କରୋନା କବଳରୁ ବାହାରିବା ପରେ ବି ମନ୍ଥର ଗତିରେ ଦେଶର ଅର୍ଥନୀତି; ଅଭିବୃଦ୍ଧି ହାର ୬.୩ ପ୍ରତିଶତ ତଳକୁ ଖସିଲା

Published By : Prameya-News7 Bureau | November 30, 2022 IST

ନୂଆଦିଲ୍ଲୀ: କରୋନା ସଂକଟରୁ ବାହାରକୁ ଆସିବା ପରେ ବି ଦେଶରେ ଅର୍ଥନୀତିର ଗତି ମନ୍ଥର ରହିଛି। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ହୋଇଥିବା ତ୍ରୟମାସିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହି ୩ ମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୩ ପ୍ରତିଶତ ହାରରେ ହୋଇଛି। ଗତବର୍ଷ ଏହି ସମୟରେ ଜିଡିପି ହାର ୮.୪ ପ୍ରତିଶତ ଥିଲା।

ତେବେ ପୂର୍ବରୁ ଏହି ତ୍ରୈୟମାସିକ ଅଭିବୃଦ୍ଧି ପ୍ରାୟ ଏତିକି ହେବ ବୋଲି ବିଭିନ୍ନ ସଂସ୍ଥା ଓ ବ୍ୟାଙ୍କ ଆକଳନ କରିଥିଲେ। ଆର୍‌ବିଆଇ ମଧ୍ୟ ସମାନ କଥାକହିଥିଲା। ରଜର୍ଭ ବ୍ୟାଙ୍କର ପୂର୍ବାନୁମାନ ଅନୁସାରେ ଜୁଲାଇ-ସେପ୍ଟେମ୍ବର ତ୍ରୈୟମାସିକରେ ଅଭିବୃଦ୍ଧି ହାର୍ ୬.୧ ରୁ ୬.୩ ରହିବ ବୋଲି ଅନୁମାନ କରିଥିଲା। ସେହିପରି ଏସ୍‌ବିଆଇ କହିଥିଲା ଦ୍ୱିତୀୟ ତ୍ରୈୟମାସିକରେ ଅଭିବୃଦ୍ଧି ହାର ୫.୮ ପ୍ରତିଶତ ରହିବ।

ଏହି ତ୍ରୈୟମାସିକରେ ଅଭିବୃଦ୍ଧି ହାର ମନ୍ଥର ଗତିରେ ଯିବାର ଅନେକ କାରଣ ରହିଛି। ମୁଖ୍ୟ ଉଦ୍ୟୋଗଗୁଡିକରେ ମାନ୍ଦାବସ୍ଥା ଦେଖାଦେଇଥିବାରୁ ଅଭିବୃଦ୍ଧି ଗତି ଧିମା ରହିଛି। କୋର୍ ଇଣ୍ଡଷ୍ଟ୍ରୀ(୮ଟି ମୁଖ୍ୟ ଉଦ୍ୟୋଗ ଯଥା- କୋଇଲା, କ୍ରୁଡ୍ ଅୟଲ, ନ୍ୟାଚୁରାଲ୍ ଗ୍ୟାସ୍, ରିଫାଇନାରୀ ପ୍ରଡକ୍ଟ, ସାର ବିଷ, ଷ୍ଟୀଲ୍, ସିମେଣ୍ଟ ଓ ଇଲେକ୍ଟ୍ରିସିଟି)ରେ କାରବାର ମନ୍ତର ଗତିରେ ଚାଲୁଥିବାରୁ ଅଭିବୃଦ୍ଧି କମ ହୋଇଥିବା କୁହାଯାଉଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.