ଲକ୍‌ଡାଉନ୍‌ରେ ଜଳୁନି ବିଜୁଳି, ଚାଲୁନି କଳ: ବିଦ୍ୟୁତ୍ ଚାହିଦା ପାଞ୍ଚ ମାସରେ ୨୦ ପ୍ରତିଶତ କମିଛି

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ ୨୭।୦୩: କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ମାର୍ଚ୍ଚ ୨୫ ବୁଧବାରଠୁ ଆରମ୍ଭ ହୋଇ ଯାଇଛି। ଲକ୍‌ଡାଉନ୍‌ର ପ୍ରଭାବ ଦେଶର ଅର୍ଥନୀତିରେ ପଡିବାକୁ ଯାଉଥିବା ବିଜୁଳି ଉପରେ ମଧ୍ୟ ପଡିଛି। ଲକ୍‌ଡାଉନ୍‌ର ପ୍ରଥମ ଦିନରେ ବିଜୁଳିର ଚାହିଦା ନିକଟ ପାଞ୍ଚ ମାସରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମଙ୍ଗଳବାର ଦିନ ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହା ପରେ ବୁଧବାର ଥିଲା ଲକ୍‌ଡାଉନ୍‌ର  ପ୍ରଥମ ଦିନ। ଏହି ଦିନ ହିଁ ଜାତୀୟସ୍ତରେ ବିଜୁଳିର ଚାହିଦା ୨୦ ପ୍ରତିଶତ ହ୍ରାସ ପାଇ ୨.୭୮ ବିଲିୟନ ୟୁନିଟ୍‌କୁ ଖସି ଆସିଛି। ଦେଶରେ ମାର୍ଚ୍ଚ ମାସର ପ୍ରଥମ ତିନି ସପ୍ତାହରେ ପ୍ରତିଦିନ ହାରାହାରି ୩.୪୫ ବିଲିୟନ ୟୁନିଟ୍ ବିଜୁଳି ଖର୍ଚ୍ଚ ହେଉଥିଲା। ସରକାରୀ ତଥ୍ୟରୁ ଏହି ସୂଚନା ଦିଆଯାଇଛି।

{"id":244995,"sizeSlug":"large"}

ଯଦି ଚାହିଦା ଏମିତି ହାରରେ ହ୍ରାସ ପାଏ ତେବେ ଭାରତରେ ମାର୍ଚ୍ଚ ମାସରେ ବିଜୁଳିର ଚାହିଦା ସବୁଠୁ ନିମ୍ନସ୍ତରକୁ ଚାଲି ଯାଇପାରେ। ଏବେ ବ୍ୟାପକ ଆର୍ଥିକ ମନ୍ଦି କାରଣରୁ ବିଜୁଳିର ଉପଯୋଗ ୧୨ ବର୍ଷର ନିମ୍ନସ୍ତରକୁ ଖସି ଆସିଛି।

ଜାତୀୟସ୍ତରରେ ବିଜୁଳିର ଚାହିଦା ହାର କମିଥିବା ବେଳେ ବାସ୍ତବରେ କିଛି ରାଜ୍ୟରେ ବିଜୁଳି ବ୍ୟବହାର ମଧ୍ୟ ବୃଦ୍ଧି ଘଟିଛି ଯାହା ଦର୍ଶାଉଛି ଯେ, ଏହି ସବୁ ଅଞ୍ଚଳରେ ସଟ୍‌ଡାଉନ୍‌ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ନାହିଁ। ଅଧିକାରୀ  କହିଛନ୍ତି ଯେ, ହୋଇପାରେ ଗରମ କାରଣରୁ ଲୋକଙ୍କ ବିଜୁଳି ଚାହିଦା ବଢିଥାଇପାରେ।

ରାଜ୍ୟ ସଞ୍ଚାଳିତ ଉତ୍ତର ପ୍ରଦେଶ ପାଓ୍ଵାର କର୍ପ ଲିମିଟେଡ୍‌ର ଚେୟାରମ୍ୟାନ ଅରବିନ୍ଦ କୁମାର କହିଛନ୍ତି ଯେ, ଗତ କିଛି ଦିନ ହେବ ତାପମାତ୍ରା ବଢିଥିବା କାରଣରୁ ଲୋକେ ଅଧିକ ବିଜୁଳି  ବ୍ୟବହାର କରିଛନ୍ତି। ଭାରତର ସବୁଠୁ ଅଧିକ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ମାର୍ଚ୍ଚର ପ୍ରଥମ ତିନି ସପ୍ତାହରୁ ମାର୍ଚ୍ଚ ୨୫ ଯାଏ ହାରାହାରିଠୁ ୩.୪ ପ୍ରତିଶତ ବିଜୁଳି ଉପଯୋଗ କରିଛନ୍ତି। ଅନ୍ୟପଟେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ପରି ରାଜ୍ୟରେ ବିଜୁଳି ଚାହିଦା ୪୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

{"id":244996,"sizeSlug":"large"}

ରାଇଟର୍ସର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଉତ୍ତର ପ୍ରଦେଶର ରାଜଧାନୀ  ଲକ୍ଷ୍ନୌରେ  ଲକଡାଉନ୍‌ର ପ୍ରଥମ ଦିନ ବୁଧବାର ସଡକ ଖାଁ ଖାଁ ଲାଗୁଥିଲା। ଶ୍ରମିକ ମାନେ ନିଜ ଘରକୁ ଯିବାକୁ ଗାଡି ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।

ଦେଶର ଉତ୍ତର ପ୍ରଦେଶ ଓ ବିହାର ଭଳି ଜନବହୁଳ ରାଜ୍ୟରେ ବିଜୁଳି ଉପଯୋଗ ବଢିଥିବା ବେଳେ ଓଡିଶା ଓ ଝାରଖଣ୍ଡ ପରି ରାଜ୍ୟରେ କିଛିଟା ବୃଦ୍ଧି ଘଟିଛି। ମାତ୍ର ଅନେକ ଅଦୌଗିକି, କଳ  ଓ କମ୍ପାନୀ ବନ୍ଦ ରହିଥିବାରୁ ବିଜୁଳି ଚାହିଦା ମଧ୍ୟ ହ୍ରାସ ଘଟିଛି। ଲକ୍‌ଡାଉନ୍‌ ବେଳେ ଦେଶର ଯେଉଁ ରାଜ୍ୟ ଅଧିକ ଜନବହୁଳ ସେହି ରାଜ୍ୟକୁ ବାଦ୍ ଦେଲେ ବାକି ରାଜ୍ୟଗୁଡିକରେ ବିଜୁଳି ଚାହିଦା ହ୍ରାସ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.