ବେଙ୍ଗାଲୁରୁ ୩୦।୧୧: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଦ୍ୱାରା ନଭେମ୍ବର ୨୬ ତାରିଖ ଦିନ ଅନ୍ତରୀକ୍ଷକୁ ପଠାଇଯାଇଥିବା ପୃଥିବୀ ଅବଲୋକନ ଉପଗ୍ରହ-୦୬ କାର୍ଯ୍ୟକ୍ଷମ ହୋଇଛି। ଏହା ମହାକାଶରୁ ପୃଥିବୀର ଫଟୋଚିତ୍ର ପଠାଇବା ଆରମ୍ଭ କରିଛି। ଇସ୍ରୋ ବୁଧବାର ଏହି ସୂଚନା ଦେଇଛନ୍ତି। ଇସ୍ରୋ ମଙ୍ଗଳବାର ତେଲେଙ୍ଗାନା ସାଦନଗରସ୍ଥିତ ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟର (ଏନଆରଏସସି) ପ୍ରାପ୍ତ କରିଥିବା ଫଟୋ ଚିତ୍ର ଟ୍ୱିଟରରେ ସେୟାର କରିଛନ୍ତି।
wp:html/wp:htmlEOS-06 commenced serving the images.
— ISRO (@isro) November 30, 2022
First-day images received on Nov 29, 2022, at NRSC, Shadnagar cover the Himalayan region, Gujarat Kutch region, & the Arabian Sea.
They are captured by the Ocean Color Monitor (OCM) & Sea Surface Temperature Monitor (SSTM) Sensors. (1/2) pic.twitter.com/xkQjP1GT7z
ମହାକାଶରୁ ମିଳିଥିବା ଏହି ଫଟୋରେ ହିମାଳୟ କ୍ଷେତ୍ର, ଗୁଜରାଟର କଛ କ୍ଷେତ୍ର ଓ ଆରବ ସାଗରର ଛବି ରହିଛି। ଅନ୍ତରୀକ୍ଷ ଏଜେନ୍ସୀ କହିଛନ୍ତି ଯେ ଏହି ସବୁ ଛବି ଉପଗ୍ରହରେ ଲାଗିଥିବା ‘ଓସନ କଲର ମନିଟର’ (ଏସିଏମ) ଓ ସି ଟେମ୍ପରେଚର ମନିଟର (ଏସଏସଟିଏମ) ଦ୍ୱାରା ନିଆଯାଇଛି। ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ ଏହି ସବୁ ଛବିକୁ ୟୁ.ଆର. ରାଓ ଉପଗ୍ରହ କେନ୍ଦ୍ରର ନିର୍ଦ୍ଦେଶକ ଏମ. ଶଙ୍କରନ ଓ ଏନଆରଏସସିଙ୍କ ନିର୍ଦ୍ଦେଶକ ପ୍ରକାଶ ଚୌହାନଙ୍କ ଉପସ୍ଥିତିରେ ଜାରି କରିଛନ୍ତି।