AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଚୀନ ଗତିବିଧି ଉପରେ ‘ରୁକ୍ମିଣୀ’ ଏବଂ ‘ଏନଗ୍ରୀ ବାର୍ଡ’ର ତୀକ୍ଷ୍ନ ନଜର, ନୌସେନା-ବାୟୁସେନାର ଗୁପ୍ତ ଆଖି

22/08/2022 at 9:54 PM

ନୂଆଦିଲ୍ଲୀ:  ଭାରତର ସର୍ଭିଲାନ୍ସ ଉପଗ୍ରହ ଜିସାଟ-୭ ରୁକ୍ମିଣୀ ଭାରତୀୟ ନୌସେନା ପାଇଁ ଏକ ଗୁପ୍ତ ଆଖି ପରି କାମ କରୁଛି । ମୁଖ୍ୟତଃ ଜିସାଟ-୭ଏ(ଏନଗ୍ରୀ ବର୍ଡ) ସହ ମିଶି ହିନ୍ଦ ମହାସାଗରେ ଚୀନର ଗତିବିଧି ଉପରେ ନଜର ରଖୁଛି । ଏହି ଦୁଇ ସାଟେଲାଇଟକୁ ମୁଖତଃ ଭାରତୀୟ ନୌସେନା ଏବଂ ବାୟୁସେନା ପାଇଁ ନିର୍ମାଣ କରାଯାଇଛି । ଜିସାଟ-୭କୁ ୨୦୧୩ରେ ପଠାଯାଇଥିଲା ଏବଂ ଏହାକୁ ରୁକ୍ମିଣୀ ବୋଲି ମଧ୍ୟ କୁହାଯାଏ । ଏହା ଏପରି ଏକ ସାଟେଲାଇଟ ଯାହାକୁ ନୌସେନା ପ୍ରଥମ ଥର ବ୍ୟବହାର କରିଥିଲା ।

ଅନ୍ୟପଟେ ଜିସାଟ-୭ଏକୁ ୨୦୧୮ରେ ମହାକାଶକୁ ପଠାଯାଇଥିଲା ଏବଂ ଏହାକୁ ଏନଗ୍ରୀ ବାର୍ଡ କୁହାଯାଏ। ଏହି ସାଟେଲାଇଟ ସମ୍ପୂର୍ଣ୍ଣ ରୂପେ ବାୟୁସେନା ପାଇଁ ସମର୍ପିତ ଅଟେ । ଏହା ବାୟୁସେନାର ଅନେକ ପ୍ଲାଟଫର୍ମ ଯେପରି ଏୟାରକ୍ରାଫ୍ଟ, ଚପର୍ସ, ଡ୍ରୋନ, ଏୟରବୋର୍ନ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ଏବଂ ରାଡାରକୁ ପରସ୍ପର ଯୋଡିଥାଏ। ବର୍ତ୍ତମାନ ସମୟରେ ବାୟୁସେନା ଜିସାଟ-୭ଏର ୩୦ ପ୍ରତିଶତ ସଂଚାର କ୍ଷମତାର ଉପଯୋଗ କରୁଛି ।

ନିକଟରେ ଚୀନର ଗୁପ୍ତଚର ଜାହାଜ ୟୁଆନ ୱାଙ୍ଗ ୫ ଶ୍ରୀଲଙ୍କାର ହମ୍ୱନଟୋଟା ବନ୍ଦରରେ ପହଞ୍ଚିଛି । ଏହି ଗୁପ୍ତଚର ଜାହାଜ ବାଲେଷ୍ଟିକ ମିଶାଇଲ ଏବଂ ସାଟେଲାଇଟକୁ ଟ୍ରାକ୍ କରିଥାଏ। ଏହି ଜାହଜରେ ଲାଗିଥିବା ଟ୍ରାକିଂ ସିଷ୍ଟମ ତଟବର୍ତ୍ତୀ ଅଞ୍ଚଳରେ ଭାରତର ସୁରକ୍ଷା ଭିତ୍ତିଭୂମିର ସୂଚନା ସଂଗ୍ରହ କରିପାରେ ବୋଲି ଭାରତ ଆଶଙ୍କା ପ୍ରକାଶ କରିଥିଲା । ଅନ୍ୟପଟେ ଭାରତର ଏହି ଦୁଇ ଗୁପ୍ତ ଆଖି ଚୀନର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ।

   Related Posts