scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତର ପ୍ରଥମ ରେକର୍ଡିଂ ଷ୍ଟାର ଗୌହର ଜାନ୍; ୧୩ବର୍ଷ ବୟସରେ ହୋଇଥିଲେ ଦୁଷ୍କର୍ମର ଶିକାର, ଗାନ୍ଧିଜୀ ତାଙ୍କୁ ମାଗିଥିଲେ ଆର୍ଥିକ ସହାୟତା

8/08/2023 at 3:49 PM

ନୂଆଦିଲ୍ଲୀ ୮/୮: ଏହା ସତ ଯେ ପ୍ରତ୍ୟେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ପଛରେ ଏକ ସଂଘର୍ଷମୟୀ କାହାଣୀ ଲୁଚି ରହିଛି। କିଛି ସେମିତି କାହାଣୀ ଥିଲା ଭାରତର ପ୍ରଥମ ରେକର୍ଡିଂ ସୁପରଷ୍ଟାର ଆଖ୍ୟା ଅର୍ଜନ କରିଥିବା ଗୌହର ଜାନଙ୍କର ।  ପ୍ରସିଦ୍ଧ ଗାୟକ ଗୌହର ଜାନ୍ ତାଙ୍କ ସମୟର ଥିଲେ ସବୁଠାରୁ ଦାମୀ କାଳକାର । ସେ ଏତେ ଲୋକପ୍ରିୟ ଥିଲେ ଯେ, ସେହି ସମୟ ମଧ୍ୟରେ ସେ ୧୦୧ରୁ କମ୍ ସୁନା ମୁଦ୍ରାରେ କୌଣସି ସୋ କରୁ ନଥିଲେ। ଆସନ୍ତୁ ତାଙ୍କ ଜୀବନର ସେହି ସଂଘର୍ଷ, ସୁଖ ଓ ଦୁଃଖର ପୃଷ୍ଠା ଖୋଲିବା।ଗୌହର ଜାନ୍ ଦେଶର ପ୍ରଥମ ଗାୟକ ଯିଏକି ତାଙ୍କ ଗୀତଗୁଡ଼ିକୁ ରେକର୍ଡ କରିଥିଲେ। ସେ ତାଙ୍କ ଜୀବନରେ ଅନେକ ସଂଘର୍ଷର ସମ୍ମୁଖୀନ ହୋଇଛନ୍ତି ।  ତଥାପି ଭାରତୀୟ ସଙ୍ଗୀତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଥିଲେ  ଭାରତର ପ୍ରଥମ କୋଟିପତି ଗାୟୀକା।

ବର୍ଷ ୧୯୧୦ରେ ତାଙ୍କର ନେଟୱର୍ଥ ପାଖାପାଖି ୧ କୋଟି ଥିଲା। ଏତେ ଧନୀ ଥିଲେ ଯେ, ସେ ଥରେ ପିନ୍ଧୁଥିବା ଗହଣା ଦ୍ୱିତୀୟଥର ପିନ୍ଧୁ ନଥିଲେ।  ଗୌହର ଜାନଙ୍କର ସେ ସମୟର ଫିସ୍ ବି ଥିଲା ଖୁବ୍ ଅଧିକ। ପ୍ରତି ଗୀତର ରେକର୍ଡିଂ ସମୟରେ ସେ ପିନ୍ଧୁଥିଲେ ନୂଆ ପୋଷାକ। ବୀଂଶ ଶତାବ୍ଧୀର ଆରମ୍ଭରେ  ସେ ଗୋଟିଏ ଗୀତ ପାଇଁ ନେଉଥିଲେ ୩ ହଜାର ଟଙ୍କା।  ସେ ଏତେ ଧନୀ ଥିଲେ ଯେ, ତାଙ୍କୁ ଗାନ୍ଧୀଜୀ ମାଗିଥିଲେ ଆର୍ଥିକ ସହାୟତା।  ସ୍ୱରାଜ ଆନ୍ଦୋଳନ ପାଇଁ ମହାତ୍ମା ଗାନ୍ଧୀଙ୍କୁ ଟଙ୍କାର ଖୁବ୍ ଆବଶ୍ୟକତା ଥିଲା। ସେଥିପାଇଁ ସେ ଗୌହର ଜାନଙ୍କୁ ମାଗିଥିଲେ ସାହାଯ୍ୟ। ଗୌହର ଗାନ୍ଧୀଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ ହେଲେ ରଖିଥିଲେ ଗୋଟିଏ ସର୍ତ୍ତ। ସର୍ତ୍ତଥିଲା, ଯେତେବେଳେ କୌଣସି ଦରବାରରେ ଗୀତ ଗାଈବେ ସେଠାରେ ଉପସ୍ଥିତ ରହିବେ ଗାନ୍ଧୀଜୀ। ମହାତ୍ମା ଗାନ୍ଧୀ ସର୍ତ୍ତ ମାନିଥିଲେ କିନ୍ତୁ ପୂରା କରିନଥିଲେ। ଯେଉଁଥିପାଇଁ ରାଗି ଯାଇଥିଲେ ଗୌହର।

