କେରଳରେ ଭାରତର ପ୍ରଥମ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ
30/01/2020 at 5:21 PM

ନୂଆଦିଲ୍ଲୀ ୩୦।୦୧ – ଏବେ ସାରା ବିଶ୍ୱରେ ଭୟାନକ କରୋନା ଭାଇରସ୍ର ଭୟ । ଚୀନ୍ରେ ୧୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ଭାରତରେ ଏହି ଭାଇରସ୍ ଦ୍ୱାରା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନ୍ର ଓ୍ୱୁହାନରେ ପାଠ ପଢୁଥିବା କେରଳର ଜଣେ ଛାତ୍ର କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କୁ ହସପିଟଲ୍ର ଏକାନ୍ତ ସ୍ଥାନରେ ରଖି ଚିକିତ୍ସା କରାଯାଉଛି । ଏହି ଛାତ୍ରଙ୍ସ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କଥା କୁହାଯାଇଛି । ଓ୍ୱୁହାନ୍ ବିଶ୍ୱ ବିଦ୍ୟାଳୟରେ ଏହି ଛାତ୍ର ଜଣଙ୍କ ପାଠ ପଢୁଥିଲେ ।

କେରଳର ଥିରିସୁରରେ ତଇବା ଏକ ସରକାରୀ ଡାକ୍ତରଖାନାରେ ଏହି ଛାତ୍ରଙ୍କର ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି ।

ଏଥିପାଇଁ ଏକ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ଏପରି ଲକ୍ଷଣ ଥଇବା ଲୋକଙ୍କୁ ଠିକ୍ ଭାବେ ଦେଖା ରେଖା କରିବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିବା କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ ଶୈଳଜା ପ୍ରକାଶ କରିଛନ୍ତି ।
ଏବେ ଜଣେ କରୋନା ଭାଇରାସ୍ରେ ଆକ୍ରାନ୍ତଙ୍କ ସୂଚନା ମିଳିଥିବା ବେଳେ ଅନ୍ୟ ଜଣଙ୍କର ପରୀକ୍ଷା ହେବାକୁ ବାକିଥିବା କେରଳର ମୁଖ୍ୟମନ୍ତ୍ରୀ ପିନରାୟ ଭିଜୟନ କହିଛନ୍ତି ।