Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୩ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୯.୧ରୁ ହ୍ରାସ ପାଇ ୭.୨% ହେଲା, ଚତୁର୍ଥ ତ୍ରୟମାସିକରେ ଆକଳନ ଠାରୁ ଭଲ ପ୍ରଦର୍ଶନ

31/05/2023 at 7:17 PM

ନୂଆଦିଲ୍ଲୀ: ୨୦୨୩ ଫାଇନାନ୍ସିଆଲ୍ ବର୍ଷରେ ସକଳ ଘରୋଇ ଉତ୍ପାଦନ(ଜିଡିପି) ଅଭିବୃଦ୍ଧି ହାର ଗତବର୍ଷ ଅପେକ୍ଷା ହ୍ରାସ ପାଇ ୭.୨ ପ୍ରତିଶତ ହୋଇଛି। ୨୦୨୨ ଆର୍ଥିକ ବର୍ଷରେ ଏହି ଆହର ୯.୧ ପ୍ରତିଶତ ଥିଲା। ତେବେ ଜାନୁଆରୀରୁ ମାର୍ଚ୍ଚ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ୬.୧ ପ୍ରତିଶତରେ ପହଞ୍ଚିଛି। ଯାହା ଆକଳନ ଠାରୁ ଅଧିକ। ଗତବର୍ଷ ସମାନ ଚତୁର୍ଥ ତ୍ରୟମାସିକ ଅବଧିରେ ମାତ୍ର ୪ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ବେଳେ ଗତ ତ୍ରୟମାସିକରେ ଅର୍ଥାତ୍ ଡିସେମ୍ବରରେ ୪.୪ ପ୍ରତିଶତ ଅଭିବୃଦ୍ଧି ରହିଥିଲା। ତେବେ ଗତବର୍ଷ ସେପ୍ଟେମ୍ବରରେ ୬.୩ ଅଭିବୃଦ୍ଧି ହୋଇଥିଲା।

ଜିଭିଏ ଅର୍ଥାତ୍ ଗ୍ରସ୍ ଭାଲ୍ୟୁ ଆଡେଡ୍‌ ଆର୍ଥିକ ବର୍ଷ ୨୦୨୩ରେ ୮.୮ ପ୍ରତିଶତରୁ ଖସି ୭ ପ୍ରତିଶତ ହୋଇଛି। ତେବେ ଚଳିତ ତ୍ରୟମାସିକରେ ଜିଭିଏ ୬.୫ ପ୍ରତିଶତ ରହିଛି। ଗତବର୍ଷ ସମାନ ତ୍ରୟମାସିକ ରିପୋର୍ଟରେ ଜିଭିଏ ୩.୯ ପ୍ରତିଶତ ରହିଥିଲା। ସୂଚନା ଥାଉକି ଅର୍ଥନୀତିର ଅଭିବୃଦ୍ଧିକୁ ମାପିବା ପାଇଁ ଜିଡିପିକୁ ନିଆଯାଉଥିବା ବେଳେ ଜିଭିଏରେ କୌଣସି ଅର୍ଥବ୍ୟବସ୍ଥାରେ ହେଉଥିବା ମୋଟ ଆଉଟ୍‌ପୁଟ୍‌ ଓ ଇନକମ ଜଣାପଡ଼େ।   

India's GDP grew at 6.1% in Jan-March quarter: Govt data - Hindustan Times

ପଢ଼ନ୍ତୁ- ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୭ ପ୍ରତିଶତକୁ ହ୍ରାସ, ଗତ ୧୮ ମାସରେ ସର୍ବନିମ୍ନ

ଆର୍‌ବିଆଇର ଅନୁମାନ ଠାରୁ ଅଧିକ ବଢ଼ିଲା ଜିଡିପି

ଆର୍‌ବିଆଇ ନିଜର ବାର୍ଷିକ ରିପୋର୍ଟରେ କହିଥିଲା ଯେ ୨୦୨୩ ଆର୍ଥିକ ବର୍ଷରେ ଚତୁର୍ଥ ତ୍ରୟମାସିକରେ ରିୟଲ ଜିଡିପି ୫.୧ ପ୍ରତିଶତ ହାରରେ ବଢ଼ିବ। ସେହିପରି ଏସ୍‌ବିଆଇ ମଧ୍ୟ ଚତୁର୍ଥ ତ୍ରୟମାସିକରେ ରିୟଲ ଜିଡିପି ଗ୍ରୋଥ୍ ୫.୫ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା। ସେହିପିର ଆର୍ଥିକ ବର୍ଷ ୨୦୨୩ରେ ଜିଦିପି ଅଭିବୃଦ୍ଧି  ୭.୧ ପ୍ରତିଶତ ରହିବ ବୋଲି ପୂର୍ବ ଆକଳନ କରାଯାଇଥିଲା। ସେହିପରି ଏନ୍‌ଏସ୍‌ଓ ମଧ୍ୟ ୨୦୨୩ ଆର୍ଥିକ ବର୍ଷରେ ଡିଜିପି ଅଭିବୃଦ୍ଧି ହାର ୭ ପ୍ରତିଶତ ଦର୍ଶାଇଥିଲା।   

ଜିଡିପି କଣ ?