 ଗୌହରଙ୍କ ମା ଭିକ୍ଟୋରିଆ ହେମିଙ୍ଗସ୍ ଆମେରିକାରେ ଆର୍ମେନିଆର ଥିଲେ। ସେ ଜଣେ ଭଲ ନୃତ୍ୟଶିଳ୍ପୀ ଏବଂ ଗାୟକ ମଧ୍ୟ ।  ଗୌହର ୨୬ ଜୁନ୍ ୧୮୭୩ ରେ ଉତ୍ତରପ୍ରଦେଶର ଆଜାମଗଡରେ ଜନ୍ମ ହୋଇଥିଲେ।  ନାଁ ଦିଆଯାଇଥିଲା ଆଞ୍ଜେଲିନା ୟାୱାର୍ଡ। ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ଭିକ୍ଟୋରିଆ ନିଜ ଝିଅ ସହିତ ଜଣେ ଧନୀ ବ୍ୟକ୍ତିଙ୍କ ସହ ବାରାଣାସୀ ଯାଇଥିଲେ। ସେଠାରେ ସେ ନିଜ ଝିଅ ଅଜେଲିନାଙ୍କ ନାଁ ପରିବର୍ତ୍ତନ କରି ନୂଆ ନାଁ ଗୌହର ଜାନ ଦେଇଥିଲେ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଶିଖରକୁ ନେଇଥିବା ଗୌହର ଜାନ ବାସ୍ତବ ଜୀବନରେ ଶୋଷଣର ଶିକାର ହୋଇଥିଲେ। ମାତ୍ର ୧୩ ବର୍ଷ ବୟସରେ ତାଙ୍କର ବଳାତ୍କାର ହୋଇଥିଲା। ଏହି ଘଟମାର ତାଙ୍କ ଜୀବନର ମୋଡ଼  ବଦଳେଇଥିଲା। ଏଥିରୁ ମୁକ୍ତି ପାଇବାକୁ ସେ  ସଙ୍ଗୀତର ସାହାର  ନେଇଥିଲେ। ଅନେକ ଓସ୍ତାଦଙ୍କ ଠାରୁ ସେ ଶାସ୍ତ୍ରୀୟ ଶିକ୍ଷା ଗ୍ରହଣ କରିଥିଲେ। ପରେ ଗୌହର ପାଖାପାଖି ୨୦ ଭାଷା ୬୦୦ରୁ ଅଧିକ ଗୀତ ଗାଇଥିଲେ।

ସବୁଠାରୁ କୌତୁହଳର ବିଷୟ ହେଉଛି ଗୌହର ଜାନ୍ ଏସିଆର ପ୍ରଥମ ଗାୟୀକା,  ଯାହାର ଗୀତଗୁଡିକ ଗ୍ରାମଫୋନ୍ କମ୍ପାନୀ ଦ୍ୱାରା ରେକର୍ଡ କରାଯାଇଥିଲା ।  1902 ରୁ 1920 ମଧ୍ୟରେ, ସେ  ହିନ୍ଦୁସ୍ତାନୀ, ବଙ୍ଗାଳୀ, ଗୁଜୁରାଟୀ, ମରାଠୀ, ତାମିଲ, ଆରବୀ, ପାର୍ସୀ, ଇଂରାଜୀ ଏବଂ ଫରାସୀ ଭାଷାରେ ଗାଈଥିଲେ ଗୀତ। ତାଙ୍କର ଶେଷ ଦିନରେ ସେ ମୈସୋରର ରାଜା କୃଷ୍ଣ ରାଜ୍ ୱାଡିଆରଙ୍କ ପାଖକୁ ଯାଇଥିଲେ। ସେଠାରେ ତାଙ୍କୁ ଗାୟୀକା ଭାବରେ ନିଯୁକ୍ତି ଦିଆଯାଇଥିଲା। 17 ଜାନୁୟାରୀ 1930ରେ ଦୁନିଆକୁ ସବୁଦିନ ପାଇଁ ଦେଇଥିଲେ ବିଦାୟ ।

Also Read- ୩ ମାସରେ ଆରମ୍ଭ କରିଥିଲେ କମ୍ପାନୀ, ଆଜି ୧୦ କୋଟି ସମ୍ପତ୍ତିର କାରବାର

   Related Posts