ଚାରି ମାସରେ ପ୍ରଥମ ଥର ୬୦୦ ବିଲିୟନ ଡଲାର ଟପିଲା ବିଦେଶୀ ମୁଦ୍ରା ଭଣ୍ଡାର

Published By : Prameya-News7 Bureau | December 08, 2023 IST

ନୂଆଦିଲ୍ଲୀ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଡିସେମ୍ୱରରେ ବଢି ୬୦୪ ବିଲିୟନ ଡଲାର ହୋଇଛି । ଚାରି ମାସରେ ପ୍ରଥମ ଥର ବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାର ଟପିଛି । ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ୧୧ରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାର ଉପରେ ରହିଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଡିସେମ୍ୱର ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରି କହିଛନ୍ତି, ଭାରତର ବିଦେଶୀ ମୁଦ୍ର ଭଣ୍ଡାର ଡିସେମ୍ୱର ୧ରେ ୬୦୪ ବିଲିୟନ ଡଲାର ଥିଲା । ଏହା ଦ୍ୱାରା ଦେଶର ଆମଦାନୀ ଉପରେ ପୈଠକୁ ସହଜରେ ପୂରଣ କରାଯାଇ ପାରିବ ।

ଏହା ପୂର୍ବରୁ ନଭେମ୍ୱରର ଶେଷ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୫୯୭.୯୩ ବିଲିୟନ ଡଲାର ଥିଲା । ୨୦୨୧ ଅକ୍ଟୋବରେ ଦେଶର ବିଦେଶ ମୁଦ୍ରା ଭଣ୍ଡାର ୬୪୨ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚତମ ସ୍ତରରେ ପହଞ୍ଚିଥିଲା । ଏହାପରେ ଗତ ବର୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ବୈଶ୍ୱିକ ଘଟଣାକ୍ରମଣ ଯୋଗୁଁ ଭାରତୀୟ ମୁଦ୍ରା ଉପରେ ଚାପ ହ୍ରାସ କରିବା ପାଇଁ ବିଦେଶୀ ମୁଦ୍ରା ଭଣ୍ଡରକୁ ବ୍ୟବହାର କରାଯାଇଥିଲା ।

Also Read: RBIଙ୍କ ବଡ଼ ନିଷ୍ପତ୍ତି, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ପାଇଁ ବଢିଲା UPI ଟ୍ରାଞ୍ଜାକ୍ସନ ସୀମା, ଏବେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିହେବ ପୈଠ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.