Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଭାରତରେ ବଢୁଛି ଇନ୍ଧନର ଚାହିଦା, ଫେବ୍ରୁଆରୀରେ ଭାଙ୍ଗିଲା ୨୪ ବର୍ଷର ରେକର୍ଡ

10/03/2023 at 6:21 PM

ନୂଆଦିଲ୍ଲୀ: ଭାରତରେ ଇନ୍ଧନର ଚାହିଦା ଗତ ଫେବ୍ରୁଆରୀରେ ବଢି ୨୪ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଡାଟା ଅନୁସାରେ ଫେବ୍ରୁଆରୀରେ ଇନ୍ଧନ ବ୍ୟବହାର ପାଞ୍ଚ ପ୍ରତିଶତ ବଢି ୪.୮୨ ମିଲିୟନ ବ୍ୟାରେଲ (୧୮.୫ ମିଲିୟନ ଟନ) ବ୍ୟାରେଲ ପ୍ରତିଦିନ ହୋଇଛି । ଏହା ବାର୍ଷିକ ଅଧାରରେ ଲଗାତାର ୧୫ତମ ବୃଦ୍ଧି ଅଟେ ।

ରୟଟର୍ସର ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ରୁଷର ଶସ୍ତା ତେଲ ଯୋଗୁଁ ଇନ୍ଧନର ଚାହିଦାରେ ଏହି ବୃଦ୍ଧି ଘଟିଛି । ଭାରତୀୟ ତେଲ ମନ୍ତ୍ରାଳୟର ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଲେଷଣ ସେଲ୍ (ପିପିଏସି)ର ଡାଟା ଅନୁସାରେ ଫେବ୍ରୁଆରୀରେ ଇନ୍ଧନ ବ୍ୟବହାର ୧୯୯୮ରୁ ଅଧିକ ରେକର୍ଡ କରାଯାଇଛି ।

ଫେବ୍ରୁଆରୀରେ ପେଟ୍ରୋଲ ବିକ୍ରି ବାର୍ଷିକ ଆଧାରରେ ୮.୯ ପ୍ରତିଶତ ବଢି ୨.୮ ମିଲିୟନ ଟନ ହୋଇଥିଲା । ଡିଜେଲର ବ୍ୟବହାରରେ ୭.୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ଏହା ୬.୯୮ ମିଲିୟନ ଟନ ହୋଇଛି । ଜେଟ୍ ଇନ୍ଧନର ଚାହିଦାରେ ୪୩ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି ଏବଂ ଏହା ୦.୬୨ ମିଲିୟନ ଟନରେ ପହଞ୍ଚିଛି । ତେବେ ରୋଷେଇ ଗ୍ୟାସର ବିକ୍ରି ୦.୧ ପ୍ରତିଶତ ହ୍ରାସ ହୋଇ ୨.୩୯ ମିଲିୟନ ଟନ ହୋଇଛି ।  

   Related Posts