ପରଲୋକରେ କଷ୍ଟ୍ୟୁମ୍ ଡିଜାଇନ୍‌ର ଭାନୁ ଅଥୈୟା, ପ୍ରଥମ ଭାରତୀୟ ଭାବେ ଜିଣିଥିଲେ ଓସ୍କାର

Published By : Prameya-News7 Bureau | October 15, 2020 IST

ନୂଆଦିଲ୍ଲୀ ୧୫/୧୦: ପରଲୋକରେ ଭାରତୀୟ କଷ୍ଟ୍ୟୁମ୍ ଡିଜାଇନର୍‌ ଭାନୁ ଅଥୈୟା। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଭାନୁ ଅଥୈୟା ଭାରତ ପାଇଁ ପ୍ରଥମ ଆକାଡେମୀ ଓ ଓସ୍କାର ଆଓ୍ବାର୍ଡ ଜିଣିଥିଲେ। ଭାନୁ ଅଥୈୟା ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିଲେ ବୋଲି ତାଙ୍କ ଝିଅ କହିଛନ୍ତି। ଭାନୁ ଅଥୈୟାଙ୍କ ଝିଅ ରାଧିକା ଗୁପ୍ତା କହିଛନ୍ତି, ‘ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ୮ ବର୍ଷ ପୂର୍ବରୁ ତାଙ୍କ ମସ୍ତିସ୍କରେ ଟ୍ୟୁମର ହୋଇଥିଲା।’

୧୮୯୩ରେ ଫିଲ୍ମ ‘ଗାନ୍ଧୀ’ରେ କଷ୍ଟ୍ୟୁମ୍ ଡିଜାଇନିଂ ପାଇଁ ଓସ୍କାର ପାଇଥିଲେ। ବଲିଉଡରେ ୧୦୦ରୁ ଅଧିକ ଫିଲ୍ମ ପାଇଁ କାମ କରିଥିଲେ ଭାନୁ ଅଥୈୟା । ସେ ଶେଷ ଥର ପାଇଁ ଅମିର ଖାନଙ୍କ ଫିଲ୍ମ ‘ଲଗାନ’ ଓ ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ସ୍ବେଦେଶ’ ପାଇଁ କାମ କରିଥିଲେ। ୨୦୧୨ରେ ଓସ୍କାର ଆଓ୍ବାର୍ଡ ଫେରାଇବା ପାଇଁ ଘୋଷଣା କରିଥିଲେ ଅଥୈୟା । ଭାନୁ ଅଥୈୟାଙ୍କ ମତରେ ତତ୍କକାଳୀନ ସରକାର ଏଭଳି ଅମୂଲ୍ୟ ପୁରସ୍କାରର ରକ୍ଷଣା ବେକ୍ଷଣ କରିବାରେ ଅସକ୍ଷମ ଥିଲେ। ତେଣୁ ଏହାକୁ ଆକାଡେମୀ ସଂଗ୍ରାହଳୟରେ ରଖିଲେ ସୁରକ୍ଷିତ ରହିବ ବୋଲି କହିଥିଲେ ଭାନୁ ଅଥୈୟା।

ଭାନୁ ଅଥୈୟାଙ୍କ ଜନ୍ମ କେହ୍ଲାପୁରରେ ହୋଇଥିଲା। ଗୁରୁ ଦତ୍ତଙ୍କ ସୁପରହିଟ୍‌ ଫିଲ୍ମ ‘ସିଆଇଡି’(୧୯୫୬)ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୦୦ରୁ ଉର୍ଦ୍ଧ୍ବ ହିନ୍ଦୀ ସିନେମାରେ ଯୋଗଦାନ ଦେଇଥିବା ଭାନୁ ଅଥୈୟା ଗୁଲଜାରଙ୍କ ଫିଲ୍ମ ‘ଲେକିନ୍‌’(୧୯୯୦) ଓ ଫିଲ୍ମ ଲଗାନ (୨୦୦୧) ପାଇଁ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ କରିଥିଲେ ଭାନୁ ଅଥୈୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.