ଦୁଇ ବିଦେଶୀ ଟେନିସ୍ ଖେଳାଳୀ ହେଲେ ଭାରତୀୟ ବୋହୂ : ଜଣେ ବଲିଉଡ ଗୀତରେ ଲଗାଇଲେ ଠୁମକା
25/07/2019 at 11:14 AM

ନୂଆଦିଲ୍ଲୀ ୨୫/୭: ଭାରତର ଷ୍ଟାର ଟେନିସ୍ ଖେଳାଳୀ ଦିଲ୍ଲୀର ଦିବିଜ ଶରଣ ଚଳିତ ସପ୍ତାହରେ ବ୍ରିଟେନର ଷ୍ଟାର ଟେନିସ୍ ଖେଳାଳୀ ସମନ୍ଥା ମରେଙ୍କୁ ବିବାହ କରିଛନ୍ତି। ଏପଟେ ପୂର୍ବତନ ଟେନିସ୍ ଖେଳାଳୀ ଷ୍ଟିଫେନ୍ ଅମୃତରାଜ ଆମେରିକାର ଷ୍ଟାର ଖେଳାଳୀ ଏଲିସନ୍ ରିସ୍କେଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

୩୩ବର୍ଷ ବୟସ୍କ ଶରଣ ଟ୍ବିଟରରେ ବିବାହର ଫଟୋ ସେୟାର କରି ଲେଖିଛନ୍ତି ‘ମୋର ବେଷ୍ଟ ପାର୍ଟନର’। ସମନ୍ଥା ମଧ୍ୟ ଟ୍ବିଟରରେ ଫଟୋ ସେୟାର କରି ‘ପରଫେକ୍ଟ ମ୍ୟାଚ୍’ ଲେଖିଛନ୍ତି।
ଦିଲ୍ଲୀରେ ରହୁଥିବା ଶରଣ ପୁରୁଷ ଯୁଗଳ ସ୍ପର୍ଦ୍ଧାରେ ୪ଟି ଏଟିପି ଟୁର ଟାଇଟଲ୍ସ ଜିତି ସାରିଛନ୍ତି ଏବଂ ଡେଭିସ୍ କପରେ ଭାରତର ପ୍ରତିନିଧିତ୍ବ କରିଆସିଥିଲେ। ତାଙ୍କ ପତ୍ନୀ ସମନ୍ଥା ବ୍ରିଟେନ ତରଫରୁ ଟେନିସ୍ ଖେଳନ୍ତି।
ଅମୃତରାଜ ଏବଂ ଏଲିସନ : ଦ୍ବିତୀୟ ପକ୍ଷେ ଲସଏଞ୍ଜେଲସରେ ଜନ୍ମ ହୋଇଥିବା ୩୫ବର୍ଷ ବୟସ୍କ ଷ୍ଟିଫେନ୍ ,ଏଲିସନଙ୍କୁ ବିବାହ କରିଛନ୍ତି। ଡେଭିସ୍ କପରେ ଭାରତର ପ୍ରତିନିଧିତ୍ବ କରିଥିବା ଷ୍ଟିଫେନ୍ ଭାରତର ପୂର୍ବତନ ଟେନିସ୍ ଷ୍ଟାର ଆନନ୍ଦ ଅମୃତରାଜଙ୍କ ପୁଅ।

ଷ୍ଟିଫେନ୍ ଟ୍ବିଟ୍ କରି ବିବାହର ଫଟୋ ସେୟାର କରି ଲେଖିଛନ୍ତି ‘ଏହା ମୋର ଜୀବନର ସବୁଠୁ ଭଲ ଦିନ କାରଣ ମୁଁ ମୋର ସ୍ବପ୍ନ ନାୟିକା ଏଲିସନଙ୍କୁ ବିବାହ କରୁଛି’। ସେ ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଧନ୍ୟବାଦ ଜଣାଇଥିଲେ।

ଷ୍ଟିଫେନଙ୍କ ପତ୍ନୀ ଏଲିସନ ନିଜ ପୋଷ୍ଟ ଦ୍ବାରା ସମସ୍ତଙ୍କୁ ଚମକାଇ ଦେଇଥିଲେ। ଓ୍ବିମ୍ବଲଡନର କ୍ବାର୍ଟରଫାଇନାଲରେ ପହଞ୍ଚିଥିବା ରିସ୍କେ ଏକ ଭିଡିଓ ସେୟାର କରି ଟ୍ବିଟ୍ କରିଛନ୍ତି ଏବଂ ଲେଖିଛନ୍ତି ଯେ ଆନୁଷ୍ଠାନିକ ଭାବେ ମୁଁ ଅମୃତରାଜଙ୍କର ହେଲି। ମୁଁ ଷ୍ଟିଫେନଙ୍କ ପାଇଁ ସବୁଠୁ ଲକି ମହିଳା ଅଟେ। ମୋର ନୂଆ ଭାରତୀୟ ଫଲୋଓର କାହାନ୍ତି। ଆପଣ ସମସ୍ତଙ୍କ ମନ କିଣିବା ପାଇଁ ମୋ ତରଫରୁ ଏକ ଛୋଟ ବଲିଉଡ’।
ଏହା ବ୍ୟତୀତ ଏଲିସନ ରିସ୍କେ ସୋଶିଆଲ ମିଡିଆରେ ନିଜ ନାଁ ମଧ୍ୟ ବଦଳାଇ ଏଲିସନ ରିସ୍କେ ଅମୃତରାଜ କରି ଦେଇଛନ୍ତି ଏବଂ ଏହା ସହ ଭାରତ ଏବଂ ଆମେରିକାର ଜାତୀୟ ପତାକା ଲଗାଇଛନ୍ତି।