ପାର୍ବଣ ଋତୁ ଶେଷ ପରେ ହାୟରିଂରେ ବଡ଼ ବୃଦ୍ଧି, ନଭେମ୍ୱରରେ ୨୭ ପ୍ରତିଶତ ଅଧିକ ଲୋକଙ୍କୁ ମିଳିଛି ଚାକିରି !

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: ୨୦୨୨ ନଭେମ୍ୱରରେ ଭାରତୀୟ ଉଦ୍ୟୋଗରେ ନିଯୁକ୍ତିରେ ବୃଦ୍ଧି ଦେଖିବାକୁ ମିଳିଛି । ପାର୍ବଣ ଋତୁ ପୂର୍ବର ସ୍ତରରେ ପହଞ୍ଚିଛି । ନୌକରି ଜବସ୍ପିକ୍ ଇଣ୍ଡେକ୍ସ (Naukri JobSpeak Index) ଅନୁସାରେ ନଭେମ୍ୱରରେ ମାସ ତୁଳନାରେ ନିଯୁକ୍ତିରେ ୨୭ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ ବାର୍ଷିକ ତୁଳନାରେ ଏହି ହାୟରିଂ ୪୩ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ ବୀମା ସେକ୍ଟରରେ ସବୁଠୁ ଅଧିକ ନିଯୁକ୍ତି ମିଳିଥିବା ଦେଖିବାକୁ ମିଳିଛି । ଇନ୍ୟୁରାନ୍ସ ସେକ୍ଟରରେ ୪୨ ପ୍ରତିଶତ, ବ୍ୟାଙ୍କିଂ ସେକ୍ଟରରେ ୩୪ ପ୍ରତିଶତ ଏବଂ ରିୟଲ ଇଷ୍ଟେଟ୍ ସେକ୍ଟରରେ ୩୧ ପ୍ରତିଶତ ହାୟରିଂ ବଢିଛି । କରୋନା ପରେ ଟ୍ରାଭେଲ ଏବଂ ହସ୍ପିଟାଲିଟି ସେକ୍ଟର ପୁଣି ଥରେ ଟ୍ରାକକୁ ଫେରିଛି ଏବଂ ଏଥିରେ ୨୦ ପ୍ରତିଶତ ହାୟରିଂ ବଢିଛି । ଅଟୋ ଉଦ୍ୟୋଗରେ ମଧ୍ୟ ଉତ୍ସାହ ବଢିଛି, ଏଥିରେ ପ୍ରାୟ ୧୪ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।

ତେବେ ବର୍ଷର ପ୍ରଥମ ଛଅ ମାସରେ ପ୍ରତି ମାସର ହାରାହାରି ନିଯୁକ୍ତି ତୁଳନାରେ ଆଇଟି ସେକ୍ଟରରେ ହାୟରିଂରେ ୮ ପ୍ରତିଶତ ହ୍ରାସ ଘଟିଛି । ଷ୍ଟାର୍ଟଅପ ହାୟରିଂରେ ସବୁଠୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଶିକ୍ଷା ଉଦ୍ୟୋଗରେ ନିଯୁକ୍ତି ୬ ପ୍ରତିଶତ ହ୍ରାସ ଘଟିଛି । ଏଡ-ଟେକ୍ କମ୍ପାନି ଗୁଡିକରେ ବଡ଼ ଧରଣର ଛଟେଇ ଦେଖିବାକୁ ମିଳିଛି । ଅନ୍ୟପଟେ ରିୟଲ ଇଷ୍ଟେଟ୍ ସେକ୍ଟରରେ ନିଯୁକ୍ତିରେ ୭ ପ୍ରତିଶତ ହ୍ରାସ କମିଛି । ଅନ୍ୟପଟେ ଫାର୍ମା, ବିପିଓ ଏବଂ ଟେଲିକମ ସେକ୍ଟରରେ ହାୟରିଂ ସ୍ଥିର ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.