ପୁଣି ବଢ଼ିଲା ଭାରତର ବୈଦେଶିକ ମୁଦ୍ରାଭଣ୍ଡାର, ପହଞ୍ଚିଲା ୧୦ ମାସର ସର୍ବୋଚ୍ଚ ସ୍ତରକୁ

Published By : Prameya-News7 Bureau | May 06, 2023 IST

ମୁମ୍ବାଇ ୬।୫: ଏପ୍ରିଲ ଶେଷ ସପ୍ତାହ ଅନେକ ଦୃଷ୍ଟିରୁ ଭଲରେ କଟିଛି। ଏହି ସମୟରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାରରେ ବେଶ ଅଭିବୃଦ୍ଧି ହୋଇଛି। ଗତ ୨୮ ଏପ୍ରିଲରେ ସମାପ୍ତ ସପ୍ତାହ କାଳରେ ଭାରତର ଫରେନ ଏକ୍ସଚେଞ୍ଜ ରିଜର୍ଭରେ ୪.୫୩୨ ବିଲିୟନ ଡଲାରର ଜୋରଦାର ବୃଦ୍ଧି ହୋଇଛି। ଏହାର ଏକ ସପ୍ତାହ ପୂର୍ବରୁ ଅର୍ଥାତ ଏପ୍ରିଲ ୨୧ରେ ସମାପ୍ତ ସପ୍ତାହ କାଳରେ ୨.୧୬ ବିଲିୟନ ଡଲାର ହ୍ରାସ ହୋଇଥିଲା।  ଏବେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୫୮୮.୭୮୦ ବିଲିୟନ ଡଲାରରେ ପହଞ୍ଚିଛି।

{"id":782679,"width":840,"height":552,"sizeSlug":"full","linkDestination":"none"}

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ ୨୮ ଏପ୍ରିଲରେ ଶେଷ ହୋଇଥିବା ସପ୍ତାହ କାଳରେ ଭାରତ ବୈଦେଶିକ ମୁଦ୍ରା ଭଣ୍ଡାରରେ ବେଶ୍ ଅଭିବୃଦ୍ଧି ହୋଇଛି। ତେବେ ତା ୨ସପ୍ତାହ ପୂର୍ବରୁ ମୁଦ୍ରାଭଣ୍ଡାରେ ୧.୫୬୭ ବିଲିୟନ ଡଲାର ବୃଦ୍ଧି ହୋଇଥିଲା। ଅକ୍ଟୋବର ୨୦୨୧ରେ ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାର ୬୪୫ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚସ୍ତରକୁ ପହଞ୍ଚିଥିଲା। ଆରବିଆଇଙ୍କ ସାପ୍ତାହିକ ତଥ୍ୟ ଉପରେ ନଜର ପକାଇଲେ ୨୮ ଏପ୍ରିଲ ୨୦୨୩ରେ ସମାପ୍ତ ସପ୍ତାହରେ ଭାରତର ଫରେନ କରେନ୍ସି ଆସେଟ ମଧ୍ୟ ବଢିଛି।

{"id":782680,"width":841,"height":629,"sizeSlug":"full","linkDestination":"none"}

ଏହି ସପ୍ତାହରେ ଫରେନ କରେନ୍ସି ଆସେଟ୍‌ରେ ୪.୯୯ ଡଲାର ବୃଦ୍ଧି ହୋଇ ୫୧୯.୪୮ ବିଲିୟନ ଡଲାରରେ ପହଞ୍ଚି ଯାଇଛି। ତେବେ ଏହା ପୂର୍ବ ସପ୍ତାହରେ ଏଥିରେ ୨.୧୪୬ ବିଲିୟନ ଡଲାର ହ୍ରାସ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରା ଆସେଟ୍ (ଏଫସିଏ) ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। ଡଲାରରେ ମୂଲ୍ୟାନ କରାଯାଉଥିବା ଏଫସିଏରେ ୟୁରୋ, ପାଉଣ୍ଡ ଓ ୟେନ ଭଳି ଅଣ ଆମେରିକୀୟ ମୁଦ୍ରାରେ ହେଉଥିବା ହ୍ରାସ ବୃଦ୍ଧି ପ୍ରଭାବକୁ ମଧ୍ୟ ଏଥିରେ ସାମିଲ କରାଯାଇଥାଏ। ବୈଦେଶିକ ମୁଦ୍ରା ଭଣ୍ଡାରରେ ଅଭିବୃଦ୍ଧି ସହ ଅନ୍ତର୍ଜାତୀୟ ମୁଦ୍ରାକୋଷରେ ଭାରତର ଆହରଣ ଅଧିକାର (ଏସଡିଆର)ରେ ମଧ୍ୟ ବୃଦ୍ଧି ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.