ଦୁଇ ବର୍ଷର ସର୍ବନିମ୍ନ ସ୍ତରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର, ଗୋଲ୍ଡ ରିଜର୍ଭରେ ବି ହ୍ରାସ, ବଢିଛି ଏସଡିଆର

Published By : Prameya-News7 Bureau | October 29, 2022 IST

ନୂଆଦିଲ୍ଲୀ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଗତ ଅକ୍ଟୋବର ୨୧ରେ ଶେଷ ହୋଇଥିବା ସପ୍ତାହରେ ହ୍ରାସ ହୋଇ ଦୁଇ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଅକ୍ଟୋବର ୨୧ରେ ଭାରତୀୟ ମୁଦ୍ରା ଭଣ୍ଡାର ୫୨୪.୫୨୦ ବିଲିୟନ ଡଲାର ହୋଇଛି । ପୂର୍ବ ସପ୍ତାହ ତୁଳନାରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୩.୮୫ ବିଲିୟନ ଡଲାର ହ୍ରାସ ରେକର୍ଡ କରାଯାଇଛି । ଆରବିଆଇ ଡାଟା ଅନୁସାରେ ଏହା ପୂର୍ବରୁ ଅକ୍ଟୋବର ୧୪ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୫୨୮.୩୬୭ ବିଲିୟନ ଡଲାର ଥିଲା।

ଆରବିଆଇ ରିପୋର୍ଟ ଅନୁସାରେ ବିଦେଶୀ ମୁଦ୍ରା ଭଣ୍ଡାରର ସବୁଠୁ ବଡ଼ ଉପାଦାନ ବିଦେଶୀ ମୁଦ୍ରା ସମ୍ପତ୍ତିରେ ୩.୫୯ ବିଲିୟନ ଡଲାର ହ୍ରାସ ଘଟି ୪୬୫.୦୭୫ ବିଲିୟନରେ ପହଞ୍ଚିଛି ।

ଦେଶର ସୁନା ଭଣ୍ଡାର( ଗୋଲ୍ଡ ରିଜର୍ଭ) ଏହି ସମୟରେ ୨୪୭ ମିଲିୟନ ଡଲାର ହ୍ରାସ ସହ ୩୭.୨୦୬ ବିଲିୟନ ଡଲାରରେ ପହଞ୍ଚି । ତେବେ ଆରବିଆଇ ତଥ୍ୟ ଅନୁସାରେ, ଆଲୋଚ୍ୟ ସପ୍ତାହରେ ଆଇଏମଏଫରେ ଭାରତ ସ୍ୱତନ୍ତ୍ର ଆହରଣ ଅଧିକାର ବା ଏସଡିଆର ମୂଲ୍ୟ ୭୦ ଲକ୍ଷ ଡଲାର ବଢି ୧୭.୪୪୦ ବିଲିୟନ ଡଲାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.