ନୂଆ ଶିଖର ଛୁଇଁଲା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର, ଟପିଲା ୬୪୮ ବିଲିୟନ ଡଲାର

Published By : Prameya-News7 Bureau | April 12, 2024 IST

ନୂଆଦିଲ୍ଲୀ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଲଗାତାର ସପ୍ତମ ସପ୍ତାହରେ ବଢିଛି । ଏପ୍ରିଲ ୫ରେ ଶେଷ ହୋଇଥିବା ସପ୍ତାହରେ ୨.୮୯ ବିଲିୟନ ଡଲାର ବୃଦ୍ଧି ସହ ଏହା ୬୪୮.୫୬ ବିଲିୟନ ଡଲାରରେ ପହଞ୍ଚିଛି । ଏହାସହ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ନୂଆ ଶୀର୍ଷ ଛୁଇଁଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏହି ସୂଚନା ଦେଇଛି । ଏହା ପୂର୍ବରୁ ମାର୍ଚ୍ଚ ୨୯ରେ ଶେଷ ହୋଇଥିବା ସପ୍ତାହରେ ଏହା ୨.୯୫୧ ବିଲିୟନ ଡଲାର ବଢି ୬୪୫.୫୮୩ ବିଲିୟନ ଡଲାରରେ ପହଞ୍ଚିଥିଲା । ରିଜର୍ଭ ବ୍ୟାଙ୍କର ଡାଟା ଅନୁସାରେ ଏପ୍ରିଲ ୫ରେ ଶେଷ ହୋଇଥିବା ସପ୍ତାହରେ ମୁଦ୍ରା ଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିବା ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ) ୫୪.୯ କୋଟି ଡଲାର ବଢି ୫୭୧.୧୭ ବିଲିୟନ ଡଲାର ହୋଇଛି ।

ପଢନ୍ତୁ: ଦରବୃଦ୍ଧିରୁ ଆଶ୍ବସ୍ତି, ମାର୍ଚ୍ଚରେ ୪.୮୫ ପ୍ରତିଶତକୁ ଖସିଲା ଖୁଚୁରା ମୁଦ୍ରାସ୍ଫୀତି ହାର

ଏହା ବ୍ୟତୀତ ଗୋଲ୍ଡ ରିଜର୍ଭ ୨.୪ ବିଲିୟନ ଡଲାର ବଢି ୫୪.୫ ବିଲିୟନ ଡଲାର ହୋଇଛି । ସେହିପରି ଏସଡିଆର ୨.୪ କୋଟି ଡଲାର ବୃଦ୍ଧି ସହ ୧୮.୨ ବିଲିୟନ ଡଲାର ହୋଇଛି । ଗତ ସପ୍ତାହରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ନିକଟରେ ଭାରତ ଜମା ୦.୯ କୋଟି ଡଲାର ବଢି ୪.୬୬ ବିଲିୟନ ଡଲାର ଥିଲା ।

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.