ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଅଧିକ ଇଣ୍ଟରନେଟ ସବସ୍କ୍ରାଇବର ଥିବା ଦେଶ ହେଲା ଭାରତ। ଦେଶରେ ଏବେ ପ୍ରାୟ ୯୬ କୋଟି ଇଣ୍ଟରନେଟ ୟୁଜର ରହିଛନ୍ତି। ବଡ଼ କଥା ହେଲା ଏହି ୟୁଜରଙ୍କ ସଂଖ୍ୟା ଆମେରିକା, ଜାପାନ ଏବଂ ରୁଷର ସମୁଦାୟ ଜନସଂଖ୍ୟା ଠାରୁ ବି ଅଧିକ। ଆଉ ଏହି ୯୬ କୋଟି ଇଣ୍ଟରନେଟ ସବସ୍କ୍ରାଇବର ସହ ନୂଆ ଇତିହାସ ରଚିଲା ଭାରତ ।
ଟେଲିକମ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଏପ୍ରିଲ-ଜୁନ୍ ତ୍ରୈମାସିକରେ ଭାରତର ଇଣ୍ଟରନେଟ ୟଜରଙ୍କ ସଂଖ୍ୟା ୯୫.୪୪ କୋଟି ଟଙ୍କାରୁ ୯୬.୯୬ କୋଟିକୁ ବୃଦ୍ଧି ପାଇଛି। ଏଥିରେ ପ୍ରାୟ ୧.୫୯% ବୃଦ୍ଧି ହୋଇଛି।
ସମୁଦାୟ ୯୬.୯୬ କୋଟି ଗ୍ରାହକଙ୍କ ମଧ୍ୟରୁ ୪.୨ କୋଟି ଓ୍ବାୟରଡ କନେକ୍ସନ ଏବଂ ୯୨ କୋଟି ଓ୍ବାୟାରଲେସ କନେକ୍ସନ ରହିଛି। ବଡ଼ କଥା ହେଲା ଏହି ସଂଖ୍ୟା ଆମେରିକା, ଜାପାନ ଏବଂ ରୁଷର ସମୁଦାୟ ଜନସଂଖ୍ୟା ଠାରୁ ମଧ୍ୟ ଅଧିକ । ଆଉ ଏହି ତଥ୍ୟ ହିଁ ଭାରତରେ ବଢ଼ୁଥିବା ଇଣ୍ଟରନେଟ୍ର ଚାହିଦାକୁ ଦର୍ଶାଉଛି।
ନିକଟରେ ଟ୍ରାଇ ଜାରି କରିଥିବା ରିପୋର୍ଟରେ, ଡାଟା ଟ୍ରାଫିକରେ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱର୍କ ହୋଇଥିବା କୁହାଯାଇଥିଲା। ଏମିତିକି ଜିଓ ଚୀନର କମ୍ପାନି ‘ଚାଇନା ମୋବାଇଲ୍’କୁ ମଧ୍ୟ ପଛରେ ପକାଇବା କଥା ମଧ୍ୟ କୁହାଯାଇଛି। ସେହିଭଳି ଡାଟା ଟ୍ରାଫିକରେ ଚାଇନା ଟେଲିକମ୍ ତୃତୀୟ ସ୍ଥାନ, ଭାରତୀୟ କମ୍ପାନୀ ଏୟାରଟେଲ ଚତୁର୍ଥ ସ୍ଥାନରେ ଏବଂ ଭୋଡା ଆଇଡିଆ ଷଷ୍ଠ ସ୍ଥାନରେ ରହିଥିବା ଟ୍ରାଇ ରିପୋର୍ଟରୁ ପ୍ରକାଶ ।