oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଏପ୍ରିଲ୍‌ ମାସରେ ବଢ଼ିଛି ରପ୍ତାନୀ; ହେଲେ ଆମଦାନୀ ତୁଳନାରେ କମ୍, ବାଣିଜ୍ୟିକ କ୍ଷତି ବି ଅଧିକ

3/05/2022 at 5:48 PM

ନୂଆଦିଲ୍ଲୀ: ବଢ଼ୁଛି ରପ୍ତାନୀ। ପୂର୍ବ ଅପେକ୍ଷା ବିଦେଶକୁ ଅଧିକ ରପ୍ତାନୀ କରୁଛି ଭାରତ। ୨୦୨୨ ଏପ୍ରିଲ୍ ମାସରେ ରପ୍ତାନୀରେ ୨୪.୨୨ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ଏପ୍ରିଲ ମାସରେ ଭାରତର ରପ୍ତାନୀ ୩୮.୧୯ ଆରବ ଡଲାର ହୋଇଛି। ମଙ୍ଗଳବାର ବାଣିଜ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ, ପେଟ୍ରୋଲିୟମ୍ ଉତ୍ପାଦ, ଇଲେକ୍ଟ୍ରୋନିକ ଓ ରସାୟନ ସାମଗ୍ରୀ ଆଦି ରପ୍ତାନୀ କ୍ଷେତ୍ରରେ ଭାରତ ଏପ୍ରିଲ ମାସରେ ଭଲ ପ୍ରଦର୍ଶନ କରିଛି।  

ତେବେ ରପ୍ତାନୀ ସହିତ ଆମଦାନୀରେ ବି ବୃଦ୍ଧି ହୋଇଛି। ବାଣିଜ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ମାସରେ ଦେଶର ଆମଦାନୀ ୨୬.୫୫ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ଦେଶରେ ଆମଦାନୀ ୫୮.୨୬ ଆରବ ଡଲାର ପଞ୍ଚିଛି। ଇଏ ତ ଥିଲା ଆମଦାନୀ ଓ ରପ୍ତାନୀ କଥା, ଏବେ ଜାଣନ୍ତୁ ଭାରତର ବ୍ୟବସାୟିକ କ୍ଷତି ବିଷୟରେ।

ଏପ୍ରିଲ ୨୦୨୨ରେ ବାଣିଜ୍ୟ କ୍ଷତି ବଢ଼ିଛି। ଚଳିତ ବର୍ଷ ଏପ୍ରିଲ ମାସର ବ୍ୟବସାୟିକ କ୍ଷତି ମିଶାଇ ମୋଟ ୨୦.୯୭ ଆରବ ଡଲାର କ୍ଷତି ହୋଇଛି। ଗତବର୍ଷ ଏପ୍ରିଲ୍‌ ମାସରେ ଏହି କ୍ଷତି ପରିମାଣ ୧୫.୨୯ ଆରବ ଡଲାର ଥିଲା।

ଗତ ଆର୍ଥିକ ବର୍ଷର ରିପୋର୍ଟ ଅନୁସାରେ, ପେଟ୍ରୋଲିୟମ ଉତ୍ପାଦ, ଇଞ୍ଜିନୟରିଂ ସାମଗ୍ରୀ,ରତ୍ନ ଏବଂ ଆଭୂଷଣ ଓ ରସାୟନ କ୍ଷେତ୍ରରେ ଭଲ ପ୍ରଦର୍ଶନ ସହିତ ୨୦୨୧-୨୨ରେ ଭାରତର ସାମଗ୍ରୀ ରପ୍ତାନୀ ୪୧୮ ଆରବ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଛି। ମାର୍ଚ୍ଚ ୨୦୨୨ରେ ଦେଶରେ ୪୦ ଆରବର ଡଲାରର ରପ୍ତାନୀ କରିଥିଲା। ଯାହା ମାସରକରେ ସର୍ବାଧିକ ରପ୍ତାନୀକୁ ସୂଚାଉଛି। ଏହା ପୂର୍ବରୁ ମାର୍ଚ୍ଚ ୨୦୨୧ରେ ରପ୍ତାନୀ ମୂଲ୍ୟ ୨୪ ଆରବ ଡଲାର ଥିଲା ବୋଲି ଅର୍ଥମନ୍ତ୍ରାଳୟ କହିଛି।   

   Related Posts