ଦେଶରେ ଅର୍ଥନୀତିକୁ ଟ୍ରାକ୍ କରିବାକୁ ହେଲେ ଜିଡିପିକୁ ଏକ ଇଣ୍ଡିକେଟର୍ସ ଭାବେ ନିଆଯାଏ। ଦେଶରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦନ ହୋଇଥିବା ସମସ୍ତ ସାମଗ୍ରୀ ଓ ସେବାର ମୂଲ୍ୟକୁ ଦର୍ଶାଇଥାଏ। ଏଥିରେ ଦେଶରେ ଥିବା ବିଦେଶୀ କମ୍ପାନୀର ଉତ୍ପାଦନକୁ ବି ହିସାବ କରାଯାଇଥାଏ। ଅର୍ଥନୀତି ଭଲ ହେଲେ ବେରୋଜଗାରୀ ହାର ମଧ୍ୟ କମ୍ ହୋଇଥାଏ।

India Q4 GDP data: A recap of economic performance in past 4 quarters | Mint

ପଢ଼ନ୍ତୁ -ମୋଦୀ କ୍ୟାବିନେଟ୍‌ରେ ଅନ୍ନ ସଂରକ୍ଷଣ ଯୋଜନାକୁ ମଞ୍ଜୁରୀ, ପ୍ରତି ବ୍ଲକରେ ତିଆରି ହେବ ଗୋଦାମ

ଜିଡିପି ପ୍ରକାର ଭେଦ

ଜିଡିପି ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ରିୟଲ ଜିଡିପି ଓ ଗୋଟିଏ ନୋମିନାଲ ଜିଡିପି। ରିୟଲ ଜିଡିପିରେ ଗୁଡ୍ସ ଓ ସର୍ଭିସର ଭାଲ୍ୟୁର କାଲକୁଲେସନ ବେସ୍ ଇୟରର  ଭାଲ୍ୟୁ କିମ୍ବା ଷ୍ଟେବଲ ପ୍ରାଇସ୍ ଉପରେ କରାଯାଇଥାଏ। ବର୍ତ୍ତମାନ ଜିଡିପିକୁ ହିସାବ କରିବା ପାଇଁ ବେସ୍‌ ଇୟର ୧୦୧୧-୧୨କୁ ନିଆଯାଉଛି। ଅର୍ଥାତ୍ ୨୦୧୧-୧୨ରେ ଗୁଡ୍ସ ଓ ସର୍ଭିସର ଯେଉଁ ରେଟ୍ ଥିଲା ସେହି ହିସାବରେ କାଲକୁଲେସନ କରାଯିବ। ସେହିପରି ନୋମିନାଲ ଡିଜିପିର କାଲକୁଲେସନ କରେଣ୍ଟ ପ୍ରାଇସ୍‌ରେ କରାଯାଇ ଥାଏ।

ଜିଡିପି କିପରି ମୂଲ୍ୟାଙ୍କନ କରାଯାଏ ?

ଜିଡିପିକୁ କାଲକୁଲେଟ୍ କରିବାକୁ ଏକ ଫର୍ମୁଲାର ବ୍ୟବହାର କରାଯାଇଥାଏ। ତାହା ହେଲା GDP=C+G+I+NX ସୂତ୍ର। ଏଠାରେ Cର ଅର୍ଥ ପ୍ରାଇଭେଟ୍ କଞ୍ଜପସନ(ଘରୋଇ ବ୍ୟବହାର) G ର ଅର୍ଥ ସରକାରୀ ଖର୍ଚ୍ଚ, I ର ଅର୍ଥ ନିବେଶ ଓ NX ର ଅର୍ଥ ମୋଟ ରପ୍ତାନୀ। ଏହି ସୂତ୍ରକୁ ପକାଇ ଜିଡିପି ଆକଳନ କରାଯାଇଥାଏ।

UN expects India's GDP to grow 7.5% in 2021, outlook fragile due to Covid

ପଢ଼ନ୍ତୁ –କାଲିଠୁ ହେବାକୁ ଯାଉଛି ବଡ ପରିବର୍ତ୍ତନ, ଆପଣଙ୍କ ପକେଟ୍‌ ହେବନି ତ ପ୍ରଭାବିତ

GVA କଣ ?

ଗ୍ରସ୍ ଭାଲ୍ୟୁ ଆଡେଡ୍‌କୁ ଅତି ସାଧାରଣ ଅର୍ଥରେ କହିବାକୁ ଗଲେ କୌଣସି ଅର୍ଥବ୍ୟବସ୍ଥାର ମୋଟ ଉତ୍ପାଦନ ଓ ଆୟର ତଥ୍ୟ ମିଳିଥାଏ। ନିର୍ଦ୍ଦିଷ୍ଟ ଅବଧିରେ ଇନ୍‌ପୁଟ କଷ୍ଟ ଓ କଞ୍ଚା ମାଲର ଦାମ ଆକଳନ ପରେ କେତେ ଟଙ୍କାର ବସ୍ତୁ ଓ ସେବାର ଉତ୍ପାଦନ ହେଲା ତାହା ଜିଭିଏ କହିଥାଏ। ଏହା ଛଡ଼ା କୌଣସି ବିଶେଷ ଉଦ୍ୟୋଗରେ କେତେ ଆୟ ହୋଇଛି ତାହା ବି ଏହାଦ୍ୱାରା ଆକଳନ କରାଯାଇଥାଏ। ନ୍ୟାସ୍‌ନାଲ ଆକାଉଣ୍ଟିଂ ଦୃଷ୍ଟିରୁ ଦେଖିଲେ ମାଇକ୍ରୋ ସ୍ତରରେ ଡିଜିପି ସବ୍‌ସିଡି ଓ ଟ୍ୟାକ୍ସ ମୂଲ୍ୟ ଆକଳନ ପରେ ଯେଉଁ ମୂଲ୍ୟ ମିଳିଥାଏ ତାକୁ ଜିଭିଏ କୁହାଯାଇଥାଏ।

India's finance ministry claims inflation hurts the rich more than the  poor. What does data say?



   Related Posts