ଡାଇରେକ୍ଟ ଟ୍ୟାକ୍ସ ଆଦାୟରେ ଜବରଦସ୍ତ ବୃଦ୍ଧି: ଗତ ଆର୍ଥିକ ବର୍ଷ ତୁଳନାରେ କର ଆଦାୟ ୨୪.୦୮ ପ୍ରତିଶତରୁ ଅଧିକ

Published By : Prameya-News7 Bureau | February 11, 2023 IST

ନୂଆଦିଲ୍ଲୀ: ଡାଇରେକ୍ଟ ଟ୍ୟାକ୍ସ ଆଦାୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଗତବର୍ଷ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ୨୪.୦୮ ପ୍ରତିଶତରୁ ଅଧିକ ଡାଇରେକ୍ଟ ଟ୍ୟାକ୍ସ ଆଦାୟ କରାଯାଇଛି। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଡାଇରେକ୍ଟ ଟ୍ୟାକ୍ସ ପ୍ରୋଭିଜନାଲ ତଥ୍ୟରୁ ଏହି ସୂଚନା ମିଳିଛି।

୨୦୨୨-୨୩ ଆର୍ଥିକ ବର୍ଷରେ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୧୫.୬୭ ଲକ୍ଷ କୋଟି ହୋଇଛି। ଚଳିତ ଆର୍ଥିକ ବର୍ଷ ଠାରୁ ଏହା ୨୪.୦୯ ପ୍ରତିଶତ। ୨୦୨୩ ଫେବ୍ରୁଆରୀ ୧୦ ତାରିଖ ସୁଧା ଏହି ଟ୍ୟାକ୍ସ ଆଦାୟ କରାଯାଇଛି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।   

କରଦାତାଙ୍କର ରିଫଣ୍ଡ ଜାରି କରିବା ପରେ ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହଣ ରାଶି ୧୨.୯୮ ଲକ୍ଷ କୋଟି ରହିଛି। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୧୮.୪୦ ପ୍ରତିଶତରୁ ଅଧିକ। ଏନେଇ ଅର୍ଥମନ୍ତ୍ରଣାଳୟ କହିଛି ଯେ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ବଜେଟ୍‌ ଆକଳନର ୯୧.୩୯ ପ୍ରତିଶତ ହୋଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷର ରିଭାଇଜ୍ଡ ଏଷ୍ଟିମେଟର ଏହା ୭୮.୬୫ ପ୍ରତିଶତ।

ଏହି ଅବଧି ଭିତରେ କରପୋରେଟ୍ ଇନ୍‌କମ୍ ଟ୍ୟାକ୍ସରେ ୧୯.୩୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ପର୍ଶନାଲ ଇନ୍‌କମ ଟ୍ୟାକ୍ସ ଓ ଶେୟାର କିଣାବିକା ହେଉଥିବା ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସକୁ ମିଶାଇ ମୋଟ ୨୯.୬୩ ପ୍ରତିଶଥ ଟ୍ୟାକ୍ସ ଆଦୟ ହୋଇଛି।

ରିଫଣ୍ଡକୁ ଏଜଷ୍ଟ କରିବା ପରେ କୋରପୋରେଟ୍ ଇନ୍‌କମ ଟ୍ୟାକ୍ସରେ ୧୫.୮୪ ପ୍ରତିଶତ ଓ ପର୍ଶନାଲ ଇନକମ ଟ୍ୟାକ୍ସରେ ୨୧.୯୩ ପ୍ରତିଶତ ଆଦାୟ ବଢ଼ିଛି। ସେହିପରି ପର୍ଶନାଲ ଇନକମ ଟ୍ୟାକ୍ସରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ(ଏସ୍‌ଟିଟି)କୁ  ମିସାଇଲେ ଟ୍ୟାକ୍ସ କେଲକ୍ସନରେ ୨୧.୨୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

ଅର୍ଥମନ୍ତ୍ରଣାଳୟ ସୂଚନା ଅନୁସାରେ  ଏପ୍ରିଲ ପହିଲା ୨୦୨୨ ଠାରୁ ଆରମ୍ଭ କରି ୨୦୨୩ ଫେବ୍ରୁଆରୀ ୧୦ ପର୍ଯ୍ୟନ୍ତ ମୋଟ ୨.୬୯ ଲକ୍ଷ କୋଟି ରିଫଣ୍ଡ ଜାରି କରାଯାଇଛି। ଯାହା ଗତବର୍ଷର ସମସ୍ତ ଅବଧି ତୁଳନାରେ ୬୧.୫୮ ପ୍ରତିଶତରୁ ଅଧିକ। ସୂଚନା ଥାଉକି ୨୦୨୨-୨୩ରେ କେନ୍ଦ୍ର ସରକାର ୧୪.୨୦ ଟ୍ୟାକ୍ସ କଲେକ୍ସନ ହେବ ବୋଲି ଟାର୍ଗେଟ୍ କରିଥିଲେ। ହେଲେ ଟାର୍ଗେଟ୍‌ ଠାରୁ ଅଧିକ ଟ୍ୟାକ୍ସ ଆଦାୟ ହୋଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.