ଚାରି ସପ୍ତାହର ହ୍ରାସ ପରେ ବୃଦ୍ଧି ଦେଖିଲା ବିଦେଶୀ ମୁଦ୍ରା ଭଣ୍ଡାର, ବଢିଲା ୧.୪୫ ବିଲିୟନ ଡଲାର
10/03/2023 at 7:05 PM

ନୂଆଦିଲ୍ଲୀ: ଲାଗାତାର ଚାରି ସପ୍ତାହର ହ୍ରାସ ପରେ ପଞ୍ଚମ ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଦେଖିବାକୁ ମିଳିଛି । ମାର୍ଚ୍ଚ ୩ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୫୬୨.୪୦ ବିଲିୟନ ଡଲାର ରହିଛି । ଶୁକ୍ରବାର ଆଇରବିଆଇ ପକ୍ଷରୁ ଜାରି ଡାଟାରୁ ଏହା ଜଣାପଡିଛି ।
ଆରବିଆଇର ଡାଟା ଅନୁସାରେ ବିଦେଶୀ ମୁଦ୍ରା ଭଣ୍ଡାରରେ ଗତ ସପ୍ତାହରେ ୧.୬୪ ବିଲିୟନ ଡଲାର ବୃଦ୍ଧି ହୋଇଛି । ଫେବ୍ରୁଆରୀ ୨୪ରେ ଶେଷ ହୋଇଥିବା ସପ୍ତାହରେ ଏହା ୫୬୦.୯୪ ବିଲିୟନ ଡଲାର ରହିଥିଲା । ଉଲ୍ଲେଖଯୋଗ୍ୟ ଯେ ଲଗାତାର ଚାରି ସପ୍ତାହ ଧରି ହ୍ରାସ ଯୋଗୁଁ ବିଦେଶୀ ମୁଦ୍ରା ଭଣ୍ଡାରରେ ୧୫.୮ ବିଲିୟନ ଡଲାରର ରେକର୍ଡ ହ୍ରାସ ହୋଇଥିଲା ।
ଆଲୋଚ୍ୟ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ)ରେ ୧.୧୮ ବିଲିୟନ ଡାଲର ବୃଦ୍ଧି ହୋଇଛି । ଏହାସହ ମୋଟ ଏଫସିଏ ୪୯୭.୦୮ ବିଲିୟନ ଡଲାର ହୋଇଛି । ବିଦେଶୀ ମୁଦ୍ରା ସମ୍ପତ୍ତିରେ ବୃଦ୍ଧି ଦେଶର ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଏହା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତିକୁ ଦର୍ଶାଇଥାଏ । ଗତ ସପ୍ତାହରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୦.୯ ପ୍ରତିଶତ ମଜଭୁତ ହୋଇଥିଲା, ଯାହା ଦୁଇ ମାସରେ ସବୁଠୁ ବଡ଼ ସାପ୍ତାହିକ ବୃଦ୍ଧି ଥିଲା । ଏହି କାରଣରୁ ହିଁ ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ଦେଖିବାକୁ ମିଳିଛି ।