ନୂଆଦିଲ୍ଲୀ: ଶେଷ ହୋଇପାରେ ଟେକ୍ନୋଲୋଜି କମ୍ପାନି ଆପଲ, ଗୁଗଲ ଏବଂ ମେଟାର ଆଧିପତ୍ୟ । କାରଣ ଭାରତ ସରକାର ଏକ ନୂଆ ଆଇନ ଉପରେ ବିଚାର କରୁଛନ୍ତି। ଯାହା ଏଭଳି ଟେକ୍ନୋଲୋଜି କମ୍ପାନିଙ୍କ ଉପରେ କିଛି ଲଗାମ ଲଗାଇବ। ଯାହା କମ୍ପାନିଙ୍କ ବ୍ୟବସାୟକୁ ପ୍ରଭାବିତ ମଧ୍ୟ କରିପାରେ। ଏହି ଆଇନ୍ ୟୁରୋପୀୟ ୟୁନିୟନର ନିୟମ ଭଳି ହେବ। ସେପେଟ ଆମେରିକାର ଏକ ବଡ଼ ବାଣିଜ୍ୟ ସଂଗଠନ ଏହି ଆଇନର ବିରୋଧ ମଧ୍ୟ କରୁଛି। ଏହି ନୂଆ ଆଇନକୁ ‘‘ଡିଜିଟାଲ କମ୍ପିଟିସନ ବିଲ୍’’ କୁହାଯାଏ। ଏହାର ଉଦ୍ଦେଶ୍ୟ ବର୍ତ୍ତମାନ ନିୟମ ସହ ମିଶି ବଜାରରେ ସୁସ୍ଥ ପ୍ରତିଯୋଗିତକୁ ପ୍ରୋତ୍ସାହିତ କରିବା।
ତେବେ ଏହି ନିୟମ ସେହି କମ୍ପାନିଙ୍କ ଉପରେ ଲାଗୁ ହେବ ଯେଉଁମାନେ ଡିଜିଟାଲ କ୍ଷେତ୍ରରେ ମହତ୍ବପୂର୍ଣ୍ଣ କମ୍ପାନି ଭାବରେ ଗଣାଯାଉଛନ୍ତି। ଏଥିରେ ସେହି କମ୍ପାନିମାନେ ସାମିଲ ଅଛନ୍ତି ଯେଉଁମାନଙ୍କର ଭାରତରେ ବାର୍ଷିକ ଆୟ ୩୬୦୦ କୋଟିରୁ ଅଧିକ ରହିଛି। କିମ୍ବା ବୈଶ୍ବିକ ଆୟ ୨୨୫,୦୦୦ କୋଟି ଟଙ୍କାରୁ ଅଧିକ । ଏହା ସହ ଯେଉଁ କମ୍ପାନିର ଭାରତରେ ସର୍ବନିମ୍ନ ୧୦ କୋଟି ଉପଭୋକ୍ତା ରହିଛନ୍ତି। ଅବଶ୍ୟ ଏପର୍ଯ୍ୟନ୍ତ ଆଇନକୁ ସଂସଦଙ୍କୁ ମଞ୍ଜୁରୀ ମିଳିନାହିଁ। କୁହାଯାଉଛି ଆପଲ, ଗୁଗଲ, ମେଟା ଏବଂ ଆମାଜନ ଭଳି ବଡ଼ କମ୍ପାନି ଏହି ଆଇନର ପରିଧି ମଧ୍ୟରେ ଆସିପାରନ୍ତି।
ଭାରତ ସରକାରଙ୍କ ଅନୁଯାୟୀ, ଡିଜିଟାଲ ମାର୍କେଟରେ କିଛି ବଡ଼ କମ୍ପାନିଙ୍କର ଦବଦବା ଦେଖିବାକୁ ମିଳୁଛି। ଏହି କମ୍ପାନିମାନେ ସଂପୂର୍ଣ୍ଣ ବଜାରକୁ ନିୟନ୍ତ୍ରଣ କରୁଛନ୍ତି। ଫଳରେ ଛୋଟ ବ୍ୟବସାୟୀ ଏବଂ ନୂଆ ବ୍ୟବସାୟୀଙ୍କୁ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ୁଛି। ଏମିତିରେ ସରକାର ଏହି ଅସନ୍ତୁଳନକୁ କମ୍ କରିବାକୁ ଚାହୁଛନ୍ତି। ଯେପରି ବଜାରରେ ସୁସ୍ଥ ଏବଂ ସ୍ବଚ୍ଛ ପ୍ରତିଯୋଗିତା ବଜାୟ ରହିବ। ଆଉ ଏଥିପାଇଁ ଏକ ନୂଆ ଆଇନ ଆଣିବାକୁ ଯୋଜନା କରାଯାଉଛି।
