ମଜଭୁତ ହେଲା ସରକାରଙ୍କ ପାଣ୍ଠି: ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୨୩.୫ ପ୍ରତିଶତ ବୃଦ୍ଧି
18/09/2023 at 6:33 PM

ନୂଆଦିଲ୍ଲୀ: ମଜଭୁତ ହୋଇଛି ସରକାର ପାଣ୍ଠି। ଏଥର ଭଲ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ହୋଇଛି। ଚଳିତ ବର୍ଷ ଏପ୍ରିଲ ୧ ରୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୨୩.୫ ପ୍ରତିଶତ ବୃଦ୍ଧି ପାଇ ୮.୬୫ ଲକ୍ଷ କୋଟି ସରକାରଙ୍କ ପାଣ୍ଠିକୁ ଆସିଛି। ବର୍ଷକୁ ବର୍ଷ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୨୩.୫ ପ୍ରତିଶତ ଜବରଦସ୍ତ ବୃଦ୍ଧି ହେଉଛି। ସେହିପରି ଆଡ୍ଭାନ୍ସ ଟ୍ୟାକ୍ସ କଲେକ୍ସନ ୨୦.୭ ପ୍ରତିଶତ ବୃଦ୍ଧି ସହିତ ୩,୫୫,୪୮୧ କୋଟି ଟଙ୍କା ହୋଇଛି।
ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୪.୧୬ ଲକ୍ଷ କୋଟି ଟଙ୍କାର କର୍ପୋରେସନ୍ ଟ୍ୟାକ୍ସ ଏବଂ ୪.୪୭ ଲକ୍ଷ କୋଟି ଟଙ୍କାର ପର୍ଶନାଲ ଇନ୍କମ୍ ଟ୍ୟାକ୍ସ ବି ଅନ୍ତର୍ଭୁକ୍ତ। ଏଥିରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ (STT)ବି ସାମିଲ୍ ରହିଛି ମଧ୍ୟ ଅନ୍ତର୍ଭୁକ୍ତ।
ରିପୋର୍ଟ ଅନୁସାରେ, ୧ ଏପ୍ରିଲ, ୨୦୨୩ରୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ପ୍ରୋଭିଜନାଲ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୮,୬୫,୧୧୭ କୋଟି ଟଙ୍କା ଥିଲା, ଯାହା ଗତ ବର୍ଷ ତୁଳନାରେ ୨୩.୫ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଗତବର୍ଷ ସମାନ ଅବଧିରେ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୭,୦୦,୪୧୬ କୋଟି ଟଙ୍କା ହୋଇଥିଲା।
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସରକାର ୧୬ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ୧,୨୧,୯୪୪ କୋଟି ଟଙ୍କାର ରିଫଣ୍ଡ ଜାରି କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ମଧ୍ୟରେ କର୍ପୋରେସନ୍ ଟ୍ୟାକ୍ସ ୪,୧୬,୨୧୭ କୋଟି ଟଙ୍କା ଥିବାବେଳେ ପର୍ଶନାଲ ଇନ୍କମ ଟ୍ୟାକ୍ସ, ଯେଉଁଥିରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ ମଧ୍ୟ ରହିଛି, ତାହା ୪,୪୭,୨୯୧ କୋଟି ଟଙ୍କା ରହିଛି।
ପଢ଼ନ୍ତୁ-ବିଶ୍ୱର ପଞ୍ଚମ ଅର୍ଥ ବ୍ୟବସ୍ଥା ହେବା ଭଲ କଥା, ତେବେ …କାହା ଉପରେ ଧ୍ୟାନ ଦେବାକୁ ହେବ କହିଲେ ପୂର୍ବତନ RBI ଗଭର୍ଣ୍ଣର
ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ଏହି ରିପୋର୍ଟ ଜାରି କରିଛି। ରିପୋର୍ଟରେ କୁହାଯାଇଛି ଯେ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ (ରିଫଣ୍ଡ ଆଡଜଷ୍ଟ କରିବା ପୂର୍ବରୁ) ୯,୮୭,୦୬୧ କୋଟି ଟଙ୍କା ଥିଲା। ତେବେ ଗତ ବର୍ଷ ୮,୩୪,୪୬୯ କୋଟି ଟଙ୍କା ରହିଥିଲା। ଏଥିରେ ୧୮.୨୯ ପ୍ରତିଶତ ବୃଦ୍ଧି ଘଟିଛି।
ଆଡଭାନ୍ସ ଟ୍ୟାକ୍ସ କଲେକ୍ସନ ୨୦ ପ୍ରତିଶତରୁ ଅଧିକ ରହିଛି। ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ପ୍ରୋଭିଜନାଲ ଆଡ୍ଭାନ୍ସ ଟ୍ୟାକ୍ସ କଲେକ୍ସନ ୩,୫୫,୪୮୧ କୋଟି ଟଙ୍କା ହୋଇଥିଲାଷ, ଯାହା ଗତ ବର୍ଷ ସମାନ ସମୟ ମଧ୍ୟରେ ୨,୯୪,୪୩୩ କୋଟି ଟଙ୍କା ଥିଲା। ତେଣୁ ଏଥିରେ ବି ୨୦.୭ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।
ବର୍ଷକୁ ବର୍ଷ ଡାଇରେକ୍ଟ ଟ୍ୟାକ୍ସ ଓ ଆଡ୍ଭାନ୍ସ ଟ୍ୟାକ୍ସ ବୃଦ୍ଧି ଯୋଗୁ ସରକାରଙ୍କ ଟ୍ୟାକ୍ସ ଚୋରୀ ବିରୁଦ୍ଧରେ ନେଉଥିବା ପଦକ୍ଷେପ ସଫଳ ହେଉଥିବା ଦେଖିବାକୁ ମିଳିଛି। ଏଥିସହିତ ଟ୍ୟାକ୍ସ ସଂଗ୍ରହ ପାଇଁ ଉନ୍ନତ ଜ୍ଞାନ କୌଶଳର ବ୍ୟବହାର ମଧ୍ୟ ଟ୍ୟାକ୍ସ ବୃଦ୍ଧିରେ ସହାୟକ ହେଉଛି।