ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ପନ୍ନୁର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଆଶଙ୍କା, କିଛି ଦିନରୁ ଥିଲା ଅଣ୍ଡରଗ୍ରାଉଣ୍ଡ

Published By : Prameya-News7 Bureau | July 06, 2023 IST

ନୂଆଦିଲ୍ଲୀ ୬।୭: ଖାଲିସ୍ତାନୀ ଆତଙ୍କବାଦୀ ତଥା ‘ସିଖ ଫର ଜଷ୍ଟିସ୍’ ନେତା ଗୁରୁପତବନ୍ତ ସିଂହ ପନ୍ନୁର ମୃତ୍ୟୁ ହୋଇଛି। ମିଳୁଥିବା ଖବରରେ  ସେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛି। ତେବେ ଏ ପର୍ଯ୍ୟନ୍ତ ତା ମୃତ୍ୟୁର ଔପଚାରିକ ପୁଷ୍ଟି ହୋଇ ନାହିଁ। ମିଳୁଥିବା ସୂଚନାରେ ଆମେରିକାର ହାଇୱେ ୧୦୧ରେ ପନ୍ନୁର ଦୁର୍ଘଟଣା ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ହେଲା ତାର ସନ୍ଧାନ ମିଳୁନଥିଲା। ସେ ନିଜକୁ ଅଣ୍ଡରଗ୍ରାଉଣ୍ଡ କରିଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛି।

{"id":813327,"sizeSlug":"full","linkDestination":"none"}

ପାକିସ୍ତାନରେ ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜବଡ, ଲଣ୍ଡନରେ ଅବତାର ସିଂହ ଖାଣ୍ଡା ଓ କାନାଡାରେ ହରଦିପ ସିଂହ ନିଜ୍ଜର ହତ୍ୟା ପରେ ପନ୍ନୁ ଆତଙ୍କିତ ହୋଇପଡିଥିଲା। ସେ ଭାବୁଥିଲା ତାକୁ ମଧ୍ୟ କେହି ହତ୍ୟା କରିଦେଇପାରେ। ଏଣୁ ସେ ନିଜକୁ ଅଣ୍ଡରଗ୍ରାଉଣ୍ଡ କରିଥିଲା। ଏପରିକି ସେ ତା ଲୋକେସନ ଟ୍ରେସ୍‌ ହେବା ଆଶଙ୍କାରେ ମୋବାଇଲ ଫୋନ ସ୍ୱିଚ୍‌ ଅପ କରି ରଖିଥିଲା। ଉଲ୍ଲେଖଯୋଗ୍ୟ ଯେ ସେ ସେହି ପନ୍ନୁ ଯିଏ ବିଦେଶ ମାଟିରେ ବସି ଭାରତକୁ ଖଣ୍ଡଖଣ୍ଡ କରିବାର ସ୍ୱପ୍ନ ଦେଖୁଥିଲା।

{"id":813328,"sizeSlug":"full","linkDestination":"none"}

ସେ ଆମେରିକାରୁ ଭିଡିଓ ଜାରି କରି ଭାରତରେ ଖାଲିସ୍ତାନ ଆନ୍ଦୋଳନକୁ ଉସକାଉଥିଲା। ସେ ଅନେକବାର ବିଦେଶରେ ଭାରତୀୟ ଏଜେନ୍ସୀଙ୍କୁ ବଦନାମ କରିବାକୁ ମଧ୍ୟ ଉଦ୍ୟମ କରିଥିଲା। ନିକଟରେ ଖାଲିସ୍ତାନୀ ସମର୍ଥକଙ୍କ ହତ୍ୟାକାଣ୍ଡ ଘଟଣାରେ ସେ କାନାଡା ଓ ଆମେରିକାରେ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଦାୟୀ କରି ଭିଡିଓ ଜାରି କରିଥିଲା। ଏହା ତାର ଧମକପୂର୍ଣ୍ଣ ଶେଷ ଭିଡିଓ ଥିଲା। ଏଥିରେ ଯଦି ପନ୍ନର ମୃତ୍ୟ ଖବର ପୁଷ୍ଟି ହୁଏ ତେବେ ଏହା ନିଶ୍ଚିତ ରୂପେ ଭାରତ ଲାଗି ଏକ ବଡ଼ ଖବର ହେବ।

ହ୍ୱାଇଟ୍‌ ହାଉସ୍‌ରୁ ମିଳିଲା କୋକେନ୍‌, ମାମଲାର ତଦନ୍ତ କରୁଛି ସିକ୍ରେଟ୍ ସର୍ଭିସ ଟିମ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.