ପ୍ରସ୍ତାବ ଅନୁଯାୟୀ, ଏହି ଆଇନ୍ ଅନ୍ତର୍ଗତ ଆସୁଥିବା କମ୍ପାନିଙ୍କୁ ବଜାରରେ ନିରପେକ୍ଷ ଆଭିମୁଖ୍ୟ ରଖିବାକୁ ହେବ। ଆଉ ଯଦି ସେମାନେ ଏଭଳି ନକରନ୍ତି ତେବେ ତାଙ୍କ ଉପରେ ଜରିମାନା ଲଗାଯାଇପାରେ। ଏହା ସହ କମ୍ପାନି ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଭୁଲ୍ ବ୍ୟବହାର କରାଯାଇପାରିବେ ନାହିଁ ଏବଂ ନିଜ ପ୍ଲାଟଫର୍ମରୁ ନିଜକୁ ଅନୁଚିତ ଫାଇଦା ପହଞ୍ଚାଇପାରିବେନାହିଁ। ୟୁଜର୍ସଙ୍କୁ ନିଜ ପସନ୍ଦର ଆପ୍ ଡାଉନଲୋଡ କରିବା ଏବଂ ଡିଭାଇସର ଡିଫଲ୍ଟ ସେଟିଂ ବାଛିବା ପାଇଁ ସ୍ବତନ୍ତ୍ରତା ମଧ୍ୟ ମିଳିବ। ଅବଶ୍ୟ ଏହି ପ୍ରସ୍ତାବ ଉପରେ ଏବେ କର୍ପୋରେଟ ମନ୍ତ୍ରାଳୟ ବିଚାର କରିବ।
ତେବେ ଏମିତିରେ ଗୋଟିଏ ପଟେ ଅନେକ ଟେକ୍ କମ୍ପାନି ପୂର୍ବରୁ ହିଁ ଭାରତ ସରକାରଙ୍କ ଯାଞ୍ଚ ଘେରରେ ଅଛନ୍ତି। ଆମାଜନ ଏବଂ ଫ୍ଲିପ୍କାର୍ଟ ଉପରେ ଅଭିଯୋଗ ରହିଛି ଯେ, ଏମାନେ ନିଜ ଇ-କମର୍ସ ପ୍ଲାଟଫର୍ମରେ କିଛି ଖାସ୍ ବ୍ୟବସାୟୀଙ୍କୁ ଫାଇଦା ପହଞ୍ଚାଉଛନ୍ତି। ଯାହାଦ୍ବାରା ଅନ୍ୟ କମ୍ପାନିଙ୍କୁ କ୍ଷତି ହେଉଛି। ଅନ୍ୟପଟେ, ଗୁଗଲ ଉପରେ ଜରିମାନା ଲାଗିଛି ଯେ, ଅଭିଯୋଗ ହୋଇଛି ଗୁଗଲ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମରେ ନିଜର ଆଧିପତ୍ୟର ଭୁଲ୍ ବ୍ୟବହାର କରୁଛି।
ଗୁଗଲ ୟୁଜର୍ସକୁ ଏହି ସୁବିଧା ଦେଉନାହାଁନ୍ତି ଯେ, ସେ ପୂର୍ବରୁ ଇନଷ୍ଟଲ କରାଯାଇଥିବା ଆପ୍କୁ ହଟାଇପାରିବେ। ଏହା ବ୍ୟତୀତ, ଗୁଗଲ ଏବଂ ଆପଲ ଉପରେ ମଧ୍ୟ ଯାଞ୍ଚ ଜାରି ରହିଛି। ଏମାନଙ୍କ ଉପରେ ଅଭିଯୋଗ ରହିଛି ଯେ, କମ୍ପାନିମାନେ ଏହି ଆପ୍ରୁ ପର୍ଚେଜ (କ୍ରୟ) ସିଷ୍ଟମକୁ ଅଧିକ ଫାଇଦା ପହଞ୍ଚାଉଛନ୍ତି। ଯାହାଦ୍ବାରା କମ୍ପାନିକୁ କ୍ଷତି ପହଞ୍ଚାଉଛନ୍ତି। ଅବଶ୍ୟ ଏହାକୁ କମ୍ପାନିମାନେ ଅଗ୍ରାହ୍ୟ କରିଛନ୍ତି।