ଭାରତୀୟ ଜାଭଲିନ ଷ୍ଟାର୍ ନୀରଜ ଚୋପ୍ରାଙ୍କ ଆଉ ଏକ କମାଲ; ଉସେନ ବୋଲ୍ଟଙ୍କୁ ପଛରେ ପକାଇ ହେଲେ ନମ୍ବର ୱାନ୍
16/12/2022 at 8:07 PM

ନୂଆଦିଲ୍ଲୀ: ଭାରତୀୟ ଜାଭଲିନ ଷ୍ଟାର ନୀରଜ ଚୋପ୍ରାଙ୍କ ପାଇଁ ବର୍ଷ ୨୦୨୨ ଅନେକ ସଫଳତା ଆଣିଦେଲା। ଏହି ବର୍ଷ ସେ ଅଲମ୍ପିକ ଗୋଲ୍ଡ ମେଡାଲ ଜିତିବା ସହିତ ଦେଶ ବିଦେଶରେ ଅନେକ ସଫଳତା ବି ପାଇଲେ। ନୀରଜଙ୍କ ଚମତ୍କାର ଖେଳ ଓ ତାଙ୍କ ନମ୍ର ବ୍ୟକ୍ତିତ୍ୱ ସାରା ବିଶ୍ୱକୁ ତାଙ୍କର ଫ୍ୟାନ୍ ବନାଇ ଦେଲା। ବର୍ତ୍ତମାନ ଲୋକପ୍ରିୟତାରେ ନୀରଜ ସର୍ବାଗ୍ରେ ରହିଛନ୍ତି। ଏମିତିକି ଜାମାଇକାର ଧାବକ ଉସେନ ବୋଲ୍ଟଙ୍କୁ ପଛରେ ପକାଇ ସବୁଠାରୁ ଚର୍ଚ୍ଚିତ ଆଥେଲଟ୍ ହୋଇଛନ୍ତି ନୀରଜ। ଯାହାଙ୍କ ବିଷୟରେ ସବୁଠାରୁ ଅଧିକ ଲେଖାଯାଇଛି।
ନୀରଜ ବର୍ତ୍ତମାନ ଏମିତି ଏକ ଆଦର୍ଶ ଆଥଲେଟ ହୋଇଛନ୍ତି ତାଙ୍କ ବିଷୟରେ ସାରା ବିଶ୍ୱରେ ସବୁଠାରୁ ଅଧିକ ଲେଖାଯାଇଛି। ବିଶ୍ୱ ଆଥଲେଟିକ୍ସ ପ୍ରତିବର୍ଷ କିଛି ଚର୍ଚ୍ଚିତ ଆଥଲେଟିକଙ୍କ ତାଲିକା ଜାରି କରେ। ଯେଉଁମାନଙ୍କ ବିଷୟରେ ସବୁଠାରୁ ଅଧିକ ଲେଖାଯାଇଥାଏ। ଚଳିତ ବର୍ଷ ପ୍ରକାଶ ପାଇଥିବା ତାଲିକାରେ ନୀରଜ ଚୋପ୍ରାଙ୍କ ବିଷୟରେ ସବୁଠାରୁ ଅଧିକ ୮୧୨ ଟି ଆର୍ଟିକଲ ଲେଖାଯାଇଛି।
ନୀରଜଙ୍କ ପଛକୁ ରହିଛନ୍ତି ଜାମାଇକା ଆଥଲେଟ ଏଲେନ୍ ଥମ୍ପସନ ହେରାହ। ଏଲେନଙ୍କ ଉପରେ ୭୫୧ଟି ଆର୍ଟିକଲ ଲେଖାଯାଇଥିବା ବେଳେ ୬୯୮ ଆର୍ଟିକଲ ସହ ତୃତୀୟ ସ୍ଥାନରେ ଅଛନ୍ତି ସେହି ଜାମାଇକାର ଆଥେଲେଟ୍ ଶୈଲୀ ଏନ୍ ଫ୍ରେଜର ପ୍ରେସ୍।
ଗତ କିଛି ବର୍ଷ ହେଲା ଏହି ତାଲିକାରେ ଏକ ନମ୍ବରରେ ରହିଆସୁଥିଲେ ଜାମାଇକା ଦ୍ରୁତ ଧାବକ ଉସେନ ବୋଲ୍ଟ। ହେଲେ ଚଳିତ ବର୍ଷ ସେ ପଞ୍ଚମ ସ୍ଥାନରେ ରହିଛନ୍ତି। ତାଙ୍କ ଉପରେ ମୋଟ ୫୪୭ ଆର୍ଟିକଲ ଲେଖାଯାଇଛି।
ନୀରଜ ଚୋପ୍ରା ବିଶ୍ୱ ଚାମ୍ପିୟନସିପ୍ରେ ସିଲ୍ଭର ମେଡାଲ ଡିତିଥିଲେ। ତା ସହିତ ଟୋକିଓ ଅଲିମ୍ପିକରେ ଗୋଲ୍ଡେ ମେଡାଲ ହାତେଇଥିଲେ। ସେହିପରି ଚଳିତ ବର୍ଷ ଡାଇମଣ୍ଡ ଲୀଗ୍ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲା ନୀରଜ।