ମାର୍ଚ୍ଚରେ ୧୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ବିନିର୍ମାଣ କ୍ଷେତ୍ରର ବୃଦ୍ଧି

Published By : Prameya-News7 Bureau | April 02, 2024 IST

ନୂଆଦିଲ୍ଲୀ: ଉତ୍ପାଦନ ଏବଂ ନୂଆ ଅର୍ଡରରେ ମଜଭୁତ ବୃଦ୍ଧି ବଳରେ ମାର୍ଚ୍ଚରେ ଭାରତ ମେନ୍ୟୁଫ୍ୟାକ୍ଚରିଂ ସେକ୍ଟରର ବୃଦ୍ଧି ୧୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ମାର୍ଚ୍ଚରେ ପିଏମଆଇ ବଢି ୫୯.୧ରେ ପହଞ୍ଚିଛି, ଯାହା ଫେବ୍ରୁଆରୀରେ ୫୬.୯ ଥିଲା ।

ପିଏମଆଇ ଅଧିନରେ ୫୦ରୁ ଉପରେ ସୂଚକାଙ୍କ ରହିବା ଅର୍ଥ ଉତ୍ପାଦନ ଗତିବିଧିରେ ବିସ୍ତାର ଏବଂ ୫୦ରୁ କମ ହ୍ରାସକୁ ଦର୍ଶାଇଥାଏ । ଅର୍ଥଶାସ୍ତ୍ରୀ ଇନେସ ଲାମଙ୍କ କହିଛନ୍ତି, ଭାରତର ମାର୍ଚ୍ଚ ବିନିର୍ମାଣ ପିଏମଆଇ ୨୦୦୮ ପରେ ନିଜ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବିନିର୍ମାଣ କମ୍ପାନିଗୁଡିକରେ ମଜଭୁତ ଉତ୍ପାଦନ ଏବଂ ନୂଆ ଅର୍ଡରରୁ ନିଯୁକ୍ତି ବଢିଛି ।

ପଢନ୍ତୁ: ବ୍ୟାଙ୍କ୍‌କୁ ଫେରିଛି ୯୭.୬୯ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍; ଆଉ ଏତିକି ଟଙ୍କା ଫେରିବା ବାକି

ବିନିର୍ମାଣ ଉତ୍ପାଦନ ମାର୍ଚ୍ଚରେ ଲଗାତାର ୩୩ ମାସ ଧରି ବଢିଛି । ୨୦୨୦ ଅକ୍ଟୋବରରୁ ଏହା ସର୍ବାଧିକ ବୃଦ୍ଧି ଅଟେ । ଏଚଏସବିସି ଇଣ୍ଡିଆ ବିନିର୍ମାଣ ପିଏମଆଇକୁ ଏସଆଣ୍ଡସି ଗ୍ଲୋବାଲ ପ୍ରାୟ ୪୦୦ କମ୍ପାନିଙ୍କ ଏକ ଗ୍ରୁପର ଏକ କ୍ରୟ ପ୍ରବନ୍ଧକଙ୍କୁ ପଠା ଯାଇଥିବା ପ୍ରଶ୍ନର ଜବାବ ଆଧାରରେ ପ୍ରସ୍ତୁତ କରାଯାଇଛି ।

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.