କେରଳରେ ହେବ ଭାରତର ପ୍ରଥମ ‘ଡିଜିଟାଲ ସାଇନ୍ସ ପାର୍କ’, ପ୍ରଧାନମନ୍ତ୍ରୀ ମୋଦୀ କରିବେ ଶିଳାନ୍ୟାସ

Published By : Prameya-News7 Bureau | April 23, 2023 IST

ନୂଆଦିଲ୍ଲୀ, ୨୩/୦୪: କେରଳରେ ପ୍ରତିଷ୍ଠ ହେବ ଦେଶର ପ୍ରଥମ ଡିଜିଟାଲ ସାଇନ୍ସ ପାର୍କ। ୧୫୦୦ କୋଟି ବ୍ୟୟ ଅଟକରେ ହେବାକୁ ଥିବା ଏହି ଡିଜିଟାଲ ସାଇନ୍ସ ପାର୍କର ଶିଳାନ୍ୟାସ କରିବେ ପ୍ରଧାନନମନ୍ତ୍ରୀ। ମଙ୍ଗଳବାର ଏହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ସୂଚନାଥାଉ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କେରଳ ଗସ୍ତର କାର୍ଯ୍ୟକ୍ରମ ରହିଛି।

ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ତୃତୀୟ ପିଢ଼ୀର ଏହି ସାଇନ୍ସ ପାର୍କ ଟେକ୍ନୋପାର୍କ ଫେଜ୍-ଚାରି ସ୍ଥିତ ‘ଟେକ୍ନୋସିଟି’ରେ କେରଳ ଡିଜିଟାଲ ବିଶ୍ବବିଦ୍ୟାଳୟ ନିକଟରେ ହେବ। ବିଜ୍ଞପ୍ତି ଅନୁଯାୟୀ, କେରଳର ରାଜ୍ୟପାଳ ଆରିଫ୍‌ ମୋହମ୍ମଦ ଖାନ୍‌, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବାମପନ୍ଥୀ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଏବଂ କଂଗ୍ରେସର ତିରୁଅନନ୍ତପୁରମରୁ ସାଂସଦ ଶଶି ଥରୁର ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବେ।

ଡିଜିଟାଲ ସାଇନ୍ସ ପାର୍କର ଦୁଇ ବର୍ଷ ମଧ୍ୟରେ ସମାପ୍ତ ହେବା ନେଇ ଲକ୍ଷ୍ୟ କରାଯାଉଛି। ବିଜ୍ଞପ୍ତିରେ କୁହାଯାଉଛି ଯେ ୧୫୦୦ କୋଟି ଟଙ୍କାରୁ ଅଧିକର ପ୍ରକଳ୍ପ ମଧ୍ୟରୁ ୨୦୦ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଦ୍ବାରା ପୂର୍ବରୁ ହିଁ ଆବଣ୍ଟିତ ହୋଇସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.