ଭାରତର ଜିଡିପି ୨୦୨୪ରେ ୬.୧ ପ୍ରତିଶତ ବଢିବ: ମୁଡିଜ୍ ଆନାଲିଟିକ୍ସ

Published By : Prameya-News7 Bureau | April 12, 2024 IST

the Statesman

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୪ରେ ୬.୧ ପ୍ରତିଶତରେ ବଢିବ, ଯାହା ୨୦୨୩ରେ ହୋଇଥିବା ୭.୭ ପ୍ରତିଶତର ବୃଦ୍ଧିଠାରୁ କମ ହେବ । ମୁଡିଜ୍ ଆନାଲିଟିକ୍ସ 'ଏପିଏସି ଆଉଟଲୁକ: ଲିସନିଂ ଥ୍ରୁ ଦି ନଏଜ' ଶୀର୍ଷକ ନିଜ ରିପୋର୍ଟରେ କହିଛି ଯେ, ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅର୍ଥବ୍ୟବସ୍ଥାରେ ଚଳିତ ବର୍ଷ ସବୁଠୁ ମଜଭୁତ ଉତ୍ପାଦନ ଲାଭ ଦେଖିବାକୁ ମିଳିବ । କିନ୍ତୁ ବୈଶ୍ୱିକ ମହାମାରୀ ପରେ ବିଳମ୍ୱରେ କମବ୍ୟାକ୍ କରିବା ଯୋଗୁଁ ସେମାନଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଛି । ଆମେ ଆଶା ରଖିଛୁ ଯେ ଭାରତର ଜିଡିପି (ସକଳ ଘରୋଇ ଉତ୍ପାଦ) ଗତ ବର୍ଷ ୭.୭ ପ୍ରତିଶତ ପରେ ୨୦୨୪ରେ ୬.୧ ପ୍ରତିଶତରେ ବଢିବ ।

ରିପୋର୍ଟରେ କୁହାଯାଇଛି ଯେ ମୋଟ ଉପରେ ଏହି କ୍ଷେତ୍ର ଦୁନିଆର ଅନ୍ୟ ଭାଗ ତୁଳନାରେ ଭଲ ପ୍ରଦର୍ଶନ କରୁଛି । ଏଥିରେ କୁହାଯାଇଛି ଯେ ଏପିଏସି (ଏସିଆ ପ୍ରଶାନ୍ତ) ଅର୍ଥବ୍ୟବସ୍ଥା ଚଳିତ ବର୍ଷ ୩.୮ ପ୍ରତିଶତ ହାରରେ ବଢିବ । ବିଶ୍ୱ ଅର୍ଥବ୍ୟବସ୍ଥା ୨.୫ ପ୍ରତିଶତ ହାରରେ ବଢିବ ।

ପଢନ୍ତୁ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ୪.୫%ରେ ରହିବା ନେଇ RBIର ଅନୁମାନ

ମୁଡିଜ୍ ଆନାଲିଟିକ୍ସ କହିଛି ଯେ ବୈଶ୍ୱିକ ମହାମାରୀ ପୂର୍ବରୁ କ୍ଷେତ୍ରୀୟ ଜିଡିପିକୁ ଦେଖିଲେ ଜଣାପଡ଼ୁଛି ଯେ ଭାରତ ତଥା ଦକ୍ଷିଣ ପୂର୍ବ ଏସିଆ ସାରା ଦୁନିଆରେ ସବୁଠୁ ବଡ଼ ଉତ୍ପାଦନ କ୍ଷତିକୁ ସହିଛି । ଏବଂ ଏବେ ଏଥିରେ ସୁଧାର ଆସିବା ଆରମ୍ଭ ହୋଇଛି । ମୁଦ୍ରାସ୍ଫୀତିକୁ ନେଇ ଏଥିରେ କୁହାଯାଇଛି ଯେ ଚୀନ ଏବଂ ଭାରତ ପାଇଁ ପରିଦୃଶ୍ୟ ଅଧିକ ଅନିଶ୍ଚିତ ଅଟେ ।

ଚଳିତ ମାସ ଆରମ୍ଭରେ ଭାରତୀୟ ରାଜିର୍ଭ ବ୍ୟାଙ୍କ କହିଥିଲା ଯେ ଖାଦ୍ୟ ମୂଲ୍ୟ ଅନିଶ୍ଚିତା ଭବିଷ୍ୟତରେ ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇବ । ଚଳିତ ଆର୍ଥିକ ବର୍ଷ ପାାଇଁ ୪.୫ ପ୍ରତିଶତ ଖୁଚୁରା ମୁଦ୍ରାସ୍ଫୀତି ରହିବା ନେଇ ଅନୁମାନ କରିଛି କେନ୍ଦ୍ରୀୟ ବ୍ୟାଙ୍କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.