Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

UNHRCରେ ଭାରତର ବିକାଶ ମଡେଲକୁ ପ୍ରଶଂସା, ସଦସ୍ୟ ରାଷ୍ଟ୍ର କହିଲେ-ଅନୁକରଣୀୟ

18/03/2023 at 9:44 PM

ନୂଆଦିଲ୍ଲୀ: ମିଳିତ ଜାତିସଂଘର ୫୨ତମ ମାନବାଧିକାର ପରିଷଦର ଜେନେଭା ବୈଠକ ସମୟରେ ଭାରତର ବିକାଶ ମଡେଲର ପ୍ରଶଂସା କରାଯାଇଛି । ଏହି ସମୟରେ ଅଣ-ସରକାରୀ ସଂଗଠନଗୁଡିକ ଭାରତୀୟ ଶିକ୍ଷା ମଡେଲ ଉପରେ ଆଲୋକପାତ କରି ଏହାକୁ ପ୍ରଶଂସା କରିଛନ୍ତି । ଏହାସହ ଏହି ସମୟରେ ଅନ୍ୟ ସଦସ୍ୟ ଦେଶଗୁଡିକୁ ଏହାର ଅନୁକରଣ ପାଇଁ ଅପିଲ୍ କରାଯାଇଛି ।

ଅଧିବେଶନ ସମୟରେ ୟୁନାଇଟେଡ୍ ନେସନ ଇକୋନମିକ ଆଣ୍ଡ ସୋସିଆଲ କାଉନସିଲ ସହ ଜଡିତ ଅଣ-ସରକାରୀ ସଂଗଠନ ଇକୋ ଫୋନର ସାଇ ସମ୍ପତ ଜଣେ ପଛୁଆ ବର୍ଗର ଯୁବତୀ ରୋହିଣୀଙ୍କ କାହାଣୀ ସେୟାର କରିଛନ୍ତି । ସେ କହିଛନ୍ତି ଯେ ରୋହିଣୀ ଜେନେଭାରେ ପାଠ ପଢୁଛନ୍ତି ଏବଂ ସେ ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏକ କୋଟି ଟଙ୍କାର ଲାଭାର୍ଥୀ ଅଟନ୍ତି ।

ସମ୍ପତ କହିଛନ୍ତି, ‘ଜାତିସଂଘରେ ୨୦ କୋଟି ପଛୁଆ ବର୍ଗଙ୍କ ପ୍ରତିନିଧି କରିବା ମୋ ପାଇଁ ସମ୍ମାନର ବିଷୟ ଅଟେ । ସ୍ୱିଜରଲାଣ୍ଡରେ ପିଏଚଡି କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଛାତ୍ରବୃତ୍ତି ପାଇଁ ଧନ୍ୟବାଦ ଜଣାଉଛି’ ।

ସମ୍ପତ କହିଛନ୍ତି ଯେ ଭାରତରେ ପଛୁଆ ବର୍ଗଙ୍କ ସ୍ଥିତି ଅନ୍ୟ ଦେଶରେ ସଂଖ୍ୟାଲଘୁଙ୍କ ତୁଳନାରେ ବହୁ ଭଲ ରହିଛି । ଭାରତରେ ବିଭିନ୍ନ ସମୁଦାୟ ଏବଂ ପୃଷ୍ଠିଭୂମିର ଲୋକଙ୍କ ଦ୍ୱାରା ଅସୁବିଧାକୁ ଦୂର କରାଯାଉଛି ଏବଂ ନୂଆ ସୁଯୋଗ ସୃଷ୍ଟି କରାଯାଇଛି । ଏହାସହ ସମ୍ପତ କହିଛନ୍ତି ଯେ ଭାରତର ପ୍ରଥମ ମହିଳା ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆମ ସମ୍ୱିଧାନର ଶକ୍ତିର ଏକ ପ୍ରମାଣ ଅଟେ । ଏଥିରୁ ଜଣାପଡୁଛି ଯେ ଭିନ୍ନ ଭିନ୍ନ ସମୁଦାୟ ଏବଂ ପୃଷ୍ଠଭୂମିର ଲୋକଙ୍କ ଅସୁବିଧାର ଦୂର କରିପାରନ୍ତି ଏବଂ ସୁଯୋଗ ସୃଷ୍ଟି କରିପାରନ୍ତି । ଆଫ୍ରିକା ସଂଘର ପ୍ରତିନିଧିତ୍ୱ କରୁଥିବା ସୋମୟାଜୀ ମଧ୍ୟ ଭାରତର ବିକାଶ କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଭାରତର ସମ୍ୱିଧାନ ସମସ୍ତ ନାଗରିକଙ୍କୁ ମୌଳିକ ଅଧିକାରର ସଂରକ୍ଷଣ ଦେଉଛି ।

   Related Posts