ନା IIT ନା IIM ଡିଗ୍ରୀ, ବିନା ଡିଗ୍ରୀରେ ଦିନକୁ ରୋଜଗାର ୩୬ ଲକ୍ଷ
18/07/2023 at 3:43 PM

ନୂଆଦିଲ୍ଲୀ : ଏ ହେଉଛନ୍ତି ସି ବିଜୟକୁମାର । ଆଇଟି ଇଣ୍ଡଷ୍ଟ୍ରିର ଜଣେ ସକ୍ରିୟ ବ୍ୟକ୍ତିତ୍ବ । ନା ସେ IITରେ ଅଧ୍ଯୟନ କରିଛନ୍ତି ନା IIMରେ ହାସଲ କରିଛନ୍ତି ଡିଗ୍ରୀ । ସ୍ବଳ୍ପ ଶିକ୍ଷାରେ ମଧ୍ୟ ଆଜି ସେ ଦୁନିଆରେ ଚର୍ଚ୍ଚିତ ବ୍ୟକ୍ତିତ୍ବ । ସେ ଏବେ ଭାରତର ଆଇଟି ସେକ୍ଟରର ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ସିଇଓ । ତେବେ କିଏ ଏହି ସି ବିଜୟକୁମାର । କେଉଁଥିରେ କରନ୍ତି ଚାକିରୀ । ଯିଏକି ଦିନକୁ ରୋଜଗାର କରନ୍ତି ୩୬ ଲକ୍ଷରୁ ଅଧିକ ଟଙ୍କା ।

ତାମିଲନାଡୁରେ ଜନ୍ମିତ ସି ବିଜୟକୁମାର ହେଉଛନ୍ତି HCL କମ୍ପାନୀର ସିଇଓ । ଓଟି ସ୍ଥିତ ଲରେନ୍ସ ସ୍କୁଲରେ ପାଠପଢ଼ା ସରିବା ପରେ ତାମିଲନାଡୁର PSG କଲେଜ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ । ବିଜୟକୁମାର ୧୧.୭୯ ବିଲିୟନ ଡଲାର କମ୍ପାନୀର ମାଲିକ ଅଟନ୍ତି ।

ଏକ ରିପୋର୍ଟ ଅନୁଯାୟୀ ସେ ଏଲଟିଆଇ ସମେତ ୨୦୨୨ ମସିହାରେ ୧୬.୫୨ ମିଲିୟନ ଅର୍ଥାତ୍ ୧୩୧.୦୮ କୋଟି ଟଙ୍କା ରୋଜଗାର କରିଥିଲେ । ଏହାସହ ସେ ଭାରତର ଆଇଟି କମ୍ପାନୀଗୁଡିକର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ସିଇଓ ହୋଇଥିଲେ। HCLର ବାର୍ଷିକ ରିପୋର୍ଟ ଅନୁଯାୟୀ, ବିଜୟକୁମାରଙ୍କୁ ଗତ ଆର୍ଥିକ ବର୍ଷ ପାଇଁ ଅନ୍ୟାନ୍ୟ ସୁବିଧା ସହିତ ଦରମା ହିସାବରେ ୨ ମିଲିୟନ୍ ଡଲାର ଏବଂ କେବଳ ବେତନ ହିସାବରେ ୪.୧୩ ମିଲିୟନ ଡ଼ଲାର ମିଳିଛି ।

HCL ସଂସ୍ଥାପକ ଶିବ ନାଦରଙ୍କ ଇସ୍ତଫା ପରେ ବିଜୟକୁମାରଙ୍କୁ ୨୦ ଜୁଲାଇ ୨୦୨୨ରେ ପରିଚାଳନା ନିର୍ଦ୍ଦେଶକ ଭାବେ ନେଇଥିଲେ ଦାୟିତ୍ବ । ସି ବିଜୟକୁମାର ୧୯୯୪ରେ କୋର ଟିମ୍ ସଦସ୍ୟ ଭାବେ HCLରେ ଯୋଗ ଦେଇଥିଲେ । ଯିଏକି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଟ୍ରେଡିଂ ନେଟୱାର୍କର ପରିକଳ୍ପନା ଏବଂ କାର୍ଯ୍ୟକାରୀ କରିଥିଲେ । ସିଇଓ ହେବା ପୂର୍ବରୁ ବିଜୟକୁମାର HCL ରେ ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇଥିଲେ ।

ସେ ବର୍ତ୍ତମାନ ଆମେରିକାରେ ରୁହନ୍ତି ଏବଂ ଆମେରିକା-ଭାରତ ବ୍ୟବସାୟ ପରିଷଦର ବୋର୍ଡ ସଦସ୍ୟ ମଧ୍ୟ ଅଟନ୍ତି । ବିଜନେସ୍ ଟୁଡେ ପକ୍ଷରୁ ସି ବିଜୟକୁମାରଙ୍କୁ IT ଇଣ୍ଡଷ୍ଟ୍ରିର ୨୦୨୦ର ଶ୍ରେଷ୍ଠ ସିଇଓ ଭାବେ ମନୋନୀତ କରାଯାଇଥିଲା ।
You Can Read: