ଚାହିଦା ବଢ଼ାଇଲା ତୈଳ ଆମଦାନୀ; ଫେବ୍ରୁଆରୀରେ ବଢ଼ିଛି ୪.୮୬ ବିପିଡି

Published By : Prameya-News7 Bureau | March 18, 2022 IST

ନୂଆଦିଲ୍ଲୀ: ଯୁଦ୍ଧ ସମୟରେ ବଢ଼ୁଛି ଅଶୌଧିତ ତୈଳ ଆମଦାନୀର ଚାହିଦା। ୨୦୨୧ ଫେବ୍ରୁଆରୀ ମାସରେ ଭାରତ ଅଶୌଧିତ ତୈଳ ଆମଦାନୀ ବୃଦ୍ଧି ହୋଇ ୪.୮୬ ମିଲିୟନ ବ୍ୟାରେଲ୍ ପ୍ରତିଦିନ(ବିପିଡି) ହୋଇଛି। ବର୍ଷ ୨୦୨୦ ଡିସେମ୍ବର ମାସ ଠାରୁ ବି ଅଧିକ ଆମଦାନୀ ଫେବ୍ରୁଆରୀରେ ହୋଇଛି। ବାଣିଜ୍ୟିକ ସଂସ୍ଥାନ ସହିତ ଜଡ଼ିତ ସୂତ୍ରରୁ ଏହି ସୂଚନା ମିଳିଛି। ଚାହିଦା ବୃଦ୍ଧି ଯୋଗୁ ତେଲ ଆମଦାନୀ ବୃଦ୍ଧି ପାଇଛି ବୋଲି କୁହାଯାଇଛି।

ମିଳିଥିବା ତଥ୍ୟ ଅନୁସାରେ, ଭାରତରେ ଜାନୁଆରୀ ମାସରେ ଅଶୌଧିତ ତୈଳ ଆମଦାନୀରେ ୫ ପ୍ରତିଶତ ବୃଦ୍ଧି ହୋଇଥିଲା। ଯାହା ଫେବ୍ରୁଆରୀ ୨୦୨୧ରେ ଲୋ ବେସ୍‌ରୁ ୨୪ ପ୍ରତିଶତ ବଢ଼ିଗଲା। ସାଧାରଣତଃ ଭାରତୀୟ ରିଫାଇନର କମ୍ପାନୀଗୁଡ଼ିକ ପ୍ରୋସେସିଂର ଦୁଇ ମାସ ପୂର୍ବରୁ ତେଲ କିଣିଥାନ୍ତି। କୋଭିଡ୍‌ କଟଣା ହଟିବା ପରେ ତେଲର ଚାହିଦା ବଢ଼ିବା କାରଣରୁ ବିଶ୍ୱର ତୃତୀୟ ସର୍ବାଧିକ ତେଲ ଉପଭୋକ୍ତା ଦେଶ ଭାରତରେ ତେଲ ଆମଦାନୀ ବୃଦ୍ଧି ହୋଇଛି।

ମଧ୍ୟପୂର୍ବ ଦେଶଗୁଡ଼ିକର ଉପରେ ନିର୍ଭରଶୀଳତା କମାଉଛି ଭାରତର

ଭାରତ ନିଜର ଆବଶ୍ୟକତା ଠାରୁ ୮୫ ପ୍ରତିଶତ ଅଧିକ ଅଶୌଧିତ ତୈଳ ଆମଦାନୀ କରିଥାଏ। ଏଥିପାଇଁ ମଧ୍ୟପୂର୍ବ ରାଷ୍ଟ୍ରଗୁଡ଼ିକ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିଥାଏ। ହେଲେ ଏବେ ମଧ୍ୟପୂର୍ବ ଦେଶଗୁଡ଼ିକ ଉପରେ ଭାରତର ନିର୍ଭରଶୀଲତା ଧୀରେ ଧୀରେ ହ୍ରାସପାଉଛି। କାରଣ ରିଫାଇନର ମାନେ କମ୍ ଦାମରେ ତେଲ କଣିବାକୁ ନୂଆ ନୂଆ ବିକଳ୍ପ ଖୋଜିବା ଆରମ୍ଭ କଲେଣି। ଏପଟେ ଋଷରୁ କମ୍ ଦାମରେ ତେଲ କିଣିବା ନେଇ ମଧ୍ୟ ଭାରତ ଯୋଜନା କରୁଛି। ଋଷ ଭାରତକୁ ରିହାତି ଦରରେ ତେଲ ଦେବ ବୋଲି ନିଜଆଡ଼ୁ ପ୍ରସ୍ତାବ ଦେଇଛି। ତେଣୁ ଭାରତ ଏଇ ମଉକା ହାତଛଡ଼ା କରିବାକୁ ଚାହୁଁନାହିଁ।

ଏହି ଖବର ପଢ଼ନ୍ତୁ- କମ୍ ଦାମ୍‌ରେ ତେଲ ଯାଚୁଛି ଋଷ, ହେଲେ ଭାରତ ଆଣିବ କେମିତି ଏବେ ଘାରିଛି ସେଇ ଚିନ୍ତା

ମଧ୍ୟପୂର୍ବ ଦେଶଗୁଡ଼ିକରୁ ତେଲ ଆମଦାନୀ କମାଇବା ପାଇଁ ଭାରତ ଆମେରିକା, କାନାଡ଼ା ଆଦି ଦେଶରୁ ତେଲ ଆମଦାନୀ କରୁଛି। ଗତ ମାସରେ ଆମେରିକା, ଓ କାନାଡ଼ାରୁ ତେଲ ଆମଦାନୀରେ ଅଂଶ ୧୪ ପ୍ରତିଶତ ବଢ଼ିକ ବାର୍ଷିକ କାରବାରର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଅନ୍ୟପଟେ ୨୦୨୧ ପରେ ମଧ୍ୟପୂର୍ବ ରାଷ୍ଟ୍ରୁଗଡ଼ିକରୁ ଭାରତର ତେଲ ଉତ୍ପାଦନ ହ୍ରାସ ପାଇଛି। ତଥ୍ୟକୁ ଦେଖିଲେ ବର୍ତ୍ତମାନ ଇରାକ ଭାରତ ପାଇଁ ମୁଖ୍ୟ ତୈଳ ରପ୍ତାନିକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି। ଇରାକ ବ୍ୟାତୀତ ଭାରତ ସଉଦ ଆରବ, ସଂଯୁକ୍ତ ଆରବ ଏମିରାଟ ଓ ଆମେରିକାରୁ ତେଲ ଆମଦାନୀ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.