suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଠ ମାସର ସର୍ବୋଚ୍ଚସ୍ତରରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର, ୫.୯୮ ବିଲିୟନ ଡଲାର ବଢି ହେଲା ୫୭୮.୭୮ ବିଲିୟନ ଡଲାର

31/03/2023 at 10:11 PM

ନୂଆଦିଲ୍ଲୀ: ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ଲଗାତାର ଦ୍ୱିତୀୟ ସପ୍ତାହରେ ବୃଦ୍ଧି ଦେଖିବାକୁ ମିଳିଛି । ଶୁକ୍ରବାର ଆରବିଆଇ ଦ୍ୱାରା ଜାରି ତଥ୍ୟ ଅନୁସାରେ ମାର୍ଚ୍ଚ ୨୪ରେ ଶେଷ ହୋଇଥିବା ସପ୍ତାହରେ ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର ୫.୯୭୭ ବିଲିୟନ ଡଲାର ବୃଦ୍ଧି ସହ ୫୭୮.୭୭୮ ବିଲିୟନ ଡଲାର ହୋଇଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବ ସପ୍ତାହରେ ଭାରତର ଫୋରେକ୍ସ ରିଜର୍ଭ ୧୨.୮ ବିଲିୟନ ଡାଲର ବୃଦ୍ଧି ସହ ୫୭୨.୮ ବିଲିୟନ ଡଲାର ହୋଇଥିଲା ।

ରିଜର୍ଭ ବ୍ୟାଙ୍କ ସାପ୍ତାହିକ ଡାଟା ଅନୁସାରେ ମାର୍ଚ୍ଚ ୨୪ରେ ଶେଷ ହୋଇଥିବା ସପ୍ତାହରେ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଭାଗ, ବିଦେଶୀ ମୁଦ୍ରା ଭଣ୍ଡାରରେ ୪.୩୮ ବିଲିୟନ ଡଲାର ବଢି ୫୦୯.୭୨୮ ବିଲିୟନ ଡାଲର ହୋଇଛି ।

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ଦେଶର ସ୍ୱର୍ଣ୍ଣ ଭଣ୍ଡାରରେ ଆଲୋଚ୍ୟ ସପ୍ତାହରରେ ୧.୩୭ ବିଲିୟନ ଡଲାର ବଢି ୪୫.୪୮ ବିଲିୟନ ଡଲାର ହୋଇଛି । ଡାଟା ଅନୁସାରେ ଏସଡିଆର ୨୦.୧ କୋଟି ଡଲାର ବଢି ୧୮.୪୧୯ ବିଲିୟନ ଡାଲର ହୋଇଛି । ଏହି ଅବଧିରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରେ ଥିବା ଦେଶର ମୁଦ୍ରା ଭଣ୍ଡାର ମଧ୍ୟ ୨.୭୮ କୋଟି ଡଲାର ବଢି ୫.୧୧୫ ବିଲିୟନ ଡଲାର ହୋଇଛି ।

   Related Posts