Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ ଓ ମହିଳା ଦଳର ଜର୍ସି ଜାରି, ଏହି ଦିନ ମଇଦାନକୁ ଓହ୍ଲାଇବେ ୨ ଦଳ

19/09/2023 at 4:22 PM

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୩ ପାଇଁ ଭାରତୀୟ ଦଳର ଜର୍ସିର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଜର୍ସିର ଫଟୋ ସାମାଜିକ ଗଣମାଧ୍ୟମରେ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି। କିଛି ଖେଳାଳିଙ୍କୁ ଭାରତୀୟ ଜର୍ସିରେ ଦେଖିବାକୁ ମିଳିଛି। ଏଥର ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣ ଖେଳା ଯାଉଛି। ଏହା ସେପ୍ଟେମ୍ବର ୮ରୁ ଆରମ୍ଭ ହୋଇ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ।

ଜର୍ସିର ରଙ୍ଗ ଡାର୍କ ବ୍ଲୁ ରଖା ଯାଇଛି। ଜେଏସଡବ୍ଲ୍ୟୁ ପ୍ରାୟୋଜକକୁ ଜର୍ସିର ଡାହାଣ ପଟେ ଉପର ପାର୍ଶ୍ଵରେ ଲେଖା  ହୋଇଛି। ମଧ୍ୟଭାଗରେ ଧଳା ରଙ୍ଗରେ ବଡ଼ ଇଣ୍ଡିଆ ଲେଖା  ହୋଇଛି। ଜର୍ସିକୁ ନେଇ ପ୍ରଶଂସକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଅନେକ ପ୍ରଶଂସକ ଜର୍ସିକୁ ପସନ୍ଦ କରିଥିବା ବେଳେ କିଛି ପ୍ରଶଂସକ ଏହାକୁ ନାପସନ୍ଦ କରିଛନ୍ତି।

Also read- ଅଶ୍ଵିନଙ୍କ ପାଇଁ ଖୋଲିଗଲା ବିଶ୍ଵକପ୍‌ର ଦ୍ଵାର, ଅଷ୍ଟ୍ରେଲିଆ ସିରିଜ୍‌ରେ ଦେଖାଇବାକୁ ପଡ଼ିବ ଦମ୍

ଏଥର ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳ ଭାଗ ନେବେ। ଏଥିପାଇଁ ଦୁଇ ଦଳର ଖେଳାଳି ଘୋଷଣା କରାଯାଇଛି। ପୁରୁଷ ଓ ମହିଳା ଦଳ ସିଧାସଳଖ କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବେ। ଋତୁରାଜ ଗାଏକଓ୍ଵାଡ଼ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ନେତୃତ୍ଵ ନେଉଥିବା ବେଳେ ହରମନପ୍ରୀତ କୌର ମହିଳା ଦଳର ନେତୃତ୍ଵ ନେବେ।

ଭାରତୀୟ ପୁରୁଷ କ୍ରିକେଟ୍ ଦଳ

ଋତୁରାଜ ଗାଏକଓ୍ଵାଡ଼, ଯଶସ୍ଵୀ ଜୟସଓ୍ଵାଲ୍, ରାହୁଲ ତ୍ରିପାଠୀ, ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା, ଓ୍ଵାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ଣୋଇ, ଅଭେଶ ଖାନ, ଅର୍ଶଦୀପ ସିଂ, ମୁକେଶ କୁମାର, ଶିବମ ଦୁବେ, ପ୍ରଭସିମରନ ସିଂ, ଆକାଶ ଦୀପ।

ଷ୍ଟାଣ୍ଡବାଇ– ୟଶ ଠାକୁର, ସାଇ କିଶୋର, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ସାଇ ସୁଦର୍ଶନ।

ଭାରତୀୟ ମହିଳା କ୍ରିକେଟ୍ ଦଳ

ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ଋଚା ଘୋଷ, ଅମନଜୋତ କୌର, ଦେବିକା ବୈଦ୍ୟ, ପୂଜା ବସ୍ତ୍ରାକର, ତିତାସ ସାଧୁ, ରାଜେଶ୍ଵରୀ, ଗାଏକଓ୍ଵାଡ଼, ମିନ୍ନୁ ମଣି, କନିକା ଆହୁଜା, ଉମା ଛେତ୍ରୀ, ଅନୁଷା ବାରେଡ୍ଡୀ।

ଷ୍ଟାଣ୍ଡବାଇ– ହରଲୀନ ଦେଓଲ, କାଶଭି ଗୌତମ, ସ୍ନେହ ରାଣା, ସୈକା ଇଶାକା।

   Related Posts