ ଫାଇନାଲ୍ ଟିକେଟ୍

ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ରେ ପହଞ୍ଚିବା ପାଇଁ ହେଲେ ଭାରତକୁ ଶୀର୍ଷ-୨ରେ ରହିବା ଜରୁରୀ। ବର୍ତ୍ତମାନ ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନରେ ରହିଛି ଏବଂ ଭାରତ ଦ୍ଵିତୀୟରେ ରହିଛି। ଯଦି ଭାରତ ଟେଷ୍ଟ ଶୃଙ୍ଖଳାରେ ବିଜୟ ହାସଲ କରେ ତେବେ ଦଳ ଦ୍ଵିତୀୟ ସ୍ଥାନରେ ବଳବତ୍ତର ରହିବ। ଯଦି କିଛି ବିପର୍ଯ୍ୟୟ ଘଟେ ତେବେ ଫାଇନାଲ୍‌ରୁ ଦୌଡରୁ ବାଦ୍ ପଡିପାରେ। ଭାରତ ପ୍ରଥମ ସଂସ୍କରଣରେ ବିଶ୍ଵ  ଟେଷ୍ଟ ଚାମ୍ପିଅନସିପରେ ଫାଇନାଲ୍‌ରେ ପହଞ୍ଚିଥିଲା, ତେବେ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ନିକଟରୁ ଦଳ ହାରିଥିଲା।

ନମ୍ବର-୧ ଟେଷ୍ଟ ହେବାର ସୁଯୋଗ

ନ୍ୟୁଜିଲାଣ୍ଡକୁ ଶୃଙ୍ଖଳା ହରାଇ ଭାରତୀୟ ଦଳ ଦିନିକିଆ ମାନ୍ୟତାରେ ଶୀର୍ଷକୁ ଉଠିଛି। ଦଳ ଟି-୨୦ ଅନ୍ତର୍ଜାତୀୟରେ ବି ଶୀର୍ଷରେ ରହିଛି। ଯଦି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଜିତିନିଏ ତେବେ ଦଳ ଏକ ନମ୍ବର ସ୍ଥାନକୁ ପହଞ୍ଚିପାରେ।

ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଗତ ତିନୋଟି ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। ଏମିତିରେ ରୋହିତ ଶର୍ମାଙ୍କ ସାମ୍ନାରେ ଏହି ସଫଳତାକୁ ବଜାୟ ରଖିବାର ଚ୍ୟାଲେଞ୍ଜ ରହିବ। ଭାରତୀୟ ଦଳର ଷ୍ଟାର ଟେଷ୍ଟ ବ୍ୟାଟର ଚେତେଶ୍ଵର ପୂଜାରାଙ୍କ ପାଇଁ ମଧ୍ୟ ଏହି ଶୃଙ୍ଖଳା ଗୁରୁତ୍ଵପୂର୍ଣ୍ଣ ହେବାକୁ ଯାଉଛି। ଖରାପ ଫର୍ମ କାରଣରୁ ସେ ଦଳରୁ ବାଦ୍ ପଡିଥିଲେ ଏବଂ ଏବେ ସେ ପ୍ରତ୍ୟାବର୍ତ୍ତନ  କରିଛନ୍ତି। ତେଣୁ ଭାରତର ବର୍ତ୍ତମାନ ଦ ଓ୍ଵାଲ କୁହାଯାଉଥିବା ପୂଜାରାଙ୍କୁ ନିଜର ରନ ଗତିକୁ ଜାରି ରଖିବାକୁ ପଡିବ।

ଅଷ୍ଟ୍ରେଲିଆର ଭାରତ ଗସ୍ତ

ପ୍ରଥମ ଟେଷ୍ଟ- ଫେବୃଆରୀ ୯ରୁ ୧୩, ନାଗପୁର

ଦ୍ଵିତୀୟ ଟେଷ୍ଟ- ଫେବୃଆରୀ ୧୭ରୁ ୨୧, ଦିଲ୍ଲୀ

ତୃତୀୟ ଟେଷ୍ଟ- ମାର୍ଚ୍ଚ ୧ରୁ ୫, ଧର୍ମଶାଳା

ଚତୁର୍ଥ ଟେଷ୍ଟ- ମାର୍ଚ୍ଚ ୯ରୁ ୧୩, ଅହମ୍ମଦାବାଦ  

   Related Posts