Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ରୁଷରୁ ରେକର୍ଡ ସ୍ତରରେ ଅଶୋଧିତ ତେଲ କିଣିଲା ଭାରତ, ଫେବ୍ରୁଆରୀରେ ପ୍ରତିଦିନ ଆମଦାନୀ ୧୬ ଲକ୍ଷ ବ୍ୟାରେଲ

5/03/2023 at 9:53 PM

ନୂଆଦିଲ୍ଲୀ: ରୁଷଠାରୁ ଭାରତର ତେଲ ଆମଦାନୀ ଫେବ୍ରୁଆରୀରେ ବଢି ପ୍ରତିଦିନ ରେକର୍ଡ ୧୬ ଲକ୍ଷ ବ୍ୟାରେଲ ହୋଇଛି । ଏହା ଭାରତର ପାରମ୍ପାରିକ ଯୋଗାଣକାରୀ ଇରାକ ଏବଂ ସାଉଦି ଆରବଠାରୁ ମୋଟ ତେଲ ଆମଦାନୀକୁ ମଧ୍ୟ ଟପିଛି । ତେଲର ଆମଦାନୀ ଏବଂ ରପ୍ତାନୀ ଉପରେ ନଜର ରଖୁଥିବା ସଂସ୍ଥା ଭଣ୍ଟେକ୍ସା କହିଛି ଯେ ଭାରତ ଯେତିକି ମାତ୍ରାରେ ତେଲ ଆମଦାନୀ କରୁଛି, ତାହାର ଏକ ତୃତୀୟାଂଶରୁ ଅଧିକ ଯୋଗାଣ କେବଳ ରୁଷ କରିଛି । ଲଗାତାର ପଞ୍ଚମ ମାସରେ ଭାରତ ପାଇଁ ରୁଷ ସବୁଠୁ ବଡ଼ ଅଶୋଧିତ ତୈଳ ଯୋଗାଣକାରୀ ହୋଇଛି ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତର ତେଲ ଆମଦାନୀରେ ରୁଷ ଯୋଗଦାନ ଏକ ପ୍ରତିଶତରୁ ବି କମ ରହିଥିଲା । ତେବେ ଗତ ଫେବ୍ରୁଆରୀରେ ଏହା ୩୫ ପ୍ରତିଶତ ବଢି ୧୬.୨୦ ଲକ୍ଷ ବ୍ୟାରେଲ ପ୍ରତିଦିନ ହୋଇଛି । ରୁଷରୁ ଭାରତର ଆମଦାନୀ ବଢିବାର ପ୍ରଭାବ ସାଉଦି ଏବଂ ଆମେରିକାରୁ ହେଉଥିବା ଆମଦାନୀ ଉପରେ ପଡିଛି ।

ସାଉଦି ଆରବରୁ ଆମଦାନୀ କରାଯାଉଥିବା ତେଲ ମାସିକ ଆଧାରରେ ୧୬ ପ୍ରତିଶତ ହ୍ରାସ ହୋଇଛି । ସେହିପରି ଆମେରିକାରୁ ହେଉଥିବା ଆୟରେ ୩୮ ପ୍ରତିଶତ ହ୍ରାସ ହୋଇଛି । ଇରାକରୁ ଫେବ୍ରୁଆରୀରେ ୯,୩୯,୯୨୧ ବ୍ୟାରେଲ୍ ପ୍ରତିଦିନ ଆମଦାନୀ କରାଯାଇଛି । ସେହିପରି ସାଉଦି ଆରବରୁ ୬,୪୭,୮୧୩ ବ୍ୟାରେଲ୍ ପ୍ରତିଦିନ ଆମଦାନୀ କରାଯାଇଛି । ଗତ ୧୬ ମାସରେ ଇରାକ ଏବଂ ସାଉଦି ଆରବରୁ ହୋଇଥିବା ସବୁଠୁ କମ ଆମଦାନୀ ଅଟେ । ଫେବ୍ରୁଆରୀରେ ୟୁଏଇରୁ ଭାରତ ୪,୦୪,୫୭୦ ବ୍ୟାରେଲ୍ ତେଲ ଆମଦାନୀ କରିଛି । ଏହି ସମୟରେ ଆମେରିକା ୨,୪୮,୪୩୦ ବ୍ୟାରେଲ୍ ତେଲ ପ୍ରତିଦିନ ଭାରତକୁ ପଠାଇଥିଲା ।

   Related Posts