ଦେଶର ପ୍ରଥମ ଘରୋଇ ରକେଟ୍ ଉତକ୍ଷେପଣ ପାଇଁ ପ୍ରସ୍ତୁତ, ମହାକାଶ କ୍ଷେତ୍ରରେ ନୂଆ ଯୁଗର ହେବ ଆରମ୍ଭ

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରାଇଭେଟ ରେକଟ୍ ସିଷ୍ଟମ ବିକ୍ରମ-ଏସ ନଭେମ୍ୱର ୧୨ରୁ ୧୬ ମଧ୍ୟରେ ଲଞ୍ଚ କରାଯିବ । ହାଇଦ୍ରାବାଦ ସ୍ଥିତ ମହାକାଶ ଷ୍ଟାର୍ଟଅପ ସ୍କାଇରୁଟ୍ ଏରୋସ୍ପେସ ମଙ୍ଗଳବାର ଏହି ଘୋଷଣା କରିଛି । ସ୍କାଇରୁଟ୍ ଏୟରୋସ୍ପେସର ଏହା ପ୍ରଥମ ମିଶନ । ଏହି ମିଶନର ନାଁ ପ୍ରାରମ୍ଭ ରଖାଯାଇଛି । ଏହାକୁ ଶ୍ରୀହରିକୋଟାରେ ଇସ୍ରୋର ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯିବ । ସ୍କାଇରୁଟ୍ ଏୟରୋସ୍ପେସର ସିଇଓ ଏବଂ ପ୍ରତିଷ୍ଠାତା ପୱନ କୁମାର ଚନ୍ଦନା କହିଛନ୍ତି, ଅଧିକାରୀମାନେ ନଭେମ୍ୱର ୧୨ରୁ ୧୬ ମଧ୍ୟରେ ଲଞ୍ଚ ୱିଣ୍ଡୋର ନୋଟିଫାଏ କରିଛନ୍ତି । ପାଣିପାଗ ସ୍ଥିତି ଆଧାରରେ ଚୂଡାନ୍ତ ତାରିଖ ଧାର୍ଯ୍ୟ କରାଯିବ ।

ଏହି ମିଶନ ସହ ମହାକାଶକୁ ରକେଟ୍ ଉତକ୍ଷେପଣ କରିବା ମାମଲାରେ ସ୍କାଇରୁଟ୍ ଏୟରୋସ୍ପେସ୍ ଭାରତର ପ୍ରଥମ ଘରୋଇ କମ୍ପାନି ହେବ । ଏହାକୁ ନୂଆ ଯୁଗର ଆରମ୍ଭ ବୋଲି ମଧ୍ୟ କୁହାଯାଉଛି ଏବଂ ଏହାକୁ ୨୦୨୦ ମସିହାରେ ଘରୋଇ ଉଦ୍ୟୋଗ ପାଇଁ ଖୋଲାଯାଇଥିଲା । ସ୍କାଇରୁଟ୍ ଏୟରୋସ୍ପେସ ସିଇଓ ନାଗା ଭାରତ କହିଛନ୍ତି, ବ୍ରିକମ-ଏସ ରକେଟ୍ ଏକ ସିଙ୍ଗଲ ଷ୍ଟେଜ ସବ-ଅର୍ବିଟଲ ଲଞ୍ଚ ଭେଇକଲ । ଏହା ତିନି ଜଣଙ୍କ ନେଇ ମହାକାଶକୁ ଯାଇପାରିବ ।

ଚନ୍ଦନା କହିଛନ୍ତି, ଇସ୍ରୋ ଏବଂ IN-SPACe ସମର୍ଥନ ଯୋଗୁଁ ସ୍କାଇରୁଟ୍ ଏତେ କମ ସମୟରେ ବିକ୍ରମ-ଏମ ରକେଟ ମିଶନ ପ୍ରସ୍ତୁତ କରିପାରିଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ଏବଂ ପ୍ରତିଷ୍ଠା ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ସ୍କାଇଟୁରର ଲଞ୍ଚ ବାହାନର ନାଁ ବିକ୍ରମ ରଖାଯାଇଛି । ହାଇଦ୍ରାବାଦ ସ୍ଥିତ ସ୍କାଇରୁଟ ମହାକାଶରେ କମର୍ଶିଆଲ ସାଟେଲାଇଟକୁ ଲଞ୍ଚ କରିବା ପାଇଁ ଅତ୍ୟାଧୁନିକ ମହାକାଶ ଲଞ୍ଚ ହ୍ୱିକଲ ନିର୍ମାଣ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.