Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଦେଶ ମୁଦ୍ରା ଭଣ୍ଡାରରେ ବଡ଼ ହ୍ରାସ, ସେପଟେ ଡଲାର ତୁଳନାରେ କମିଲା ଟଙ୍କାର ମୂଲ୍ୟ

15/09/2023 at 11:06 PM

India Forex Reserves

ନୂଆଦିଲ୍ଲୀ: ପୁଣିଥରେ ଭାରତରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ତୀବ୍ର ହ୍ରାସ ଦେଖିବାକୁ ମିଳିଛି। ୮ ସେପ୍ଟେମ୍ବର, ୨୦୨୩ ଶେଷ ସପ୍ତାହରେ, ବୈଦେଶିକ ମୁଦ୍ରା ଭଣ୍ଡାରରେ ୫ ବିଲିୟନ ଡଲାର ହ୍ରାସ ଘଟି ୫୯୩.୯୦ ବିଲିୟନ ଡଲାରରେ ହୋଇଛି। ଏହା ୧ ସେପ୍ଟେମ୍ବର ଶେଷ ସପ୍ତାହରେ, ବୈଦେଶିକ ମୁଦ୍ରା ବଣ୍ଡାର ୫୯୮.୮୯୭ ବିଲିୟନ ଡଲାରରେ ରହିଥିଲା। ଆର୍‌ବିଆଇ ଫୋରେକ୍ସ ରିଜର୍ଭ ଡାଟାରୁ ଏହି ସୂଚନା ମିଳିଛି।

ସୂଚନା ଅନୁଯାୟୀ ବିଦେଶୀ ମୁଦ୍ରା ନୁହେଁ, ଏହି ସମୟ ଅବଧିରେ ବିଦେଶୀ ମୁଦ୍ରା ସମ୍ପତ୍ତି(ଫରେନ କରେନ୍ସି ଆସେଟ୍ସ) ୪.୨୬ ବିଲିୟନ ଡଲାରକୁ ହ୍ରାସ ପାଇଛି। ୫୫୪ ମିଲିୟନ ଡଲାର ହ୍ରାସ ସହିତ ସୁନା ଭଣ୍ଡାର ୪୪.୩୮ ବିଲିୟନ ଡଲାରରେ ପଞ୍ଚିଚିଛି। IMF ର ଭଣ୍ଡାରରେ ୩୯ ମିଲିୟନ ଡଲାର ହ୍ରାସ ପାଇଛି।

ଶୁକ୍ରବାର ଦିନ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କାରେ ମୂଲ୍ୟରେ ବଡ ହ୍ରାସ ହୋଇଛି। ଗୋଟିଏ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ୮୩.୧୭ ଟଙ୍କା ହୋଇଛି। ଗତ କିଛି ଦିନ ହେବ ଟଙ୍କା ତୁଳନାରେ କ୍ରମାଗତ ଭାବେ ଡଲାର ମଜବୁତ ହୋଇଥିଲା। ବିଦେଶୀ ପୁଞ୍ଜି ନିବେଶକାରୀଙ୍କର ଶେୟାର ବିକ୍ରି ଏବଂ ଡଲାରର କ୍ରମାଗତ ମଜବୁତ ହେତୁ ଟଙ୍କା ଦୁର୍ବଳ ହୋଇଛି ବୋଲି କୁହାଯାଉଛି।

ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ବ୍ୟାରେଲ ପିଛା ୯୪ ଡଲାର ଅତିକ୍ରମ କରିଛି। ଅଶୋଧିତ ତୈଳ କିଣିବା ପାଇଁ ସରକାରୀ ତୈଳ କମ୍ପାନୀଗୁଡିକୁ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡିବ। ଏପରି ପରିସ୍ଥିତିରେ ଡଲାରର ଚାହିଦା ବୃଦ୍ଧି ହେତୁ ବୈଦେଶିକ ମୁଦ୍ରା ଭଣ୍ଡାର ଆହୁରି ହ୍ରାସ ହୋଇପାରେ।

ତେବେ ବୈଦେଶିକ ମୁଦ୍ରା ଭଣ୍ଡାର ପୁଣି ୬୦୦ ବିଲିୟନ ଡଲାର ସ୍ତରରୁ ଖସି ଆସିଛି। ଅକ୍ଟୋବର ୨୦୨୧ ରେ ବୈଦେଶିକ ମୁଦ୍ରା ସଂରକ୍ଷଣ ୬୪୫ ବିଲିୟନ ଡଲାର ସ୍ତରରେ ପହଞ୍ଚିଥିଲା। ଏହାପରେ, ୟୁକ୍ରେନ-ଋଷ ଯୁଦ୍ଧ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଏବଂ ନିବେଶକଙ୍କ ବିକ୍ରୟ ହେତୁ ବୈଦେଶିକ ମୁଦ୍ରା ସଂରକ୍ଷଣ ୫୨୬ ବିଲିୟନ ଡଲାର ସ୍ତରକୁ ଖସି ଆସିଥିଲା।

   Related Posts